ଓଡିଶା

odisha

ତାଲା ପକାଇ ଘର ପାଖରେ ଚାବି ଲୁଚାଉଥିଲେ ହୁସିଆର, ଭୁବନେଶ୍ୱରରେ ପଡୋଶୀ ଲୁଟିଥିଲା ପଡୋଶୀ ଘର - Khandagiri Loot

Bhubaneswar Loot: ଅନେକ ସମୟରେ ଲୋକମାନେ ବାହାରକୁ ଯିବାବେଳେ ଘର ତାଲା ପକାଇ ଚାବି ସେହି ଘର ପାଖରେ ଲୁଚାଇ ପଳାଇଯାଇଥାନ୍ତି । ସେମାନେ ଭାବନ୍ତି ତାହା କେହି ଦେଖିନାହାନ୍ତି । କିନ୍ତୁ ସାବଧାନ ରୁହନ୍ତୁ । ଆପଣଙ୍କ ପାଖ ପଡିଶାରେ ଲୁଚି ରହିଛନ୍ତୁ ଲୁଟେରା । ଆପଣଙ୍କ ଅଜାଣତରେ ଘରେ ବୁଲାଇବେ କଳା କନା । ଖଣ୍ଡଗିରି ପୋଲିସ ଏଭଳି ଏକ ମାମଲାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 10, 2024, 8:48 AM IST

Published : Aug 10, 2024, 8:48 AM IST

Bhubaneswar Loot
Bhubaneswar Loot (ETV Bharat Odisha)

ଭୁବନେଶ୍ୱର: ବାହାରକୁ ଯିବା ବେଳେ ଘର ତାଲା ପକାଇ ଚାବି ଆଖପାଖରେ ଲୁଚାଉଛନ୍ତି କି ? ସାବଧାନ ଆପଣଙ୍କ ଘର ପାଖରେ ଏନେଇ ନଜର ରଖୁଛନ୍ତି ଲୁଟେରା । ଘରେ ନଥିବାର ସୁଯୋଗ ନେଇ ଆଖି ପିଛୁଳାକେ ଘରେ କଳା କନାଇ ବୁଲାଇ ପଳାଉଛନ୍ତି ଅପରାଧି । ରାଜଧାନୀ ଭୁବନେଶ୍ୱରରେ ଏମିତି ଜଣେ ପଡିଶା ନିଜ ପଡ଼ୋଶୀ ଲୋକ ମନ୍ଦିର ଯାଇଥିବା ବେଳେ ଘର ଭିତରେ ପଶି ଲୁଟି ନେଲା ସୁନା ଅଳଙ୍କାର ।

Bhubaneswar Loot (ETV Bharat Odisha)



ଫୁଲ କୁଣ୍ତରୁ ମିଳିଲା ଚୋରି ଜିନିଷ:

ରାଜଧାନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଥାନା ଡୁମୁଡୁମା ହାଉସି ବୋର୍ଡ କଲୋନିରୁ ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ଲଟ ନମ୍ବର ୩୨୮ରେ ରହୁଥିବା ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ସୁନା ଗହଣା ଚୋରି ଘଟଣାରେ ତାଙ୍କର ଜଣେ ପଡୋଶୀକୁ ଗିରଫ କରିଛି ପୋଲିସ । ୧୦୬ ଗ୍ରାମର ଅର୍ଥାତ ପାଖାପାଖି ୭ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବାର ଅଭିଯୋଗରେ ତଦନ୍ତ ବେଳେ ପୋଲିସ ଲୁଟେରା ସନ୍ଦୀପ ଦାସକୁ ଗିରଫ କରିଛି । ଏହି ଚୋରି ସାମଗ୍ରୀ ସେ ଛାତ ଉପରେ ଥିବା ଫୁଲ କୁଣ୍ଡର ମାଟି ଭିତରେ ପୋତି ଲୁଚାଇଥିଲା ।

Bhubaneswar Loot (ETV Bharat Odisha)


ଏହାମଧ୍ୟ ପଢନ୍ତୁ.. ରଥଯାତ୍ରା ଭିଡରେ ଲୁଟୁଥିଲେ ବସ କାର, ତ୍ରିଚି ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ - commissionerate police Arrested

ଏନେଇ କଣ କହୁଛନ୍ତି ଜୋନ ୩ ଏସିପି ତାପସ ମହାପାତ୍ର:

ଏନେଇ ଜୋନ ୩ ଏସିିପି ତାପସ ମହାପାତ୍ର କହିଛନ୍ତି, "ଅଭିଯୋଗକାରୀ ଅଭିଜିତ ବେହେରା ଗତ ୫ତାରିଖ ଦିନ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ସେଠାରେ ଫେରିଲା ବେଳକୁ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ହେଲେ ତାଲା ଭଙ୍ଗାନଯାଇ ପୂର୍ବପରି ଘରର କବାଟରେ ତାଲା ପଡିଥିବା ଦେଖି ସେମାନଙ୍କ ସନ୍ଦେହ ଉପୁଜିଥିଲା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିଲା । ସୁନା ଅଳଙ୍କାର ମଧ୍ୟ ଜବତ କରିଛି । ତେବେ ଅଭିଯୁକ୍ତ ଓ ଅଭିଯୋଗକାରୀ ପୂର୍ବରୁ ଚିହ୍ନା ପରିଚିତ । ଅଭିଯୋଗକାରୀ ନିକଟରେ ଘର ସିଫ୍ଟ କରିଥିଲେ ଯେଉଁଥିରେ ସହଯୋଗ କରିଥିଲେ ଅଭିଯୁକ୍ତ । ତେବେ ଯେତେବେଳେ ସେ ଘର ତାଲା ପକାନ୍ତି ଚାବି ଯେଉଁଠି ରଖନ୍ତି ତାହା ମଧ୍ୟ ଅଭିଯୁକ୍ତର ନଜରରେ ଥାଏ । ତେଣୁ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଚାବି ଖୋଲି ଆଲମିରା ଖୋଲି ସୁନା ଅଳଙ୍କାର ନେଇଯାଇଥିଲା ।"

Bhubaneswar Loot (ETV Bharat Odisha)



ଘର ଦ୍ବାର ପାଖ ଛତାରେ ଲୁଚାଇଥିଲେ ଚାବି:
ତେବେ ଅଭିଯୋଗକାରୀଙ୍କର ନିଜ ଘର ଦ୍ବାର ମୁହଁରେ ଥିବା ଏକ ଛତା ଟଙ୍ଗା ହୋଇଥିଲା । ଯେଉଁଥିରେ ସେ ଚାବିକୁ ଲୁଚାଇ ଦେଇ ଯାଇଥିଲେ । ପରେ ଏହାର ସୁଯୋଗ ଦେଖି ଚାବି ପାଇବା ପରେ ଘରେ ପଶିଥିଲେ । ଆଉ ଘରେ ପଶି ଲୁଟ କରିଥିଲେ ।



ସୂଚନା ଯୋଗ୍ୟ, ଗତ ୧୭ ଜୁଲାଇରେ ନୟାପଲ୍ଲୀ ଥାନା ଅଞ୍ଚଳରେ LIG 247ରେ ରହୁଥିବା ଏସକେ ମର୍ଶଦ ଘରେ ଚୋରି ହୋଇଥିଲା । ତାଙ୍କ ପଡୋଶୀ ଏସକେ ମନଞ୍ଜୁର ଘରର ଡୁପ୍ଲିକେଟ ଚାବି ତିଆରି କରି ଘରେ ପଶି ୪ଟି କାନଫୁଲ ସହ ୪ଟି ସୁନା ମୁଦି ଗୋଟିଏ ହାର ଓ ଲକେଟ୍ ସହ ନଗଦ ୮୪ହଜାର ଟଙ୍କାର ୫୦୦ଟଙ୍କିଆ ନୋଟ୍ ବିଡା ନେଇ ଛୁ ମାରିଥିଲା।। ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଗହଣା କୁ ଚୋରି ଅଭିଯୋଗରେ ପରେ ପୋଲିସ ଏସ କେ ମନଞ୍ଜୁର ଗିରଫ କରାଯାଇଥିଲା ।



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details