ଓଡିଶା

odisha

ETV Bharat / state

ଅଧର୍ମ ଉପରେ ଧର୍ମର ଜୟ; କଂସ ବଧ ସହ ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା - DHANU YATRA

ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ଦିନରେ ମହାରାଜ କଂସଙ୍କୁ ବଧ କଲେ ଭଗବାନ କୃଷ୍ଣ ।

କଂସ ବଧ ସହ ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
କଂସ ବଧ ସହ ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା (ETV BHARAT ODISHA)

By ETV Bharat Odisha Team

Published : Jan 14, 2025, 4:12 PM IST

ବରଗଡ:ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଅଧର୍ମର ଅନ୍ତ ଓ ଧର୍ମ ସଂସ୍ଥାପନା ନିଶ୍ଚିତ, ଏହି ମର୍ମକୁ ପ୍ରତିପାଦିତ କରି ପ୍ରବଳ ପ୍ରତାପୀକଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ,ଭକ୍ତି,ବିରହ,ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିଥିବା ମହା ପୌରାଣିକ ନାଟକର ଶେଷରେ ସତ୍ୟ ଓ ଧର୍ମର ଜୟହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂର୍ଣ୍ଣିମା (ଗତକାଲି)ରେ ସମାପ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-କାନ୍ଦୁଛି ଗୋପପୁର, ବିଦାୟ ନେଲେ କୃଷ୍ଣ-ବଳରାମ - BARGARH DHANU YATRA 2025

  • ଭଣଜା ହସ୍ତରେ ପରାହତ ହେଲେ କଂସ:-

ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରାର ଭ୍ରମଣ କରି ମହାରାଜ କଂସଙ୍କ ଧନୁଯାତ୍ରାରେ ପହଞ୍ଚିଥିଲେ । ମହାରାଜ କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ୱାରରେ ଥିଲା ଶକ୍ତିଶାଳୀ କୁବଳୟା ହସ୍ତୀ । କୁବଳୟା ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧାଙ୍କୁ ବଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ । ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ ପ୍ରବଳ ପ୍ରତାପୀ କଂସ ମଧ୍ୟ କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ତାହା ପ୍ରମାଣିତ ହୋଇଥିଲା ।

କଂସ ବଧ ସହ ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା - DHANU JATRA

କୃଷ୍ଣଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରାଇଥିଲେ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବାସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ କରାଇଛନ୍ତି । ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ, ତାହା ପ୍ରମାଣିତ କରିଛି । ଧନୁଯାତ୍ରାର ସମାପ୍ତି ପରେ ଅପେକ୍ଷା ପୁଣି ଆରବର୍ଷକୁ ।

dhanu yatra (ETV BHARAT ODISHA)
dhanu yatra (ETV BHARAT ODISHA)

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details