ଭୁବନେଶ୍ବର:ବଦଳିଲେ ଟ୍ବିନ୍ ସିଟି ପୋଲିସ କମିଶନର । କଟକ-ଭୁବନେଶ୍ବରର ନୂଆ କମିଶନର ହେଲେ ସଞ୍ଜୀବ ପଣ୍ଡା । ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା । ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ । ଦୀପକ କୁମାର ହେଲେ ଉତ୍ତର-କେନ୍ଦ୍ରାଞ୍ଜଳ ଆଇଜି । ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଦାୟିତ୍ବ ମିଳିଛି ।
ସଞ୍ଜୀବ ପଣ୍ଡା ନୂଆ ପୋଲିସ କମିଶନର ଏହା ମଧ୍ୟ ପଢନ୍ତୁ...ଦାୟିତ୍ବ ନେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନୂଆ ନିର୍ଦ୍ଦେଶକ ମନୋରମା ମହାନ୍ତି
ସେହିପରି କଟକ ଡିସିପି ହେବେ ପୁରୀ ଏସପି କନୱର ବିଶାଲ ସିଂ । ସେ ପୁରୀ ଏସପି ଥିବାବେଳେ ତାଙ୍କୁ କଟକ ଡିସିପି ଦାୟିତ୍ବ ଦିଆଯାଇଛି । ବର୍ତ୍ତମାନର କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ବ ମିଳିଛି । ନିର୍ବାଚନ ପୂର୍ବରୁ ଆପିଏସ ସ୍ତରରେ ବଡ ଧରଣର ଅଦଳବଦଳ। ଗୋଟିଏ ସ୍ଥାନରେ ତିନି ବର୍ଷ ପର୍ଯ୍ୟନ୍ତ ଥିବା ଅଧିକାରୀଙ୍କୁ ବଦଳି ନିୟମ ରହିଛି। ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ଅଦଳବଦଳ କରାଯାଇଥିବା କୁହାଯାଉଛି ।
ପୋଲିସ କମିଶନର ଭାବେ ଦାୟିତ୍ବ ତୁଲାଉଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ୩ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କ ସ୍ଥାନରେ ଆଇପିଏସ ସଞ୍ଜିବ ପଣ୍ଡାଙ୍କୁ ବଦଳି କରାଯାଇଛି । ଯିଏକି ଗୁଇନ୍ଦା ନିର୍ଦେଶକ ଭାବେ କାମ କରୁଥିଲେ । ସେହିପରି ଆଇପିଏସ ସନ୍ତୋଷ ବାଲାଙ୍କୁ ଓଡିଶା ପୋଲିସ ହାଉସିଂର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ହିମାଂଶୁ ଲାଲଙ୍କୁ ଆଇଜି ବାଲେଶ୍ବରରୁ ଆଇଜି ସମ୍ବଲପୁର ଭାବେ ବଦଳି ହୋଇଛି। ଆଇଜି ବାଲେଶ୍ବର ଭାବେ ସତ୍ୟବ୍ରତ ଭୋଇଙ୍କୁ ଦାୟିତ୍ବ ମିଳଛି। ଦୀପକ କୁମାରଙ୍କୁ ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟର ଅତିରିକ୍ତ ଦାୟିତ୍ବ ସହ ଆଇଜି ତାଳଚେର ଭାବେ ବଦଳି କରଯାଇଛି। ସେହିପରି ଆଇଜି ଏସଟିଏଫ ଓ ଇଓଡବ୍ଲୁ ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଆଇଜି ଭାବେ ଦାୟିତ୍ବ ମିଳିଛି।
ଅତିରିକ୍ତ ଆଇଜି ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡା ଏସପି ଦାୟିତ୍ବ ମିଳିଛି। ୨୦୧୨ ବ୍ୟାଚର ଆଇପିଏସ ଅଫିସର ମଦକର ସନ୍ଦିପ ସମ୍ପଦକୁ ଢେଙ୍କାନାଳ ଏସପି ଦାୟିତ୍ବ ଦିଯାଇଛି। ଏସପି ରାୟଗଡ଼ା ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ବାଟରକୁ ବଦଳି କରାଯାଇ AIGP ଦାୟିତ୍ବ ମିଳିଛି । ୨୦୨୦ବ୍ୟାଚର ଆଇପିଏସ ହରିଶ ବିସିଙ୍କୁ ରାୟଗଡା ଏସପି ଦୟିତ୍ବ ମିଳିଛି। ୨୦୨୦ ଆଇପିଏସ ୟଶପ୍ରତାପ ଶ୍ରିମଲଙ୍କୁ ଏସପି ସୋନପୁର ଭାବେ ଦାୟିତ୍ବ ମିଳିଛି। OPS ରାମା ପ୍ରସାଦ ସାହୁଙ୍କୁ ଏସପି ଦେବଗଡ ଭାବେ ଦାୟିତ୍ବ ମିଳିଛି। OPS ପିକେ ମିଶ୍ରଙ୍କୁ ଏସପି ରାଉରକେଲା, OPS ଅମରେଶ ପଣ୍ଡାଙ୍କୁ AIGP ପୋଲିସ ହେଡକ୍ବାଟରକୁ ବଦଳି ହୋଇଛି । OPS ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଏସପି ସ୍ପେଶିଆଲ ବ୍ରାଞ୍ଚ୍ ଭାବେ ବଦଳି ହୋଇଛି।
ଇଟିଭି ଭାରତ, ଭୁବନେଶ୍ବର