ଭୁବନେଶ୍ବର:ରାଜ୍ୟରେ ବାଂଲାଦେଶୀଙ୍କୁ ନେଇ ଚିନ୍ତା । ମନ୍ତ୍ରୀଙ୍କ ବୟାନ ପରେ ଅଡୁଆରେ ରୋହିଙ୍ଗ୍ୟା । ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳିଙ୍କ ଉପରେ ସରକାରଙ୍କ ଆଖି । ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର । ପରିଚୟ ନଥିଲେ ପ୍ରତ୍ୟାବର୍ତ୍ତନ କରିବେ ସରକାର । ବାଂଲାଦେଶରେ ହିଂସାକାଣ୍ଡ ଉପୁଜିବା ପରେ କିଛି ନାଗରିକ ଓ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ଥିବା ଅନୁପ୍ରବେଶକାରୀ ଓଡ଼ିଶା ସୀମା ଦେଇ ପ୍ରବେଶ କରିବାର ସମ୍ଭାବନା ଭିତରେ ଆଇନ ମନ୍ତ୍ରୀ ଏପରି ପ୍ରତିକ୍ରିୟା ରଖିଛନ୍ତି ।
ଅନୁପ୍ରବେଶକାରୀ ଗୋଟିଏ ବଡ଼ ଚିନ୍ତା:-
ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ CAA ଅନ୍ତର୍ଭୁକ୍ତ । କିନ୍ତୁ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ ଓ କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି । ବର୍ତ୍ତମାନ କୋଷ୍ଟଗାର୍ଡ, ସୀମା ସୁରକ୍ଷା ବାହିନୀ କଡ଼ାକଡ଼ି ନଜର ରଖିଛନ୍ତି ଏଣୁ ଏବେ ସେସବୁ ହେବ ନାହିଁ । କିନ୍ତୁ ପଶ୍ଚିମବଙ୍ଗ ଦେଇ ଯେଉଁମାନେ ଓଡ଼ିଶା ପ୍ରବେଶ କରିଛନ୍ତି ବିଭିନ୍ନ ସମୟ କାର୍ଯ୍ୟରେ ଲିପ୍ତ ଅଛନ୍ତି ଓଡ଼ିଶା ଭିତରେ କାର୍ଯ୍ୟ କରୁଛନ୍ତି । ସରକାର ଏନେଇ ସଜାଗ ଅଛନ୍ତି ଓ ସେମାନଙ୍କର ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା ଯାହା କରିବା କଥା ବହୁତ ଶୀଘ୍ର କରାଯିବ ।"
ପରିଚୟପତ୍ର ନଥିଲେ ବିଦା ହେବେ ବାଂଲାଦେଶୀ:-