ଓଡିଶା

odisha

ETV Bharat / state

EXCLUSIVE Report; ରାଜ୍ୟରେ କିପରି ଚିହ୍ନଟ ହେବେ ବାଂଲା ଅନୁପ୍ରବେଶକାରୀ ? ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ପରେ ଜିଲ୍ଲାଓ୍ବାରୀ ହଲଚଲ୍, ଜଳପଥରେ ଜଗିଛି କୋଷ୍ଟଗାର୍ଡ - Bangladeshi infiltration tension

Bangladeshi infiltration tension in odisha; ETV Bharat Odisha exclusive report; ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ବୟାନ । ଓଡିଶାରୁ ବିଦା ହେବେ ବାଂଲାଦେଶୀ । ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ । ସମସ୍ତ ଜିଲ୍ଲାପାଳ-ଏସପିଙ୍କୁ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସରକାରଙ୍କ ନଜରରେ ଭୁବନେଶ୍ବର, କେନ୍ଦ୍ରାପଡା ଓ ପୁରୀ, ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ...

Bangladeshi infiltration tension
Bangladeshi infiltration tension (ETV Bharat Odisha)

By ETV Bharat Odisha Team

Published : Sep 5, 2024, 5:51 PM IST

Updated : Sep 5, 2024, 7:17 PM IST

ଭୁବନେଶ୍ବର/ପୁରୀ/କେନ୍ଦ୍ରାପଡା:ରାଜ୍ୟରେ କେତେ ଅଛନ୍ତି ବାଂଲାଦେଶୀ ? ଓଡିଶାରେ ଦୂର ହେବ କି ବାଂଲାଦେଶୀ ଟେନସନ୍, ଚିହ୍ନଟ ହେବେ କି ଅନୁପ୍ରବେଶକାରୀ । କେଉଁ କେଉଁ ଜିଲ୍ଲା ଅନୁପ୍ରବେଶକାରୀଙ୍କ ସେଫ୍ ଜୋନ୍ । 2021 ତଥ୍ୟ ଅନୁସାରେ ରାଜ୍ୟରେ ଅଛନ୍ତି ମୋଟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ । 7 ଜିଲ୍ଲାରେ ବେଆଇନ ଭାବେ ବାସକରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ହଟ୍ ଟପିକ୍ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସଂଖ୍ୟା ଦ୍ବନ୍ଦ୍ବ, ଗ୍ରାଉଣ୍ଡରେ ଢେର ଅଧିକ ବସବାସ କରୁଥିବା ଆଇନଜୀବୀଙ୍କ ଦାବି । ମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା ଗଣିତ ମୁତାବକ ମୋଟ ୧୬୪୯ ଜଣ ବାଂଲାଦେଶୀ କେବଳ କେନ୍ଦ୍ରାପଡାରେ ଅଛନ୍ତି । ହେଲେ ଏହି ତଥ୍ୟ କେତେ ଠିକ୍ ? ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା ୨୦୦୬ରେ ମଧ୍ୟ ସମାନ ଥିବା କୁହାଯାଉଛି । ଜିଲ୍ଲାରେ ତିନୋଟି ସାମୁଦ୍ରିକ ଥାନା ରହିଥିବା ବେଳେ ସାମ୍ପ୍ରତିକ ସ୍ଥିତିକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି ।

Bangladeshi infiltration tension (ETV Bharat Odisha)

କେନ୍ଦ୍ରାପଡାରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ ? ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟକୁ ଟାର୍ଗେଟ କଲେ ଜିଲ୍ଲାବାସୀ-

ରାଜ୍ୟରେ କେତେ ଅଛନ୍ତି ବାଂଲାଦେଶୀ ? ବିଧାନସଭାରେ ଏଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଦ୍ଵନ୍ଦ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା ଗଣିତକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନାଗରିକ ଓ ଆଇନଜୀବୀ ।

ଏହା ବି ପଢନ୍ତୁ- Bangladeshi infiltrators: ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Identify Bangladeshi infiltrators

ବିଧାନସଭାରେ କଣ ଥିଲା ପ୍ରଶ୍ନ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର?:-

ସାମ୍ପ୍ରତିକ ବାଂଲାଦେଶ ରାଜନୈତିକ ସଙ୍କଟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ ବଙ୍ଗୋପସାଗର ଉପକୂଳରେ ଥିବା ବାଂଲାଦେଶ ଓ ଓଡ଼ିଶାରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ଚିନ୍ତାର କାରଣ ପାଲଟିଛି । ସମୁଦ୍ର ଉପକୂଳରେ ଥିବା ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ ଓ ଗଞ୍ଜାମ ଭଳି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସେପ୍ଟେମ୍ବର ୨ ତାରିଖରେ ବିଧାନସଭାରେ ବିଧାୟକ ପବିତ୍ର ସାଉଣ୍ଟା ଅନୁପ୍ରବେଶକାରୀ ସମ୍ପର୍କରେ ପ୍ରଶ୍ନ ଉଠାଇବା ପରେ ରାଜ୍ୟର ୬ଟି ଜିଲ୍ଲା ସହ ରାଜ୍ୟ ରାଜଧାନୀରେ ମୋଟ ୩୭୪୦ ଜଣ ବାଂଲା ଅନୁପ୍ରବେଶକାରୀ ବାସ କରୁଥିବା ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ ଏହି ସଂଖ୍ୟାର ମୋଟ ୧୬୪୯ ଜଣ ବାଂଲାଦେଶୀ କେବଳ କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ତଥ୍ୟ ରହିଛି । ବିଧାନସଭାରେ ଦିଆଯିଥିବା ତଥ୍ୟ ଅନୁସାରେ ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲା ଯଥା – ବରଗଡ- ୨, ଭଦ୍ରକ-୧୯୯, କେନ୍ଦ୍ରାପଡ଼ା-୧୬୪୯, ଭୁବନେଶ୍ଵର-୧୭, ଜଗତସିଂପୁର-୧୧୧୨. ମାଲକାନଗିରି-୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି।

Bangladeshi infiltration tension (ETV Bharat Odisha)

କେନ୍ଦ୍ରାପଡା ଜିଲ୍ଲାରେ ଦିଆ ଯାଇଥିବା ତଥ୍ୟ କେତେ ଠିକ?:-

ବିଧାନସଭାରେ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହି ସଂଖ୍ୟା ୨୦୨୧ ମସିହା ସୁଦ୍ଧା ଜିଲ୍ଲାରେ ୧୬୪୯ ଦର୍ଶା ଯାଇଥିବା ବେଳେ ୨୦୦୬ ମସିହାରେ ସମାନ ରହିଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ତଥ୍ୟ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଉପ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନଙ୍କ ସହ ବାରମ୍ବାର ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ହେଁ ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି ଏହି ଦୁଇ ଅଧିକାରୀ । ଅନ୍ୟପଟେ ଜିଲ୍ଲାରେ ତିନୋଟି ସାମୁଦ୍ରିକ ଥାନା ରହିଥିବା ବେଳେ ଏବେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି।

Bangladeshi infiltration tension (ETV Bharat Odisha)

ସଂଖ୍ୟା ସମ୍ପର୍କରେ କଣ କୁହନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଆଇନଜୀବୀ ?-

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସଂଖ୍ୟା ରଖିବା ପରେ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ନାଗରିକ ରବି ନାରାୟଣ ପତି କୁହନ୍ତି, "ଅନୁପ୍ରବେଶକାରୀଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବାଂଲାଦେଶୀ ସଂଖ୍ୟା ସମ୍ପର୍କରେ କହିଛନ୍ତି, "କେନ୍ଦ୍ରାପଡା ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା କେତେ ଆଜି ଯେତେବେଳେ ବାଂଲାଦେଶର ରାଜନୈତିକ ଅସ୍ଥିରତା ଦେଖାଦେଇଛି ସେତେବେଳେ ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭିନ୍ନ ଭିନ୍ନ ରୂପରେ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଅନୁପ୍ରବେଶ କରୁଛନ୍ତି । ଯେହେତୁ ବର୍ତ୍ତମାନ ବିଧାନସଭା ଚାଲିଛି ଏହା ଏବେ ହଟ ଟପିକ ହୋଇଛି ।"

ଅନୁପ୍ରବେଶକାରୀ ଚିହ୍ନଟ ଓ ସାମୁଦ୍ରିକ ଥାନାର ପାଟ୍ରୋଲିଂ:-

ବର୍ତ୍ତମାନ ଅନୁପ୍ରବେଶ ଚିନ୍ତା ବଢ଼ାଇଥିବା ବେଳେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ଏହାର ପ୍ରତ୍ୟକ୍ଷ ନିରୀକ୍ଷଣ କରୁଛନ୍ତି । ଏସପିଙ୍କ ପ୍ରତିକ୍ରିୟା ଅନୁଯାୟୀ, "ଆମର ପୋଲିସ ତରଫରୁ ଯେଉଁ ଚିଠି ଆସିଛି ଆମେ ସବୁ ଆଇଆଇସି ମାନଙ୍କୁ ସେ ଚିଠି ଦେଇଛୁ । ମୁଖ୍ୟତଃ ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳ ଆଇଆଇସିଙ୍କୁ ଏଇ ଚିଠି ଦେଇଛୁ ।"

Bangladeshi infiltration tension (ETV Bharat Odisha)

ଏହା ବି ପଢନ୍ତୁ- ବାଂଲାଦେଶରେ ଅସ୍ଥିରତା: ଜଗତସିଂହପୁରରେ ଅନୁପ୍ରବେଶ ବଢିବା ଆଶଙ୍କା, ଚିନ୍ତାପ୍ରକଟ କଲେ ବୁଦ୍ଧିଜୀବୀ - Infiltration alert in Jagatsinghpur

ପୁରୀ ଜିଲ୍ଲାରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ ଖୁବଶିଘ୍ର ଅଭିଯାନ-

ପୁରୀ ଜିଲ୍ଲାରେ ଅଛନ୍ତି କି ବାଂଲାଦେଶୀ ଅନୁପ୍ରବେଶକାରୀ ? ଜିଲ୍ଲାରେ ଅନେକ ବାଂଲାଦେଶୀ ଦୀର୍ଘଦିନ ହେବ ବେଆଇନ୍ ଭାବେ ବସବାସ କରିଆସୁଥିବା ଅଭିଯୋଗ ହୋଇ ଆସୁଛି । ତେବେ ଏମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କେଉଁଠି ଏବଂ କେତେ ବାଂଲାଦେଶ ଅନୁପ୍ରବେଶକାରୀ ବସବାସ କରୁଛନ୍ତି ତା'ର ଚିହ୍ନଟ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲା ସମୁଦ୍ର ତଟରେ ଅବସ୍ଥିତ ଥିବାରୁ ଅନେକ ବାଂଲାଦେଶୀ ବେଆଇନ୍ ଭାବେ ଜଳପଥରେ ଆସି ଜିଲ୍ଲାରେ ରହୁଥିବା ଅନେକ ଥର ଅଭିଯୋଗ ହୋଇ ଆସୁଛି । ଏମାନେ ବିଭିନ୍ନ ଅପରାଧି ଓ ଦେଶ ବିରୋଧି କାର୍ଯ୍ୟରେ ଜଡ଼ିତ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି । ଦୁର୍ବଳ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଏବଂ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥା ଯୋଗୁ ଏହାର ଫାଇଦା ନେଇ ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ପୁରୀ ଜିଲ୍ଲାରେ ଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ।

Bangladeshi infiltration tension (ETV Bharat Odisha)
ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି, ବଙ୍ଗଳାଦେଶ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଆମେ ସ୍ବାଗତ କରୁଛୁ। ରାଜ୍ୟ ସରକାର ଯେଉଁ ଆଦେଶ ଦେଇଛନ୍ତି ତାହାକୁ ଦୃଢ଼ ଭାବରେ କାର୍ଯ୍ୟନୁଷ୍ଠାନ ହେବା ଦରକାର୍।" ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ । ଏନେଇ ରାଜ୍ୟ ଗୃହ ବିଭାଗରୁ ଯାହା ନିର୍ଦେଶ ଆସିବ ତାହା କାର୍ଯ୍ୟକାରୀ କରାଯିବ ।" ସେପଟେ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, "ବାଂଲାଦେଶରେ ହିଂସାକାଣ୍ଡ ପରେ ସମୁଦ୍ର ପଥରେ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖାଯାଇ ପୁରୀ ଜିଲ୍ଲାର ସମୁଦ୍ର ତଟରେ କଡ଼ା ନଜର ରଖାଯାଇଛି । ଜିଲ୍ଲାର ଚାରୋଟି ସାମୁଦ୍ରିକ ବା ମେରାଇନ୍ ଥାନାକୁ ଆଲର୍ଟ ରେ ରଖାଯାଇଥିବା ବେଳେ ସମୁଦ୍ରରେ ବୋଟ୍ ଯୋଗେ ପେଟ୍ରୋଲିଙ୍ଗ ମଧ୍ୟ କଡ଼ାକଡ଼ି ଭାବେ ଜାରି ରହିଛି।" ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ସନ୍ଦିଗ୍ଧ ବ୍ୟକ୍ତି ନକଲି ଆଧାର କାର୍ଡ ଏବଂ ବିଭିନ୍ନ ପ୍ରମାଣପତ୍ର ରଖି ବସବାସ କରୁଥିବା ସାଧାରଣରେ ସନ୍ଦେହ କରାଯାଉଛି। ଏଣୁ ସ୍ଥାନୀୟ ପୋଲିସ ବିଭିନ୍ନ ଲୋକଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରି କଡ଼ାକଡ଼ି ପଦକ୍ଷେପ ନେବାର ଆବଶ୍ୟକ ଥିବା ବୁଦ୍ଧିଜୀବୀ କହିଛନ୍ତି।


ଏହା ବି ପଢନ୍ତୁ- INFILTRATION ALERT: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ଟେନସନ, ୭ ଉପକୂଳ ଜିଲ୍ଲାରେ ହାଇଆଲର୍ଟ, ଆକ୍ସନ ମୋଡରେ ୧୮ ସାମୁଦ୍ରିକ ଥାନା - Odisha On Alert



ଜଳପଥ ଦେଇ ଅନୁପ୍ରବେଶ ସହଜ ନୁହେଁ, ରାଡାର ସର୍ଭିଲାନସରେ ନଜର-

ବାଙ୍ଗଲାଦେଶ ଅନୁପ୍ରବେଶ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ରଖିଥିବା ବେଳେ।ପୋଲିସ ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସଙ୍କୁ । ସେ ପୋଲିସ ଡିଜିଙ୍କୁ ସୋଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ଏନେଇ ବାଙ୍ଗଲାଦେଶୀ ଅନୁପ୍ରବେଶ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, "ଜଳପଥ ଦେଇ ଅନୁପ୍ରବେଶ ସହଜ ନୁହେଁ । ବରଂ ଏହା କଷ୍ଟକର କାରଣ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ରାଡାର ସର୍ଭିଲାନସ ଜରିଆରେ ନଜର ରଖାଯାଇଛି । ସିପ ଓ ଏୟାରକ୍ରାଫ୍ଟ ମଧ୍ୟ ତୟାର୍ ରହିଛନ୍ତି ।" କିନ୍ତୁ ଏନେଇ ବରିଷ୍ଠ ସାମ୍ବାଦିକ ଅମୀୟ କାନୁନଗୋଙ୍କ କହିଛନ୍ତି, "ଯେତିକି ତଥ୍ୟ ସରକାର ଦେଇଛନ୍ତି ତା ଠୁଁ ଢେର୍ ଗୁଣା ରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି।"


ଏହା ବି ପଢନ୍ତୁ- ସମୁଦ୍ର ପଥରେ ପଶିଆସିବେ ବାଂଲାଦେଶୀ ! ସୁରକ୍ଷା ବ୍ୟବସ୍ଥା କଡାକଡି; ଉପକୂଳରେ ହାଇଆଲର୍ଟ - Bangladeshi May Be Enter To Puri


ସିପ୍ ଓ ଏୟାରକ୍ରାଫ୍ଟ ତୟାର ରହିଛି-
ଏନେଇ ସtଚନା ଦେଇ କୋଷ୍ଟଗାର୍ଡ ଡିଆଇଜି କହିଛନ୍ତି, ବର୍ତମାନ କଡ଼ା ନଜରରେ କୋଷ୍ଟାଲ କ୍ଷେତ୍ର ରହିଛି । ଅନୁପ୍ରବେଶ ନେଇ ଆମେ କିଛି ଦେଖିନୁ କି ,ଡାଇରେକ୍ଟ ଇନପୁଟ ସେମିତି ଆମେ ସର୍ଭିଲାନସକୁ ବା ଡାଇରେକ୍ଟ କିଛି ଇନଫରମେସନ ମିଳିନି । କିଛି ସି ରୁଟରେ ଆସୁଛନ୍ତି ତଥାପି ଆମେ ଆଲର୍ଟ ସେଥି ପ୍ରତି ସଜାଗ ରହିଛୁ ଯଦି ସେମିତି କିଛି ଆବଶ୍ୟକ ହେବ ଆକ୍ସନ ପାଇଁ ଆମ ସିପ୍ ଏୟାରକ୍ରାଫ୍ଟ ସବୁ ତୟାର୍ ରହିଛି ।

ରାଡାର ସର୍ଭିଲାନସରେ ନଜର ରଖୁଛୁ-
ବିଶେଷ କରି ଅନୁପ୍ରବେଶ ନେଇ ଟେକ୍ନୋଲୋଜି ର ସାହାରା ନିଆଯାଉଛି । ଟେକ୍ନୋଲୋଜି ର ବ୍ୟବହାର କରି କୋଷ୍ଟାଲ ରାଡାର ଚେକ୍ ହେଉଛି ।ଅର୍ଥାତ୍ କୋଣସି ମୁଭମେଣ୍ଟ ବା ସେଭଳି କିଛି ଗତିବିଧି ସମୁଦ୍ରପଥ ଦେଇ ହେଉଛି କି ନାହିଁ ସେ ନେଇ ରାଡାର ସର୍ଭିଲାନସ ଜରିଆରେ ମଧ୍ୟ ନଜର ରଖାଯାଇଛି।ଷ୍ଟାଟିକ ସର୍ଭିଲାନସ ର ବ୍ୟବହାର କରି ମଧ୍ୟ କେଉଁଠି କେଉଁ ଆଡେ କିଛି ସେଭଳି ଗତିବିଧି ର ଖବର ଆସୁଛି କି ନାହିଁ ସେ ଦିଗରେ ଫୋକସ ଦିଆଯାଉଛି‌ ।

ମ୍ୟାନ ପାଓ୍ବାର ସହ ଚ୍ୟାଲେଞ୍ଜ ରହିଛି-
ଚ୍ୟାଲେଞ୍ଜ ତ ସବୁବେଳେ ରହିବ।ବିଭିନ ପ୍ରକାର ଚାଲେଞ୍ଜ ରହିବ । ସବୁ ଚାଲେଞ୍ଜ ଯେହେତୁ ସର୍ଭିଲାନସ କରୁଛୁ ସେନେଇ ରହିଛି।ମାନବ ସମ୍ବଳ ବା ମାନପାଓ୍ବାର ତ ସବୁ ବେଳେ ପର୍ଯ୍ୟାପ୍ତ ତ ରହିବ ନାହିଁ ।ଆମ ପାଖରେ ଯେତେ ର ସୋର୍ସସେସ ଅଛି ମାନପାଓ୍ବାର ଅଛି ସେସବୁକୁ ବେଷ୍ଟ ୟୁଟିଲାଇଜଡ ଓ କାପାବିଲିଟି ବଢାଇବା ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ସୁରକ୍ଷାକୁ ଗୁରୁତ୍ବ ସହ ରାଜ୍ୟ ପୋଲିସ ସହ ଯୋଗାଯୋଗରେ ରହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଭୁବନେଶ୍ବରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2024, 7:17 PM IST

ABOUT THE AUTHOR

...view details