ଭୁବନେଶ୍ବର:ଆୟଠାରୁ ବଢ଼ିଲା ବିଏମସିର ବ୍ୟୟ । ୱାର୍ଲଡ ବ୍ୟାଙ୍କରୁ ଋଣ ଆଣି ଖର୍ଚ୍ଚ କରିବ ବିଏମସି । ଆର୍ଥିକ ବଜେଟ ଉପସ୍ଥାପନାବେଳେ ଏଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ବିଏମସିର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆଜି (ମଙ୍ଗଳବାର) ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ୱତନ୍ତ୍ର ଚିଠା ବଜେଟ୍ ଅଧିବେଶନରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବା କର୍ପୋରେଟର ଅମରେଶ ଜେନା । ଏହି ଟଙ୍କାରେ ଆର୍ଥିକ ସ୍ଥିତିକୁ କେବଳ ସୁଧୁରା ଯିବନି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।
'ଟିକସ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବ ':
ଅମରେଶ ଜେନା କହିଛନ୍ତି,"ଏଥର ଆର୍ଥିକ ବଜେଟରେ ବଡ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର କରାଯିବ ହାତର ନବୀକରଣ ବି କରାଯିବ । ଚନ୍ଦ୍ରଶେଖରପୁରରେ ଏକ ହଜାର ଲୋକଙ୍କ ପାଇଁ ଏକ ବଡ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ଶହୀଦ ନଗରରେ ଅଢ଼େଇ ଏକର ଜାଗାରେ କମ୍ୟୁନିଟି ସେଣ୍ଟର ହେବ । ରବି ଟକିଜ ହାଟ ଓ ବରଗଡ଼ର ନବୀକରଣ ହେବ । ତେଣୁ ଆର୍ଥିକ ସ୍ଥିତିକୁ ସୁଧୁରାଯିବା ବିସ୍ତୃତ ଆଲୋଚନା ହୋଇଥିବାବେଳେ ବିଶ୍ଵ ବ୍ୟାଙ୍କରୁ ବିଏମସି ଟଙ୍କ ଆଣି ଏହିସବୁ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଯିବ । ଏହାସହ କିପରି ବିଏମସିର ଆୟ ବଢିବ ଏନେଇ ଟିକସ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବ । ବିଶେଷ କରି ଟିକସ ଆଦାୟ କରିବେ ଟିଜି ବା ତୃତୀୟ ଲିଙ୍ଗୀ । ତେବେ ଏଥର ଆୟ ୮ କୋଟିରୁ ଉର୍ଦ୍ଦ୍ବର ରହିଥିବାବେଳେ ଆଗକୁ ଆହୁରି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହ ଏହା ଏକ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ ।"
ୱାର୍ଲଡ ବ୍ୟାଙ୍କରୁ ଋଣ ଆଣିବ ବିଏମସି:
ଅମରେଶ ଆହୁରି ମଧ୍ୟ କହିଛନ୍ତି," ଗତ ଦିନରେ କଚାପକ୍କା ରାସ୍ତା ମୁକ୍ତ ଯୋଜନା ଭଳି ଅନେକ ଯୋଜନାରେ ବିଏମସିର ଯେଉଁ କାର୍ଯ୍ୟ ହୋଇଛି । ସେଥିରେ ପାଖାପାଖି ୭ ଶହ କୋଟି ଟଙ୍କା କଣ୍ଟ୍ରାକ୍ଟରଙ୍କୁ ଦେବାର ଅଛି । ସେଥିପାଇଁ ଋଣ କରିବାକୁ ପଡୁଛି । କାରଣ ନୂଆ ସରକାର ଏହି ସବୁ ଯୋଜନାକୁ ବନ୍ଦ କରିବା ପରେ ଏଭଳି ଯୋଜନା ବାବଦରେ ସରକାର ବିଏମସିକୁ କୌଣସି ଅର୍ଥରାଶି ଦେଇନାହାନ୍ତି । ତେଣୁ ଏବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି । ତାହାକୁ ଋଣ କରି ହିଁ ଭରଣା କରାଯିବ । ଆଗକୁ ଆୟ ଅନୁସାରେ ବ୍ୟୟ କରାଯିବ ବୋଲି ଆଜିର ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ଏହି ବୈଠକରେ ବିଏମସି ନିଜର ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଏମସିର ସ୍ଥାୟୀ ଆୟ ପାଇଁ ଋଣ କରି ସହିଦନଗରଠାରେ ଏକ ଅଡିଟୋରିୟମ, ସହରର ବିଭିନ୍ନ ସ୍ଥାନରେ 3ଟି ହାଟରେ ସ୍ଥାୟୀ ଘର ନିର୍ମାଣ କରି ସ୍ଥାନୀୟ ବ୍ୟବସ୍ୟାୟୀଙ୍କୁ ଆବଣ୍ଟିତ କରାଯିବ ପାଇଁ ମଧ୍ୟ ଯୋଜନା ରହିଛି । ଏହାଦ୍ୱାରା ବିଏମସିର ଆୟ ବୃଦ୍ଧି ହେବା ସହ ଆଦାୟ ଅର୍ଥ ଋଣ ସୁଝିବାରେ ସହାୟକ ହେବ । ପ୍ରସ୍ତାବିତ ଚିଠା ବଜେଟକୁ ଭଲଭାବେ ତର୍ଜମା କରି ୧୫ ଦିନ ମଧ୍ୟରେ କର୍ପୋରେଟରମାନେ ମତାମତ ଦେବାକୁ ଥିବାବେଳେ ଆସନ୍ତା ଫେବୃଆରୀ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ବସିବ ।
ଭୁବନେଶ୍ୱର ମହାନଗର ନିଗମ ଚିଠା ବଜେଟ୍: