ଭୁବନେଶ୍ବର:ନୂଆବର୍ଷରୁ ଆକାଶପଥରେ ଆହୁରି ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା । ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା । ତେବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ଓ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟରେ ସୂଚନା ଦେଇଛନ୍ତି ।
- ଭୁବନେଶ୍ବରରୁ କେଉଁ ସହରକୁ ଉଡ଼ିବ ବିମାନ:-
ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ । ଭୁବନେଶ୍ବରରୁ ମଧ୍ୟ ପ୍ରଦେଶର ଇନ୍ଦୋର, ଉତ୍ତରାଖଣ୍ଡର ଡେରାଡୁନ୍, କେରଳର କୋଚି, ରାଜସ୍ଥାନର ଜୟପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌକୁ ଉଡ଼ିବ ବିମାନ । ସିଧାସଳଖ ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ଏୟାର କନେକ୍ଟିଭିଟି ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
- ଝାରସୁଗୁଡ଼ାରୁ କେଉଁ ସହରକୁ ଉଡିଵ ବିମାନ:-
ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ । ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ ।
ଏହା ମଧ୍ୟ ପଢନ୍ତୁ:- |