ଓଡିଶା

odisha

ETV Bharat / state

ଦାନା ପାଣି ବୁଡ଼ାଇବ ବାତ୍ୟା 'ଦାନା' ! ଚିନ୍ତାରେ ନିଆଳି ଧାନ ଓ ପାନ ଚାଷୀ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶା ଓ ଆଶଙ୍କାରେ କଟକ ନିଆଳି ଅଞ୍ଚଳର ପାନ ଓ ଧାନ ଚାଷୀ । ଚାଷ ନଷ୍ଟ ହୋଇଯିବା ଭୟରେ ଚାଷୀକୂଳ ।

FARMERS WORRIED ABOUT CROPS
FARMERS WORRIED ABOUT CROPS (ETV BHARAT ODISHA)

By ETV Bharat Odisha Team

Published : 4 hours ago

ନିଆଳି: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ଏବେଠାରୁ ଭୟଭୀତ ଚାଷୀ । ବାତ୍ୟା ପ୍ରଭାବରେ ଫସଲ ନଷ୍ଟ ହେବା ଚିନ୍ତା ଘାରିଛି ପାନ ଓ ଧାନ ଚାଷୀଙ୍କୁ । ବର୍ଷକର ଅର୍ଜିତ ଫସଲକୁ ବାତ୍ୟା ନଷ୍ଟ କରିଦେବା ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ହଜାର ହଜାର ଚାଷୀ । ବାତ୍ୟା ସମୟରେ ଜୋରରେ ପବନ ହେଲେ ଶହ ଶହ ପାନ ବରଜ ମଧ୍ୟ ଭାଙ୍ଗି ଯିବାର ସମ୍ଭାବନା ଦେଖା ଦେଇଛି । ଯଦି ବର୍ଷା ହୁଏ, ତେବେ ଧାନ ଚାଷ କ୍ଷତି ପହଞ୍ଚିବ । ନିଆଳି, କଣ୍ଟାପଡ଼ା, କଟକ ସଦର ଓ ବାରଙ୍ଗ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ଚାଷୀ ବାତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ପନି ପରିବା ଫସଲ ମଧ୍ୟ ନଷ୍ଟ ହେବ । ଏହାରି ଫାଇଦା ନେଇ କେତେକ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ମନ ଇଚ୍ଛା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ।

'ବର୍ଷକ ଦାନା ପାଣିରେ ବୁଡ଼ିବ'

କଟକ ଜିଲ୍ଲା ନିଆଳି ବ୍ଳକର ଧାନ ଚାଷୀ ବସନ୍ତ ଦାସ କହିଛନ୍ତି," ତିନି ମାସ ତଳେ ଟଙ୍କା ଖର୍ଚ୍ଚ କରି ଧାନ ଫସଲ କରିଥଲୁ ।ଏବେ ଥୋଡ଼ ସମୟ , ଯଦି 'ଦାନା' ପ୍ରଭାବରେ ପବନ ଓ ବର୍ଷା ହୁଏ ତେବେ ବର୍ଷକର ଦାନା ପାଣି ବୁଡିବ । କେମିତି ଚଳିବୁ ଚିନ୍ତା ବଢି ଯାଇଛି । ବିଭିନ୍ନ ସ୍ଥାନରୁ ୠଣ ଆଣି ଧାନ ଚାଷ କରିଥିଲୁ କେମିତି ସୁଝିବୁ ବୋଲି କହିଛନ୍ତି ।'' ଚାରୋଟି ବ୍ଲକ ଅଞ୍ଚଳରେ ହଜାର ହଜାର ହେକ୍ଟର ଧାନ ଫସଲରେ ଧାନ ଥୋର ଅବସ୍ଥାରେ ରହିଛି ।‌

FARMERS WORRIED ABOUT CROPS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

FARMERS WORRIED ABOUT CROPS (ETV BHARAT ODISHA)

'ପାନ ବରଜ ଉଜୁଡ଼ି ଯିବ'

ପାନ ଚାଷୀ ମାନସ ରଞ୍ଜନ ସାହୁ କହିଛନ୍ତି," ଚାଷୀ କୂଳରେ ଜନ୍ମ ହେବା ଅଭିଶାପ । ଚାଷୀ ସବୁବେଳେ ଦୁଃଖରେ । ବାତ୍ୟା ଯୋଗୁଁ ପାନଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ପାନ ଚାଷୀଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ନାହିଁ । ବଜାରରେ ପାନ ଦର ନାହିଁ । ଶାଗ ମାଛ ଦରରେ ପାନ ବିକ୍ରି ହେଉଛି । ବାତ୍ୟା ଯଦି ହୁଏ ତେବେ ପାନ ବରଜ ଭାଙ୍ଗିଯିବ । ଲକ୍ଷାଧିକ ଟଙ୍କାରେ ଆଉ ପାନ ବରଜ ନିର୍ମାଣ କରିବା ସମ୍ଭବ ନୁହେଁ । ''

FARMERS WORRIED ABOUT CROPS (ETV BHARAT ODISHA)

'ବାତ୍ୟା ହେଲେ ଫସଲ ନଷ୍ଟ'

ନିଆଳି ବ୍ଲକ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ କହିଛନ୍ତି," ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବାତ୍ୟାକୁ ନେଇ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ୫୩ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ଗର୍ଭବତୀ ମହିଳା ଓ ବୃଦ୍ଧମାନଙ୍କୁ ନିରାପତ୍ତା ସ୍ଥାନକୁ ନିଆଯିବ । ଓଡ୍ରାଫ ଓ ଏମ୍.ଡି.ଆର.ଏଫ କର୍ମଚାରୀ ଆଜି ସନ୍ଧ୍ୟାରେ ପହଞ୍ଚିବେ । କଚା ଘର ଛାଡି ନିରାପଦ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବାତ୍ୟାର ଗତିବିଧି ସମ୍ପର୍କରେ ନଜର ରଖା ଯାଇଛି । ଯଦି ବାତ୍ୟା ହୁଏ ଫସଲ ବି ନଷ୍ଟ ହେବ । ଗୋରୁ ଗାଈଙ୍କ ପାଇଁ ସୁବିଧା କରାଯାଇଛି । '' ଏନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ପ୍ରଶାସନ ।

FARMERS WORRIED ABOUT CROPS (ETV BHARAT ODISHA)

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details