ଭୁବନେଶ୍ବର:ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । ନ୍ୟାୟିକ କମିଶନଙ୍କ ପ୍ରଥମ ଶୁଣାଣି ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବା ନେଇ ସୂଚନା ରହିଛି ।
ଗଣ୍ଡଗୋଳ ହୋଇଥିବା ସ୍ଥାନର ସ୍ପଟ୍ ଭିଜିଟ୍:
ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । "ଆଜିଠୁ ନ୍ୟାୟିକ କମିଶନଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଶୁଣାଣି ବୈଠକ ଶେଷ ହୋଇଛି । ବୈଠକ ପରେ ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବେ" ବୋଲି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତ କମିଶନଙ୍କ ସଚିବ । ସେ କହିଛନ୍ତି, "ଭରତପୁର ଥାନା ଯିବା ସହ ମେଜର, ବାନ୍ଧବୀଙ୍କ ସହ ଯେଉଁ ସ୍ଥାନରେ ଯୁବକମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ ତଦନ୍ତ କରିବେ କମିଶନ । ଭରତପୁର ଥାନା ଏବଂ ପଥରଗାଡ଼ିଆ ଛକ ଅନୁଧ୍ୟାନ କରି ତଦନ୍ତ କରିବେ । ପରେ ଆସନ୍ତା ୩୦ ତାରିଖରେ କମିଶନ କରିବେ ଦ୍ଵିତୀୟ ଶୁଣାଣି ।"
ପ୍ରଥମ ଶୁଣାଣିରେ କ'ଣ ହେଲା?
ଆଜି କମିଶନଙ୍କ ପ୍ରଥମ ଶୁଣାଣିରେ ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଗଲା । ଉଭୟ ପକ୍ଷଙ୍କୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ଅବଗତ କରାଇଲେ କମିଶନ । ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୀଡିତାଙ୍କ ବାପା କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଶିଥିଳ ରହିଛି ବୋଲି କହିଛନ୍ତି । ପୀଡିତାଙ୍କ ବାପା କହିଛନ୍ତି, "ସେନା ଅଧିକାରୀଙ୍କୁ ଥାନାରେ କେମିତି ବ୍ୟବହାର କରିବା କଥା ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOPରୁ ସ୍ପଷ୍ଟ ହୋଇଛି । ପୋଲିସ ଏହି SOP ମାନିନାହିଁ । ସେଥିପାଇଁ ପୋଲିସ ବିରୋଧରେ ଡିଜିପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।"
ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ୧୬ ଜଣ ହାଜର: