ଭଦ୍ରକ: ସୋସିଆଲ ମିଡିଆ (ଫେସବୁକ) ପୋଷ୍ଟକୁ ନେଇ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଥାନା ଅଞ୍ଚଳରେହିଂସା ପରେ ପୋଲିସ ଛାଉଣୀରେ ପରିଣତ ହୋଇଛି ସମଗ୍ର ଭଦ୍ରକ ସହର । ଧାରା-163 ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି । ହିଂସାରେ ସମ୍ପୃକ୍ତ ୯ ଅଟକଙ୍କ ମଧ୍ୟରୁ 7 ଜଣଙ୍କୁ ଗିରଫ କଲା ପୋଲିସ ।
ବନ୍ଦ ହେଲା ଇଣ୍ଟରନେଟ :-
ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଭଦ୍ରକ ଓ ଧାମନଗରରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସା ଓ ସାମ୍ପ୍ରଦାୟିକ କାର୍ଯ୍ୟକଳାପ ଦେଖାଯାଇଛି । ଭାରତୀୟ ଟେଲିଗ୍ରାଫ ଆକ୍ଟ-1985 ଅନୁସାରେ, ଏହି ସ୍ଥାନରେ ସମସ୍ତ ପ୍ରକାର ମୋବାଇଲ ଡାଟା ସେବା ଓ ଫେସବୁକ, ଓ୍ବାଟ୍ସଆପ, ଇନଷ୍ଟାଗ୍ରାମ ଓ ‘ଏକ୍ସ’ ପରି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମର ସଞ୍ଚାଳନ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।
- ବିଳମ୍ବିତ ରାତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ:
ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଡିଆଇଜିଙ୍କ ସହ ଭଦ୍ରକ ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ଅଧିକାରୀ ବିଳମ୍ବିତ ରାତିରେ ହିଂସା ପ୍ରଭାବିତ ସ୍ଥାନରେ ସ୍ଥିତି ପରଖିବା ସହ ନିଜେ ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସମସ୍ତ ସମ୍ପ୍ରଦାୟର ମୁରବୀ ଶ୍ରେଣୀର ବ୍ୟକ୍ତି, ଜନ ପ୍ରତିନିଧି, ବୁଦ୍ଧିଜୀବୀଙ୍କ ସହ ପ୍ରଶାସନ ନିରନ୍ତର ଯୋଗାଯୋଗରେ ଅଛି । ଏକ ଶାନ୍ତି କମିଟି ଗଠନ କରିବା ପାଇଁ ପ୍ରୟାସ କରାଯାଉଥିବା ଡିଆଇଜି କହିଛନ୍ତି ।
- 12 ପ୍ଲାଟୁନ ଫୋର୍ସ ମୁତୟନ:-
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା (BNSS) ଧାରା-163 ଧାରା ଜାରି ରହିଛି । ସହରରେ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଗତକାଲି ରାତିରେ ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପାଟ୍ରୋଲିଂ ମାର୍ଚ୍ଚ ମଧ୍ୟ କରିଛି । ଅଞ୍ଚଳ ମଧ୍ୟକୁ ଯାତାୟତ କରୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ନକାବନ୍ଦୀ କରାଯାଉଛି । ଏଥିସହ ଲୋକମାନଙ୍କୁ ଏକାଠି ହେବା ଉପରେ ଡାକବାଜୀ ମାଧ୍ୟମରେ କଟକଣା ଜାରି କରାଯାଇଛି । ଧାମନଗରରେ 6 ପ୍ଲାଟୁନ ଫୋର୍ସ ମୁତୟନ । ସେହିପରି 2ଟି କମ୍ପାନୀ ଆରପିଏଫ ମଧ୍ୟ ମୁତୟନ କରାଯାଇଛି । ସେପଟେ ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
- ଧାମନଗରରେ ମଧ୍ୟ ଉତ୍ତେଜନା:-