ଓଡିଶା

odisha

ETV Bharat / state

Bird Flu Scare; ମଣିଷ ଦେହରେ ବାର୍ଡ ଫ୍ଲୁ ! ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ, ଘର ଘର ବୁଲି ଆଶାକର୍ମୀଙ୍କ ସଚେତନତା, ମତ୍ସ୍ୟସମ୍ପଦ ମନ୍ତ୍ରୀ କହିଲେ ଅନ୍ୟଅଞ୍ଚଳ ଲୋକେ ଖାଇପାରିବେ କୁକୁଡା - BIRD FLU SCARE HEALTH DEPT ALERT

Asha workers visiting house to house to find fever like symptoms; ଆଜି ଠାରୁ ପ୍ରାୟ ୪୦ ଗ୍ରାମରେ ଆଶାକର୍ମୀ ବୁଲି କରାଇଛନ୍ତି ସଚେତନ । ସେପଟେ ଗୋପ ବ୍ଲକ ୨୭୦ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ଥିବା ବେଳେ ଏବେ ୨ଲକ୍ଷ ୪୭ ହଜାର କୁକୁଡା ଗୋପ ଅଞ୍ଚଳରେ ଅଛନ୍ତି । ଏପଟେ ମତ୍ସ୍ୟ ସମ୍ପଦ ମନ୍ତ୍ରୀ କହିଛନ୍ତି କି, ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ବିଭାଗ । ଅଧିକ ପଢନ୍ତୁ

HEALTH DEPT ALERT
HEALTH DEPT ALERT (ETV Bharat Odisha)

By ETV Bharat Odisha Team

Published : Aug 28, 2024, 4:39 PM IST

Updated : Aug 28, 2024, 8:22 PM IST

ନିମାପଡା/ଭୁବନେଶ୍ବର/ପୁରୀ: ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ପିପିଲି ମଙ୍ଗଳପୁର ଡାକ୍ତରଖାନା ମେଡ଼ିକାଲ ଅଫିସର ବିନୟ ପଣ୍ଡା । ଆରଆରଟି ଟିମ ଜଣେ ସଦସ୍ୟଙ୍କ ରକ୍ତ ନମୁନା ଓ ସ୍ଵାବ ଯାଇଥିଲା ଭୋପାଳ । ଯାଇଥିବା ରକ୍ତ ନମୁନାର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା କହିଛନ୍ତି ମେଡ଼ିକାଲ ଅଫିସର । ସେପଟେ ଆରଆରଟି ଟିମରେ ଅସୁସ୍ଥ ସଦସ୍ୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅପରପଟେ ଆର ଆରଟିଟିମର କଲିଂ ଅଫିସର ଡକ୍ଟର କୃଷ୍ଣ କୁମାର ପ୍ରଧାନ କହିଛନ୍ତି, "ଆରଆରଟି ଟିମ ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି, ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାରିବା ଓ ଫାର୍ମକୁ ସଫେଇ କରିବା ସହିତ ସାନିଟାଇଜ ଦୈନ ଦିନ କରାଯାଇଛି, କାମ କରିବା ନିଶ୍ଚିତ ରୂପେ ଚ୍ୟାଲେଞ୍ଜ ରହିଛି ।"

Bird Flu Scare (ETV Bharat Odisha)

ଅନ୍ୟପଟେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶା କର୍ମୀ । ପିପିଲି ସଂକ୍ରମିତ ବାର୍ଡ ଫ୍ଲୁ ଅଞ୍ଚଳରେ ଜନସାଧାରଣଙ୍କୁ କରୁଛନ୍ତି ସଚେତନ । ଜ୍ଵର, କାଶ, ଥଣ୍ଡା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦେଉଛନ୍ତି ପରାମର୍ଶ । ଆଜି ଠାରୁ ପ୍ରାୟ ୪୦ ଗ୍ରାମରେ ଆଶାକର୍ମୀ ବୁଲି କରାଇଛନ୍ତି ସଚେତନ । ସେପଟେ ଗୋପ ବ୍ଲକ ୨୭୦ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ଥିବା ବେଳେ ଏବେ ୨ଲକ୍ଷ ୪୭ ହଜାର କୁକୁଡା ଗୋପ ଅଞ୍ଚଳରେ ଅଛନ୍ତି ବୋଲି କହିଛନ୍ତି ଗୋପ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ରଞ୍ଜନ କୁମାର ସାହୁ । ୯୫ ପ୍ରତିଶତ ଫାର୍ମରେ ପହଞ୍ଚି ଫାର୍ମର ସ୍ଥିତି ପରିଖିଛନ୍ତି । ଗୋପ ଅଞ୍ଚଳରେ ସେମିତି ଅସୁବିଧା ନ ଥିଲା ବେଳେ ଏବେ ବାର୍ଡ ଫ୍ଲୁ ପରିସ୍ଥିତି ଦେଖାଯାଇ ନାହିଁ । ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଛି ଗୋପ ପ୍ରଶାସନ । ଏବେ ବୈଜ୍ଞାନିକ ଦୃଷ୍ଟି କୋଣରୁ ୧୦୦ ଡିଗ୍ରୀ ତାପ ମାତ୍ରା ରୁ ଅଧିକ ସିଝାଇ ଖାଇ ପାରିବେ ମାତ୍ର ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ, ମଲା କିମ୍ବା ରୋଗୀଣ। କୁକୁଡା ଆଦୌ ଖାଆନ୍ତୁ ନାହିଁ । କହିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ ।

Bird Flu Scare (ETV Bharat Odisha)

ଏହା ବି ପଢନ୍ତୁ- Bird flu: 38 ରାପିଡ୍‌ ରେସପନ୍ସ ଟିମ୍‌ ଗଠିତ, ମରାଗଲାଣି 11000ରୁ ଅଧିକ କୁକୁଡା, ମଲା କୁକୁଡା ନ କିଣବାକୁ ନିର୍ଦ୍ଦେଶ, ଗୃହରେ ବିଧାୟକଙ୍କ ଉଦବେଗ - MASS CULLING OF CHICKENS


ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବଡ ବୟାନ-

ବାର୍ଡ ଫ୍ଲୁ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ । ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଶହ ଶହ କୁକୁଡାକୁ ମାରି ପୋତି ଦିଆଯାଉଛି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବାର୍ଡ ଫ୍ଲୁ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, "ପୁରୀ ଜିଲ୍ଲାର କେବଳ ଦୁଇଟି ବ୍ଲକରେ ବାର୍ଡ଼ ଫ୍ଲୁ ଆତଙ୍କ ରହିଛି । ପିପିଲି ଓ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି । ଏପର୍ଯ୍ୟନ୍ତ 30 ହଜାର କୁକୁଡ଼ାଙ୍କୁ କଲିଂ କରଯାଇ, ସାନିଟାଇଜ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।"

ଚାଷୀ ମାନଙ୍କ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ 20 ଟଙ୍କା ବଡ଼ କୁକୁଡ଼ାକୁ 70 ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ । ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ବିଭାଗ। ବାର୍ଡ ଫ୍ଲୁ ପଜିଟିଭ ଥିବା ଅଂଚଳକୁ ବାଦ ଦେଲେ ଅନ୍ୟ ଅଂଚଳରେ କୁକୁଡ଼ା ଖାଇବାକୁ ପ୍ରତିବନ୍ଧକ ନାହିଁ କହିଛନ୍ତି ମନ୍ତ୍ରୀ ।

ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ଚର୍ଚ୍ଚାକୁ ଖଣ୍ଡନ କଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ-

ପୁରୀ ଜିଲ୍ଲାର ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ ଥମିବାର ନା ଧରୁନି । ଅଧିକରୁ ଅଧିକ କୁକୁଡ଼ା ଫାର୍ମରୁ ବାର୍ଡ ଫ୍ଲୁ ରିପୋର୍ଟ ପଜେଟିଭ୍ ଆସୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଗାଇଡ ଲାଇନ୍ ଅନୁଯାୟୀ ସଂକ୍ରମିତ କୁକୁଡ଼ା ଫାର୍ମର ଏକ କିଲୋମିଟର ପରଧି ଭିତରେ କୁକୁଡ଼ା ଗୁଡିକ ମାରି ମାଟିରେ ପୋତି ଦିଆଯାଉଛି । ତେବେ ଏହି କୁକୁଡ଼ା ମରା ଅଭିଯାନରେ ସାମିଲ୍ ହୋଇଥିବା ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ଚର୍ଚ୍ଚା ଏବେ ସବୁଆଡେ ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୁପଭାନୁ ମିଶ୍ର ।


"ଥଣ୍ଡା କାଶରେ ଆକ୍ରାନ୍ତ ହୋଇଥିବା ଜଣେ ସ୍ବାସ୍ଥ୍ୟ କର୍ମୀଙ୍କୁ ସତର୍କତା ମୂଳକ ଭାବେ ଆଇସୋଲେସନ୍ ଓ୍ବାର୍ଡରେ ରଖାଯାଇଛି। ତାଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ଲାବୋରଟରୀକୁ ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସି ନଥିବାରୁ ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା କହିବା ଠିକ୍ ହେବନାହିଁ" ବୋଲି ସିଡିଏମଓ କହିଛନ୍ତି । କୁକୁଡ଼ା ମରା ଅଭିଯାନରେ ସାମିଲ୍ ହୋଇଥିବା ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କୁ ପ୍ରିଭେଣ୍ଟିବ୍ ଔଷଧ ଦିଆଯାଇଛି । ବର୍ତ୍ତମାନ ବାର୍ଡ ଫ୍ଲୁ କୁ ନେଇ ଲୋକମାନେ ଭୟଭୀତ ନହୋଇ ପରିସ୍ଥିତିକୁ ଦେଖି ସଂକ୍ରମିତ ଅଞ୍ଚଳରୁ କେହି ବ୍ୟକ୍ତି କୁକୁଡ଼ା ମାଂସ ନ ଖାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି । ସେହିପରି ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରାଯାଇ ବ୍ୟାପକ ସଚେତନ କରାଯାଉଛି । ତେବେ ବର୍ତ୍ତମାନର ଗବେଷଣା ତଥ୍ୟରୁ ଜଣାଯାଏ ଯେ କୁକୁଡ଼ା ମାଂସକୁ ଭଲ ଭାବେ ରାନ୍ଧିକି ଖାଇଲେ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ସମ୍ଭାବନା ନାହିଁ । ତେବେ ସ୍ବାସ୍ଥ୍ୟ ବିଭାଗ ରଗାଇଡଲାଇନ୍ ଅନୁଯାୟୀ ସବୁକିଛି ପଦକ୍ଷପ ନିଆଯାଉଛି ବୋଲି କହିଛନ୍ତି ସିଡିଏମଓ ।



ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀରେ ବଢ଼ିଚାଲିଛି ବାର୍ଡ ଫ୍ଲୁ ସଂକ୍ରମଣ, ଅନ୍ୟ ଅଞ୍ଚଳରେ ସଂକ୍ରମଣ ନାହିଁ-


ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ ପିପିଲିରେ ବାର୍ଡ ଫ୍ଲୁ ବ୍ୟାପୁଛି । ସ୍ବାସ୍ଥ୍ୟ ବିଭାଗର ଗାଇଡ ଲାଇନ୍ ଅନୁଯାୟୀ ଗତ ୨୪ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୨୮ ହଜାର ୯୧୧ ଟି କୁକୁଡ଼ା ମରା ଗଲାଣି। ତେବେ ମୋଟ ୩୮ ହଜାର ୨୫୦ କୁକୁଡ଼ାଙ୍କୁ ମାରିବାକୁ ପୁରୀ ଜିଲ୍ଲା ପ୍ରାଣୀ ବିଭାଗ ସ୍ଥିର କରିଛି । ପିପିଲିରେ ୧୩ ଟି ଟିମ୍ ଓ ସତ୍ୟବାଦୀ ରେ ୮ ଟି ଟିମ୍ ମୁତୟନ ଅଛନ୍ତି । କୁକୁଡ଼ା ଗୁଡ଼ିକୁ ମାରିବା ବେଳେ ବାର୍ଡ ଫ୍ଲୁ ସଂକ୍ରମଣ ନ ବ୍ୟାପିବା ନିମନ୍ତେ ଉକ୍ତ ଟିମ୍ ସ୍ବତନ୍ତ୍ର ପରିଧାନ ବା କିଟ୍ ବ୍ୟବହାର କରୁଛନ୍ତି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଫାର୍ମ ରେ କାମ କରୁଥିବା ୫୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ସେହିପରି କୁକୁଡ଼ା ଚାଷୀ ମାନେ ଯେଭଳି ସଂକ୍ରମିତ ହୋଇଥିବା କୁକୁଡ଼ାକୁ ଶସ୍ତାରେ ବିକ୍ରି ନକରି ପାରିବେ ସେ ଦିଗରେ ମଧ୍ୟ କଡ଼ା ନଜର ରଖାଯାଇଛି । ପିପିଲିରେ ୫୪ ଟି ଫାର୍ମ ଓ ସତ୍ୟବାଦୀ ରେ ୨୨ ଟି ଫାର୍ମରୁ କୁକୁଡ଼ା ମରାଯାଇଛି । ପିପିଲିର‌ ୧୧ଟି ଗ୍ରାମ ଓ ସତ୍ୟବାଦୀ ର ୧୦ ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମରାଯାଇଛି । ତେବେ ପିପିଲି, ସତ୍ୟବାଦୀ କୁ ବାଦ୍ ଦେଲେ ପୁରୀ ଜିଲ୍ଲାର‌ ଅନ୍ୟ ଅଞ୍ଚଳରୁ ବାର୍ଡ ଫ୍ଲୁ ଜନିତ କୁକୁଡ଼ାଙ୍କ ମୃତ୍ୟୁ ନଜରକୁ ଆସିନଥିବା ଜିଲ୍ଲା ପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । କ୍ଷତିଗ୍ରସ୍ତ ହୋଇଥିବା ଚାଷିମାନଙ୍କୁ କେବଳ ପିପିଲି ଏବଂ ସତ୍ୟବାଦୀରେ ୯ ଲକ୍ଷ ୧୭ ହଜାର ୫୦୨ ଟଙ୍କା ପ୍ରଦାନ କରାଯାଇଛି।



"ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଯେଭଳି ଅଧିକ ନ ବ୍ୟାପେ ସେ ଦିଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ," ଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।
ତେବେ ଏପର୍ଯ୍ୟନ୍ତ ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ନେଇ କୌଣସି ସୂଚନା ନଥିବା ଜିଲ୍ଲାପାଳ କହିଛନ୍ତି । 2 ଜଣଙ୍କ ସାମ୍ପୁଲ ଲବ୍ରୋଟରୀ କୁ ପରୀକ୍ଷା ପାଇଁ ପଠା ଯାଇଛି । ଏହାର ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ । ତେବେ ଲୋକଙ୍କୁ ସଂକ୍ରମଣ ହେଲେ ପ୍ରୋଟୋକଲ ଅନୁଯାୟୀ ଆମ ର ସ୍ବାସ୍ଥ୍ୟ ବିଭାଗ ଟିମ୍ ପଦକ୍ଷେପ ନେବେ ।



ପୁରୀ ପୌରପାଳିକାର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, "ପିପିଲି ଓ ସତ୍ୟବାଦୀ ପୁରୀ ସହର ପାଖରେ ଅଛି । ଏହି ରାସ୍ତା ଦେଇ ଲୋକ ଙ୍କ ଚଳପ୍ରଚଳ ରହିଛି । ପିପିଲି ଓ ସତ୍ୟବାଦୀ ରେ ବାର୍ଡ ଫ୍ଲୁ ବ୍ୟାପୁଥିବା ବେଳେ ଏହାର ପ୍ରଭାବ ପୁରୀରେ ମଧ୍ଯ ହେବାର ସଂଭାବନା ରହିଛି। ଏଣୁ ଜିଲା ପ୍ରଶାସନ ସତର୍କ ଦୃଷ୍ଟି ରାଖୀ କଡ଼ାକଡ଼ି ଜାଞ୍ଜ ହେଉ । ପୁରୀ କୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଛନ୍ତି ସାରା ଦେଶରୁ। ପୁରୀ ରେ ବାର୍ଡ ଫ୍ଲୁ ସଂକ୍ରମଣ ହେଲେ ଏହା ସାରା ଭାରତ ରେ ବ୍ୟପିଯିବାର ସମ୍ଭାବନା ରହିଛି । ଏଣୁ ପୁରୀ ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ପୁରୀ ବାସିନ୍ଦା ସହର ସମେତ ଏହାର ଆଖପାଖ ଅଞ୍ଚଳ ରେ ଯାଞ୍ଜ କାର୍ଯ୍ୟ କୁ କଡ଼ାକଡ଼ି କରାଯାଉ ।"

Last Updated : Aug 28, 2024, 8:22 PM IST

ABOUT THE AUTHOR

...view details