ପୁରୀ:ବରଗଡ଼ରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ କରି କଂସ ମହାରାଜ ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ର ଆସି ମହୋଦଧିରେ ବୁଡ ପକାଇଛନ୍ତି । କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅଭିନୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ କଂସ ମହାରାଜା ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ତୀର୍ଥରାଜ ମହୋଦଧି ଯାଇ ସ୍ନାନ କରିବା ପରେ ପାପରୁ ମୋକ୍ଷ ପ୍ରାପ୍ତି ପାଇଁ ଶରଣାପନ୍ନ ହୋଇଛନ୍ତି ମହାପ୍ରଭୁଙ୍କ ପାଖରେ ।
ମହାପ୍ରଭୁଙ୍କ ଶରଣରେ କଂସ ମହାରାଜା:
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ କଂସ (ETV Bharat Odisha) ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରିନାହିଁ । କଂସ ମହାରାଜ ଶ୍ରୀକ୍ଷେତ୍ରରେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଥିଲେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ । ଯାତ୍ରା ସମୟରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ମହାପ୍ରଭୁଙ୍କ ନିକଟରେ । ଏଥିପାଇଁ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ପରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି ।
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜା (ETV Bharat Odisha) ପୁରୀରେ ପ୍ରାୟଶ୍ଚିତ ପରମ୍ପରା:
ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରମ୍ପରା ରହିଛି । ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ । ଶ୍ରୀଜିଉଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜା (ETV Bharat Odisha) ‘ଯୁବ ସମାଜ ନିଜ ପିତା ମାତାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି । ବୃଦ୍ଧ କାଳରେ ପିତାମାତାଙ୍କ ସେବା କରିବା ସହ ସେମାନଙ୍କୁ କୌଣସି ବୃଦ୍ଧାଶ୍ରମକୁ ଛାଡ଼ନ୍ତୁ ନାହିଁ ।’ ବୋଲି କଂସ ମହାରାଜ ବାର୍ତ୍ତା ଦେଇଛନ୍ତି ।
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜା (ETV Bharat Odisha) କଂସ ମହାରାଜ ଶ୍ରୀମନ୍ଦିର ଆସି ଦର୍ଶନ କରିବା ପରମ୍ପରା ରହିଛି: ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ କଂସ ମହାରାଜଙ୍କ ଶ୍ରୀମନ୍ଦିର ଦର୍ଶନ ହେଉଛି ଧନୁଯାତ୍ରାର ଅନ୍ତିମ ପର୍ବ। ସବୁଠାରୁ ଶକ୍ତିଶାଳୀ କଂସ ମହାରାଜଙ୍କ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇ ପ୍ରାୟଶ୍ଚିତ କରିବା ଧନୁଯାତ୍ରାର ଏକ ଅଭିନବ ପରମ୍ପରା ।
ଏହା ମଧ୍ୟ ପଢନ୍ତୁ:
ଅଧର୍ମ ଉପରେ ଧର୍ମର ଜୟ; କଂସ ବଧ ସହ ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
ଧନୁଯାତ୍ରା ବୁଲିଲେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ୍
କାନ୍ଦୁଛି ଗୋପପୁର, ବିଦାୟ ନେଲେ କୃଷ୍ଣ-ବଳରାମ
ବରଗଡ ଧନୁଯାତ୍ରା:
ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜା (ETV Bharat Odisha) ବରଗଡରେ 11 ଦିନ ଧରି ଚାଲିଥିଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଗତ ପୌଷ ପୂର୍ଣ୍ଣିମାରେ ସମାପ୍ତ ହୋଇଛି । ଯାହାକି ଗତ ଜାନୁଆରୀ 3ରୁ ଚାଲିଆସିଥିଲା । ଅଧର୍ମ ଉପରେ ଧର୍ମର ବିଜୟ ସହ ଶେଷ ହୋଇଛି ଧନୁଯାତ୍ରା । 11 ଦିନର ଏହି ଯାତ୍ରା ସମାଜକୁ ଅନେକ ବାର୍ତ୍ତା ଦେଇଥିବା ବେଳେ ଏଥର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ପୁଣି ଅପେକ୍ଷା ଆସନ୍ତା ବର୍ଷକୁ ।
ଇଟିଭି ଭାରତ, ପୁରୀ