ଭୁବନେଶ୍ବର:ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା । ଶେଷ ହିତାଧିକାରୀଙ୍କୁ ପଇସା ନମିଳିବା ଯାଏଁ ସ୍ଥଗିତ ରଖାଯାଇଛି ସୁଭଦ୍ରାର ଚତୁର୍ଥ କିସ୍ତି। KYC ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ।
କ'ଣ ରହିଛି ସମସ୍ୟା?
ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କୁ ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । 5 ଲକ୍ଷ 11 ଆବେଦନ ମହିଳାଙ୍କୁ ଆଉ ଏକ ସୁଯୋଗ । KYC ଯାଞ୍ଚ ସମସ୍ୟା ଥିବାରୁ ବାୟୋମେଟ୍ରିକ ଜରିଆରେ KYC କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ । KYC ଅପଡେଟ ହୋଇନଥିବାରୁ ଅଟକିଛି ଏହି ଆବେଦନ । OTP ଜରିଆରେ KYC କରିଥିଲେ ବାୟୋମେଟ୍ରିକ ଜରିଆରେ KYC କରନ୍ତୁ ।" ଏହି ସବୁ କେ୍ୱାଇସି ଯାଞ୍ଚ ପରେ ଯାଇ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । କମନ ସର୍ଭିସ ସେଣ୍ଟର ବା ଜନ ସେବା କେନ୍ଦ୍ରରେ କରିପାରିବେ KYC ଯାଞ୍ଚ । ଏବେ ଯାଏଁ 31 ହଜାର ମହିଳା ଅପ୍ଟ ଆଉଟ ହୋଇଛନ୍ତି । ସେମାନେ ଆଉ ଥରେ ଅଭିଯୋଗ କରିପାରିବେ । ସେମାନଙ୍କ କଥା ବି ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିବାକୁ ଅପିଲ ହୋଇଛି । ବାତିଲ ହୋଇଥିବା 2 ଲକ୍ଷ 81 ହଜାର ଆବେଦନର 15 ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷାରତ। ସେମାନେ ବି ପୋର୍ଟାଲରେ ଆବେଦନ କରିବେ ।
ଏହା ବି ପଢନ୍ତୁ...'ସୁଭଦ୍ରା'କୁ ନେଇ ଖୁସି ଖବର; 15 ଦିନରେ ସରିବ ରିଜେକ୍ସନ ଯାଞ୍ଚ, ଏହି ମାସରେ 21 ପୂରିଥିଲେ କରନ୍ତୁ ଆବେଦନ