ନିମାପଡା:'ପାଣି ନାହିଁ ତ ଭୋଟ ନାହିଁ' । ରାଜରାସ୍ତାରେ ଗରା, ବାଲଟି ଧରି ମହିଳାମାନଙ୍କ ପ୍ରତିବାଦ ।ଦୀର୍ଘ ବର୍ଷ ହେଲା ପାନୀୟ ସମସ୍ୟାରେ ଜୁଝି ହେଉଥିବା ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ଗ୍ରାମବାସୀମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ପାନୀୟ ସମସ୍ୟାର ସମାଧାନ ନହେଲେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ସହ କୌଣସି ରାଜନେତାଙ୍କୁ ଗ୍ରାମରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l
ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ପାନୀୟ ଜଳ ଯୋଜନା କରାଯାଇଛି l କିନ୍ତୁ ଦୀର୍ଘ 30 ବର୍ଷ ହେଲା ଶୁଦ୍ଧ ପାଣି ପାଇଁ ସଂଘର୍ଷ କରିଆସୁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତର ବରିମୁଣ୍ଡ ଗ୍ରାମବାସୀ l ବରିମୁଣ୍ଡ ଗ୍ରାମ ନିକଟରେ ବସୁଧା ଜଳ ଯୋଜନାରେ ଓଭର ହେର୍ଡ ଟ୍ୟାଙ୍କ ନିର୍ମାଣ କରାଯାଇଥିଲେ ଏବେ ସୁଦ୍ଧା ମଧ୍ୟ ବରିମୁଣ୍ଡ ଗ୍ରାମକୁ ପାଇପ ଲାଇନ୍ ପଡିନାହିଁ । ପାଣି ଟିକେ ପାଇଁ ଗ୍ରାମର ମହିଳାମାନେ ୩ କିଲୋମିଟର ଦୂରରେ ଥିବା ଏକ କାଦୁଅ ନଦୀ ଉପରେ ନିର୍ଭର କରିଥାନ୍ତି । ଘର ଠାରୁ ନଦୀର ଦୂରତ୍ୱ ୩ କିଲୋମିଟର ହୋଇଥିବା ବେଳେ ସନ୍ଧ୍ୟା ସମୟରେ ନଦୀକୁ ଯିବା ସୁରକ୍ଷିତ ହୋଇ ନଥାଏ l
ଏହାମଧ୍ୟ ପଢନ୍ତୁ..ବର୍ଷା ହେଉକି ଶୀତ, ପାଣି ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ