ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରର ଉନ୍ନତି ନିମନ୍ତେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।
MP Aparajita Sarangi discussed with CM Mohan Majhi (ETV Bharat Odisha) ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ
ଅପରାଜିତା ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଞ୍ଚଳ ଲୋକଙ୍କ ପାଇଁ ୪ଟି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୀଘ୍ର କାର୍ଯ୍ୟ ହାତକୁ ନେଇ ଆଗ୍ରହ ଦେଖାଇଛନ୍ତି । ଯାହାକୁ ନେଇ ୨୦୨୫ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ଆଉ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ୬ଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଭୁବନେଶ୍ବର ବାସିନ୍ଦା ବେଶ୍ ଉପକୃତ ହେବେ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।
ଭୁବନେଶ୍ୱର ଉନ୍ନତିକରଣ ପାଇଁ ୬ ପ୍ରସ୍ତାବ
MP Aparajita Sarangi discussed with CM Mohan Majhi (ETV Bharat Odisha)
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରିଛନ୍ତି, "ସଂସଦୀୟ କ୍ଷେତ୍ରର ୪ଟି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି, କାମ ଆରମ୍ଭ ହେଇଛି । ଆଜି ଆଉ ୬ଟି ବିଷୟ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଡେଲାଙ୍ଗ ଲୋକଙ୍କର ଦାବି ରହିଛି । ୧୫୬ ଗାଁକୁ ଜଗନ୍ନାଥ ଜମି ଦିଆଯାଇଥିଲା । ୩୬ ଗାଁର ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକେ ଜମି ଫେରି ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କୁ ଜମି ଫେରାଇ ଦେବା ପାଇଁ ୨୦୧୪ ମସିହାରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଜମି ସେମାନଙ୍କୁ ଫେରାଇ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସେହିପରି ଜଟଣୀରେ ନିର୍ମାଣ ହେବ ୫୬୮ ଭେଣ୍ଡିଂ ଜୋନ । ୧୬ କୋଟି ୫୮ ଲକ୍ଷ ଟଙ୍କା ବ୍ୟବରାଦ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଭୁବନେଶ୍ବର ସାଂସଦ ରଖିଥିବା ୬ଟି ପ୍ରସ୍ତାବ :-
MP Aparajita Sarangi discussed with CM Mohan Majhi (ETV Bharat Odisha) ୧ - ନନ୍ଦନକାନନ ରାସ୍ତାର ପ୍ରଶସ୍ତିକରଣ କରି ୨୦୦ ଫୁଟିଆ ରାସ୍ତା କରାଯାଉ ।୨ - କଳ୍ପନାରୁ ରବି ଟକିଜ ଓ ଶିଶୁ ଭବନ ଛକରୁ ମ୍ୟୁଜିୟମ ଛକ ଯାଏ ଫ୍ଲାଏ ଓଭର ନିର୍ମାଣ ହେଉ । ଏହି ପ୍ରକଳ୍ପ ଗୁଡି଼କର ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳ, ବିଡିଏ ଓ ବିଏମସି ନିକଟକୁ ଯାଇଛି । ସରକାରଙ୍କ ଆଗାମୀ ପଦକ୍ଷେପକୁ ଅପେକ୍ଷା ରହିଛି ।୩ - ଭୁବନେଶ୍ବର ବାହାରେ ଏକ ରିଙ୍ଗ ରୋଡ୍ ପ୍ରକଳ୍ପ କରାଯାଉ । ୧୪୮ କିମି ଲମ୍ବ ବିଶିଷ୍ଟ ପ୍ରସ୍ତାବିତ ରିଙ୍ଗ ରୋଡ ପାଇଁ ଦାବି ହୋଇଛି । ଏହି ରିଂ ରୋଡ ରାଜଧାନୀ ଉପକଣ୍ଠ ଅଂଚଳକୁ ସଂଯୋଗ କରିବ । ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବା ସହ ଯୋଗାଯୋଗକୁ ଅତି ସୁଦୃଢ କରିବ।୪ - ଦୟା ପଶ୍ଚିମ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ହେଉ ।୫ - ସହିଦନଗର ହାଟର ଜମି ଅଧିଗ୍ରହଣ ପାଇଁ ସୁପାରିଶ ହେଉ । ହାଟର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ ହେଉ ।୬ - ନୟାପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ କରାଯାଉ ।
MP Aparajita Sarangi discussed with CM Mohan Majhi (ETV Bharat Odisha) ଏହାମଧ୍ୟ ପଢନ୍ତୁ...
ପ୍ରାକୃତିକ ବିପର୍ଯ୍ୟୟରେ ଅଦିନିଆ ବର୍ଷା ସାମିଲ, 292 କୋଟି ସହାୟତା ପାଇବେ ଚାଷୀ
PM-USHAରେ ଓଡିଶାକୁ 670 କୋଟି, ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି-ଗବେଷଣା କ୍ଷେତ୍ରରେ ସୁଯୋଗ
ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ସାଂସଦ ଆଉ ମଧ୍ୟ କହିଛନ୍ତି, "ରାଜଧାନୀ ଭୁବନେଶ୍ବରର ବିକାଶ ହେଲେ ଏହା ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ । କ୍ଷମତାକୁ ଆସିବା ପରଠାରୁ ମୋହନ ସରକାର ଆକ୍ସନ ମୋଡରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ହାତକୁ ନେଇଛନ୍ତି । ସାଧାରଣ ଲୋକଙ୍କ ସରକାର, ବିଜେପି ସରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ବର୍ଷ ବର୍ଷ ଧରି ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ପ୍ରସ୍ତାବ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇଛି । ଏହି ୬ଟି ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ରାଜଧାନୀ ଭୁବନେଶ୍ବରରେ ବହୁ ଗୁଣରେ ଟ୍ରାଫିକ ସମସ୍ୟା ଦୂର ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ।
ଇଟିଭି ଭାରତ, ଭୁବନେଶ୍ୱର