ଓଡିଶା

odisha

ETV Bharat / state

11 ଦିନରେ ଭରିଗଲା ମନ; ବିଜେପି ଛାଡି ବିଜେଡି ଫେରିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି - Bari Block Chairman rejoins BJD - BARI BLOCK CHAIRMAN REJOINS BJD

Bari Block Chairman Ashok Kumar Gedi returns to BJD: 11 ଦିନ ତଳେ ବିଜେପିରେ ସାମିଲ ହୋଇ ଆଜି ପୁନର୍ବାର ବିଜେଡ଼ିକୁ ଫେରିଥିବା ଅଶୋକଙ୍କୁ ଦଳ ସ୍ୱାଗତ କରିଛି । ଘର ବାହୁଡିଥିବା ଅଶୋକଙ୍କୁ ସମସ୍ତେ ଉତ୍ତରୀୟ ପକାଇ ସମସ୍ତେ ଦଳରେ ସାମିଲ କରିଛନ୍ତି । ଅଧିକ ପଢନ୍ତୁ

Bari Block Chairman rejoins BJ
Bari Block Chairman rejoins BJ (ETV Bharat Odisha)

By ETV Bharat Odisha Team

Published : Aug 27, 2024, 10:50 PM IST


ଭୁବନେଶ୍ବର:ଦଳବଳ ସହ ଗତ 16 ତାରିଖରେ ବିଜେପିରେ ସାମିଲ ହୋଇଥିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି । ବିଜେପିରେ ସାମିଲ ହେବାର 11 ଦିନ ପରେ ପୁନର୍ବାର ବିଜେଡିକୁ ବାହୁଡିଛନ୍ତି ଅଶୋକ । ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଛନ୍ତି ଅଶୋକ । ବିଜେଡିକୁ ପତ୍ୟାର୍ବତନ କରିଛନ୍ତି ଯାଜପୁର ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି । ବିଜେପି ଛାଡି ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି । ଅଶୋକଙ୍କୁ ବିଜେଡିରେ ସାମିଲ କରିବା ଲାଗି ଶଙ୍ଖ ଭବନରେ ଏକାଠି ହୋଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ଦଳର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଓ ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ।



ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ବରି ବ୍ଲକର ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ, ପ୍ରଲୋଭନ ଓ ବିଭିନ୍ନ ପ୍ରକାର ଧମକ ଦେଇ ବିଜେପିରେ ମିଶାଇ ବାହାବା ନେବାକୁ ଚେଷ୍ଟା କରିଥିଲେ । ସେକଥା ଆଜି ଫସର ଫାଟି ଯାଇଛି । ବିଜେପି କ୍ଷମତାର ଦୁରୁପଯୋଗ କରୁଛି । ବିଜେପି କର୍ମୀ, ବିଧାୟକ, ସାଂସଦ ସମସ୍ତଙ୍କୁ ଧମକାଇବା, ପ୍ରଲୋଭନ ଦେଖାଇଥିଲେ । ବରୀ ବ୍ଲକରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିବା ଶାସକ ଦଳର ଲକ୍ଷ୍ୟ ନୁହେଁ । ବରୀ ନିର୍ବାଚନ ମଣ୍ଡଳୀ ବରୀ ବ୍ଲକର ଅଧ୍ୟକ୍ଷ ଯିଏ ବିଜେପିକୁ ଯାଇଥିଲେ ତାଙ୍କୁ ଧମକ ଦିଆଯାଇଥିଲା । ବ୍ଲକ ବିକାଶ କଥା ଚିନ୍ତା ନ କରି ବିଜେପି କର୍ମୀ କିଭଳି ଫାଇଦା ପାଇବେ ସେ ନେଇ ଯୋଜନା କରିଥିଲେ । ଅଶୋକ ଏହି ସୂଚନା ପାଇବା ପରେ ସେ ପୁଣି ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ଦଳକୁ ଫେରିଛନ୍ତି ।"



ପ୍ରମିଳା ଆହୁରି ମଧ୍ୟ କହିଛନ୍ତି, "ଅଶୋକ କରିଥିବା ଭୁଲକୁ ଅନୁଭବ କରି ଫେରିଥିବାରୁ ଆମେ ତାଙ୍କୁ ଦଳକୁ ସ୍ୱାଗତ କରୁଛି । ଯାଜପୁର ଜିଲ୍ଲାରେ ଦଳ ଯେଭଳି ସୁସଂଗଠିତ ହୋଇଥିଲା । ସେମିତି ସୁସଂଗଠିତ ହୋଇ ରହିଛି । ଭବିଷ୍ୟତରେ ଯାଜପୁର ଜିଲ୍ଲାରେ ଦଳ ଆହୁରି ସୁଦୃଢ ହେବ । ନବୀନ ପଟ୍ଟନାୟକଙ୍କ ଯାଜପୁର ଜିଲ୍ଲାବାସୀଙ୍କ ଯେଉଁ ଭଳି ଭରସା ଅଛି । ଭବିଷ୍ୟତରେ ମଧ୍ୟ ସେଇ ଭଳି ଭରସା ରହିବ । ବିଜେଡି ମିଶି ଅଶୋକ କୁମାର ଗେଡି ଏକଥା ପୁଣି ପ୍ରମାଣ କରିଛନ୍ତି ।"



ବିଜେଡିକୁ ପୁଣି ଫେରିବା ପରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି କହିଛନ୍ତି, "ଏହି ଘରେ ଥିଲି, ଏହି ଘରେ ଏବେ ପୁଣି ଅଛି । ଟିକେ ବାଟ ବାହୁଡା ହୋଇ ଯାଇଥିଲି । ସରକାର ପରିବର୍ତ୍ତନ ହେବା ପରେ ବରୀର ବିକାଶ ପାଇଁ ବିଜେପିକୁ ଯାଇଥିଲି । ବିଜେପିରେ ସାମିଲ ହେବା ପରେ 11 ଦିନ ଭିତରେ ଦେଖିଲି, ବିକାଶର ବାସ୍ତବତା ନେଇ କୌଣସି ଅନୁଭବ କରିପାରିଲି ନାହିଁ । ବିଜେଡି ଛାଡି ବିଜେପିରେ ସାମିଲ ହେବା ବେଳେ ବରୀର ବିକାଶ କଥା କହିଥିଲି । ଜାଣିଲି ବିକାଶ କେବଳ ଫମ୍ପା ଆବାଜ ଏବଂ ମିଛ ପ୍ରତିଶ୍ରୁତି । ସେଠାରେ କିଛି ପରିବର୍ତ୍ତନ ହେବନାହିଁ ଅନୁଭବ କରି ମୁଁ ପୁଣି ଥରେ ମୋ ଦଳକୁ ଫେରିଲି ।"

ABOUT THE AUTHOR

...view details