ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ କ୍ବାର୍ଟର କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଚିଠି - MAN DEATH BY HANGING

ରାଜ୍ୟ ପଶୁ ସଂପଦ ମନ୍ତ୍ରୀଙ୍କ ସରକାରୀ କ୍ବାର୍ଟର କଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅପମୃତ୍ୟୁ ମାମଲା ରୁଜୁ ସହ କମିଶନରେଟ ପୋଲିସର ତଦନ୍ତ ।

hanging body of young man found
hanging body of young man found (ETV BHARAT ODISHA)

By ETV Bharat Odisha Team

Published : Dec 2, 2024, 1:22 PM IST

Man Death By Hanging In Front Of Minister Quarter, ଭୁବନେଶ୍ବର:ମନ୍ତ୍ରୀଙ୍କ କ୍ବାଟର କଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖାରବେଳ ନଗର ଥାନା ସାମ୍ନା ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କ୍ବାର୍ଟର ସାମ୍ନାରୁ ଝୁଲନ୍ତା ମୃତଦେହ ଜବତ କରିଛି କମିଶନରେଟ ପୋଲିସ । ମୃତକ ହେଉଛନ୍ତି ଜଳେଶ୍ବରପୁର ମାହାଙ୍ଗା ଅଞ୍ଚଳର ଚିତ୍ତରଞ୍ଜନ ମହାରଣା । ମୃତକଙ୍କ ପାଖରୁ ଏକ ଚିଠି ମଧ୍ୟ ଠାବ ହୋଇଛି । ଯେଉଁଥିରେ କିଛି ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହିଛି । ଯେଉଁଠି ଯୁବକ ଜଣଙ୍କ ମୃତଦେହ ମିଳିଛି ପୁର୍ବରୁ ସେଠାରେ ଜଣେ ମାହାଙ୍ଗା ଅଞ୍ଚଳର ନେତାଙ୍କ କ୍ବାଟର ରହିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ଅପମୃତ୍ୟୁ ମାମଲା ରୁଜୁ କରି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ।

ଖାରବେଳ ନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନା ମୁତାବକ, ଯୁବକଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ମୁହଁରେ ଏକ ବିଣ୍ଡା ମଡ଼ା ହୋଇଛି। ପାଖରୁ ଏକ ବ୍ୟାଗ ମିଳିଛି, ଯେଉଁଥିରେ ଏକ ହାତ ଲେଖା ଚିଠି ମଧ୍ୟ ମିଳିଛି । ବାପାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ମୃତ ଯୁବକ । ଯେଉଁଥିରେ କିଛି ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ରହିଛି । କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି ସେନେଇ ମଧ୍ୟ ଉଲ୍ଲେଖ ରହିଛି । ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା କାଢି ନେବା ପାଇଁ ମଧ୍ୟ ଲେଖା ହୋଇଛି । ତେବେ ସେହି ସବୁ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଯାଞ୍ଚରୁ ମିଳିଛି ସମସ୍ତ ଆକାଉଣ୍ଟର ଠିକଣା ମାହାଙ୍ଗା ଅଞ୍ଚଳର ବୋଲି ଜଣାପଡିଛି । ପରିବାର‌ ଲୋକଙ୍କ ସହ ଯୋଗାଯୋଗ ଚାଲିଛି ।

ଏହା ମଧ୍ୟ ପଢନ୍ତୁ-ଟ୍ରେନ ଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଶିଶୁ ବଳି ଅଭିଯୋଗ, ଜଙ୍ଗଲରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

Man Death By Hanging In Front Of Minister Quarter (ETV BHARAT ODISHA)

ମୂର୍ତ୍ତି କାରିଗର ଥିଲେ ମୃତକ:

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ମୂର୍ତ୍ତି କାରିଗର ଥିଲେ ଚିତରଞ୍ଜନ । ଗତ 6 ମାସ ହେବ ଘରୁ ରାଗି କରି ପଳାଇ ଆସିଥିଲେ ଭୁବନେଶ୍ୱର । ଏପରିକି ଘର ଲୋକଙ୍କ ସହ ଯୋଗାଯୋଗ ରେ ମଧ୍ୟ ନଥିଲେ । ଭୁବନେଶ୍ୱରରେ ଏକ ମୂର୍ତ୍ତି କାରିଗର ଭାବେ କାମ କରୁଥିଲେ । ପାଠ ସେତେ ପଡ଼ିନଥିଲେ ବି ଦଶମ ଯାଏ ପଢିଥିବା ତାଙ୍କ ଭାଇ କହିଛନ୍ତି । ଭୁବନେଶ୍ୱରରେ ମୃତକ ଜଣଙ୍କ କେଉଁଠାରେ ରହୁଥିଲେ, କିଏ ତାଙ୍କର ଯୋଗାଯୋଗରେ ଥିଲେ ? କେଉଁ ମୂର୍ତ୍ତି କାରିଗର ବା ଦୋକାନ ବା କୈଣସି ସ୍ଥାନରେ କାମ କରୁଥିଲେ ? ସେନେଇ ପୋଲିସ ତନାଘନା ଜାରି ରଖିଛି।

ମୃତ ଚିତରଞ୍ଜନଙ୍କ ପରିବାର ଲୋକଙ୍କୁ ଅବଗତ କରାଯିବା ପରେ ସେମାନେ ଭୁବନେଶ୍ବର ଆସୁଛନ୍ତି । ପୋଷ୍ଟମୋର୍ଟମ ପରେ ମୃତ୍ୟୁର‌ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରୁଛି ପୋଲିସ । ମୃତକ ଜଣଙ୍କ ମାହାଙ୍ଗା ଅଞ୍ଚଳର ହୋଇଥିବା ବେଳେ ଜଣେ ମନ୍ତ୍ରୀଙ୍କ କ୍ବାଟର କଡ଼ରେ ଜୀବନ ହାରିବାର କାରଣ କଣ ସେନେଇ ମଧ୍ୟ ଏକ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପୁର୍ବରୁ ସେହି କ୍ବାର୍ଟର କଡ଼ରେ ଜଣେ ମାହାଙ୍ଗା ଅଞ୍ଚଳର ନେତାଙ୍କର କ୍ବାଟର ରହିଥିଲା । ବିଗତ ନୂଆ ସରକାର ଆସିବା ପରେ ସେହି କ୍ବାଟର ଏବେ ଏଥର ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକ ତଥା ମନ୍ତ୍ରୀଙ୍କୁ ଏହି କ୍ବାର୍ଟର ଆଲର୍ଟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details