ଓଡିଶା

odisha

ETV Bharat / state

ନୂଆବର୍ଷରେ ଫୁଲ ସାଜିଛି ଶୁଭେଚ୍ଛାର ପ୍ରତୀକ, ମନମୋହୁଛି ରଙ୍ଗବେରଙ୍ଗର ଫୁଲତୋଡା - NEW YEAR WISH WITH FLOWER

ଫୁଲତୋଡା ଦେଇ ପ୍ରିୟଜନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି ରାଜଧାନୀବାସୀ, ଭଲ ରୋଜଗାର ଆଶାରେ ଫୁଲ ବ୍ୟବସାୟୀ

Bhubaneswar flower shop
Bhubaneswar flower shop (ETV Bharat Odisha)

By ETV Bharat Odisha Team

Published : Jan 1, 2025, 7:04 PM IST

ଭୁବନେଶ୍ୱର: ନୂଆବର୍ଷରେ ଫୁଲ ସାଜିଛି ଶୁଭେଚ୍ଛାର ପ୍ରତୀକ । ରାଜଧାନୀରେ ଫୁଲ ଦୋକାନରେ ପ୍ରବଳ ଭିଡ । ମନ ମୋହୁଛି ରଙ୍ଗବେରଙ୍ଗର ତୋଡ଼ା, ଭଲ ବ୍ୟବସାୟ ପାଇଁ ଆଶା ବାନ୍ଧିଛି ବ୍ୟବସାୟୀ ।

ଫୁଲତୋଡା ସହ ନବବର୍ଷର ଶୁଭେଚ୍ଛା

ନୂଆ ସୂର୍ଯ୍ୟୋଦୟ ସହ ଆସିଛି ଏକ ନୂତନ ବର୍ଷ । ବିଦାୟ ନେଇଛି ୨୦୨୪ । ବିଳମ୍ବିତ ରାତିରୁ ବେଶ ଧୁମଧାମରେ ଇଂରାଜୀ ନବବର୍ଷକୁ ସ୍ୱାଗତ କରିଛନ୍ତି ରାଜ୍ୟବାସୀ । ଛୁଟିଛି ଶୁଭେଚ୍ଛାର ସୁଅ । କିଏ ସୋସିଆଲ ମିଡିଆରେ ନୂତନ ବର୍ଷର ଅଭିନନ୍ଦନ ଜଣାଉଛି ତ କିଏ ଗ୍ରିଟିଙ୍ଗ କାର୍ଡ ଓ ଫୁଲତୋଡା ଧରି ପ୍ରତ୍ୟେକ୍ଷ ଭାବେ ପହଞ୍ଚି ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଉଛି । ଯେଉଁଥିପାଇଁ ସକାଳୁ ସକାଳୁ ରାଜଧାନୀର ଫୁଲ ଦୋକାନ ଗୁଡିକରେ ଦେଖିବାକୁ ମିଳିଛି ପ୍ରବଳ ଭିଡ ।

Bhubaneswar flower shop (ETV Bharat Odisha)

ଗୋଲାପ ଠାରୁ ଆରମ୍ଭ କରି ଡାଲିଆ ଓ ଅର୍ଚିଡ୍ ଭଳି ଦେଶୀ ବିଦେଶୀ ଫୁଲକୁ ସଜେଇ ଫୁଲ ଦୋକାନୀ ତୋଡାଟିଆ ବାନ୍ଧି ଦେଉଥିବା ବେଳେ ସେହି ତୋଡ଼ାକୁ ନେଇ ବେଶ ଶ୍ରଦ୍ଧାର ସହ ଶୁଭେଚ୍ଛା ଓ ଶୁଭକାନା ଜଣାଉଛନ୍ତି ରାଜ୍ୟବାସୀ । ଶୁଭେଚ୍ଛାର ଏହି ପର୍ବକୁ ଫୁଲ ତୋଡ଼ା ଓ ଫୁଲର ଉପହାର ସହ ମନେଇବାକୁ ନେଇ ରାଜ୍ୟର ବିଭିନ୍ନ ଫୁଲ ଦୋକାନରେ ଭିଡ ଲାଗିଛି । ଧଳା ନାଲି ନୀଳ ଫୁଲ ଗୁଚ୍ଛକୁ ସଜେଇ ଦୋକାନୀ ଗ୍ରାହକଙ୍କୁ ତୋଡାଟିଆ ଧରାଇଦେଉଥିବା ବେଳେ ଗ୍ରାହକ ନିଜ ମନ ପସନ୍ଦର ଫୁଲ କିଣି ନେଉଛି ।

Bhubaneswar flower shop (ETV Bharat Odisha)

ଭଲ ରୋଜଗାର ଆଶାରେ ବ୍ୟବସାୟୀ

ସେପଟେ ନୂଆବର୍ଷରେ ଭଲ ବ୍ୟବସାୟ ହେବାର ଆଶା ବାନ୍ଧି ବସିଛି ଫୁଲ ଦୋକାନୀ । ୨୦ ଟଙ୍କାରୁ ଆରମ୍ଭ କରି ୩ ହଜାର ପର୍ଯ୍ୟନ୍ତ ଫୁଲ ତୋଡାର ଦାମ ରହିଥିବା ବେଳେ ଲୋକଙ୍କ ମନ ପସନ୍ଦର ଫୁଲ ଧରାଇ ଭଲ ବ୍ୟବସାୟ କରିଛି ବ୍ୟବସାୟୀ । ଓଡିଶା, କୋଲକାତା ଓ ବାଙ୍ଗାଲୁରୁରୁ ଏହି ଫୁଲ ଆସୁଥିବା ବେଳେ ଗ୍ରାହକମାନେ ମଧ୍ୟ ଏହି ଫୁଲକୁ ବେଶ ପସନ୍ଦ କରୁଥିବା କହିଛନ୍ତି ବ୍ୟବସାୟୀ ।

Bhubaneswar flower shop (ETV Bharat Odisha)
Bhubaneswar flower shop (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଜଗା ଦର୍ଶନ ସହ ନୂଆବର୍ଷ ଆରମ୍ଭ, ଜନସମୁଦ୍ର ଶ୍ରୀକ୍ଷେତ୍ର

ବିଦାୟ ନେଲା 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମିଲା ରାଜଧାନୀ

2025କୁ ସ୍ୱାଗତ କଲେ ଓଲିଉଡ଼ ସେଲିବ୍ରିଟି, 2024କୁ ଏମିତି ଦେଲେ ବିଦାୟ

ରାଜଧାନୀର ଜଣେ ଫୁଲ ଦୋକାନୀ କହିଛନ୍ତି, "ଲୋକାଲ ଫୁଲ ଅପେକ୍ଷା ବାହାର ଫୁଲର ଅଧିକ ଦାମ ରହିଛି । ଚଳିତ ବର୍ଷ ବୁଧବାର ନୂଆବର୍ଷ ପଡୁଥିବାରୁ ଆଶା ଅଛି ଭଲ ବ୍ୟବସାୟ ହେବ । ଗତ ବର୍ଷ ନୂଆବର୍ଷ ରବିବାର ଛୁଟିଦିନରେ ପଡିଥିବାରୁ ସେତେଟା ଭଲ ବ୍ୟବସାୟ ହୋଇନଥିଲା ।"

Bhubaneswar flower shop (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details