ଓଡିଶା

odisha

ETV Bharat / state

ଏହି କାରଣରୁ ଆସିପାରିନି ସୁଭଦ୍ରା ଟଙ୍କା, ଏପରି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - SUBHADRA INSTALLMENT

ଅବଶିଷ୍ଟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ସୁଭଦ୍ରା ଟଙ୍କା । ଗୋଟିଏ ନମ୍ବରରେ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

DY CM ON SUBHADRA YOJANA
DY CM ON SUBHADRA YOJANA (ETV Bharat)

By ETV Bharat Odisha Team

Published : Nov 13, 2024, 8:58 PM IST

Updated : Nov 13, 2024, 9:06 PM IST

ଭୁବନେଶ୍ବର: ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଟଙ୍କା । ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ ରଦ୍ଦ ହୋଇଥିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

DY CM ON SUBHADRA YOJANA (ETV Bharat Odisha)

ଏହି ସମସ୍ୟା ପାଇଁ ଆସିନି ଟଙ୍କା:

ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ । ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି ।"

ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର:

ସୁଭଦ୍ରା ଟଙ୍କା ପାଇବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ । ରାଜ୍ୟର ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମାନ ନାହିଁ । ଯାହାର ଦୁଇ ତିନୋଟି ଆକାଉଣ୍ଟ ରହିଛି, ସେମାନଙ୍କର ଏଭଳି ସମସ୍ୟା ହେଉଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ । ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା।"

ଏହା ବି ପଢନ୍ତୁ...ସୁଭଦ୍ରା ଯୋଜନା: ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
ଏହା ବି ପଢନ୍ତୁ...ଏ ବର୍ଷ ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା, ଦୁଇ ପର୍ଯ୍ୟାୟରେ ପାଇସାରିଲେଣି ୬୦ ଲକ୍ଷ

ଏହା ବି ପଢନ୍ତୁ...ସୁଭଦ୍ରା ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ, ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ରଦ୍ଦ ତାଲିକାର ଯାଞ୍ଚ :
"୨ ଲକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ ଅଫିସକୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ । ସେପଟେ ନଭେମ୍ବର ୨୪ରେ ଆସିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ସୁଭଦ୍ରା ଟଙ୍କା । ଏନେଇ ଆଗରୁ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁନ୍ଦରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଆରମ୍ଭ କରାଯିବ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ମହିଳାଙ୍କୁ ଟଙ୍କା ମିଳିବ । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ" ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2024, 9:06 PM IST

ABOUT THE AUTHOR

...view details