ଓଡିଶା

odisha

ETV Bharat / state

ସଫଳ ହେଲା ସୋସିଆଲ ମିଡିଆ ପ୍ରେମ,ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବକ - UNIQUE MARRIAGE

ନିଆରା ପ୍ରେମ କାହାଣୀ । ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରିଲେ ଯୁବକ । ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ପ୍ରେମ ।

UNIQUE MARRIAGE
UNIQUE MARRIAGE (ETV BHARAT ODISHA)

By ETV Bharat Odisha Team

Published : Feb 25, 2025, 5:42 PM IST

ବାଲେଶ୍ବର: ପ୍ରେମ ଅନ୍ଧ, ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ... ସାଥୀ ଦେଖେନି ଶାରିରୀକ ପରିପାଟି, ସାଥୀ ଦେଖେନି ଧନ ସମ୍ପତ୍ତି, ସାଥୀ ଦେଖେନି ଦୁନିଆର କାଇଦା କଟକଣା .... ପ୍ରେମର ଗଣିତ କେବଳ ବୁଝିପାରେ ହୃଦୟ । ଏପରି ଦୁଇଟି ହୃହୟ, ଯାହାର ପ୍ରାରମ୍ଭିକ ମିଳନ କରାଇଥିଲା ସାମାଜିକ ଗଣମାଧ୍ୟମ । ଇନଷ୍ଟାଗ୍ରାମରୁ ଆରମ୍ଭ ହୁଏ ସଂପର୍କ, ଧିରେ ଧିରେ ଆଗକୁ ବଢ଼େ, ପରସ୍ପରକୁ ନିକଟତର କରାଏ । ସଂପର୍କ ନିବିଡ଼ ହେବା ପରେ ଜଣା ପଡ଼େ ପ୍ରେମିକା ଜଣେ ଦିବ୍ୟାଙ୍ଗ । ଆଉ ଏହାକୁ ନେଇ ସାମୟିକ ଦ୍ବନ୍ଦ୍ବ ଆସେ । ହେଲେ ଏସବୁକୁ ପଛରେ ପକାଇ ପ୍ରେମିକାକୁ ଆପଣାର କରିବାକୁ ଜିଦ ଧରେ ପ୍ରେମିକ । ଶେଷରେ ବାହାଘର ହୁଏ । ଏଭଳି ଏକ ନିଆରା ପ୍ରେମ ସଂପର୍କ, ବିବାହରେ ପରିବର୍ତ୍ତିତ ହୋଇଛି ବାଲେଶ୍ବର ଜିଲ୍ଲା ବାହାନଗାରେ ।

ସତ ପ୍ରେମର କେବେ ବି ହାର ହୁଏନା... ଯଦି ହୃଦୟରୁ ଭଲପାଇବା ଅଛି ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି ସବୁ ଟଳିଯିବ । ଜଣଙ୍କୁ ପ୍ରେମ କରି ତାକୁ ସାତ ଜନ୍ମର ସାଥି ରୂପେ ପାଇବା ସତରେ ସୌଭାଗ୍ୟର କଥା । ବହୁତ କମ୍‌ ଜଣଙ୍କ ଭାଗ୍ୟରେ ଏହା ଥାଏ । ସୋସିଆଲ ମିଡିଆରକୁ ଆରମ୍ଭ ହୋଇଥିବା ପ୍ରେମ ବିବାହରୁ ରୂପ ନେଇଛି । ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରି ଉଦହାରଣ ସାଜିଲେ ଯୁବକ । 8 ମାସ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିବାହ କରିଛନ୍ତି ବାଲେଶ୍ବରର ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର । ଆସନ୍ତୁ ଜାଣିବା ଏହି ନିଚ୍ଛକ ପ୍ରେମର କାହାଣୀ ବିଷୟରେ...

UNIQUE MARRIAGE (ETV BHARAT ODISHA)

ଦିବ୍ୟାଙ୍କ କନ୍ୟାଙ୍କୁ ଟେକିକି ସାତ ଫେଲା ନେଲା ବର:

ବାଜିଲା ବାଜା, ଫୁଟିଲା ବାଣ, ନାଚି ନାଚି ରୋଷଣୀ ସାଙ୍ଗରେ ଆସିଲେ ବରଯାତ୍ରୀ । ବର ବେଶରେ ସଜେଇ ହୋଇ ବର ପଞ୍ଚାନନ ବେଶ ଖୁସି । କାହିଁକି ନା ଯାହାକୁ ସେ ପ୍ରେମିକା କରିଥିଲେ, ସେ ହେବେ ପତ୍ନୀ । ସେପଟେ ଅନ୍ନପୂର୍ଣ୍ଣାଙ୍କ ଖୁସି ମଧ୍ୟ କହିଲେ ନସରେ । ମଥାରେ ଟିକିଲି ଓ ଟିପି ଟିପି ଚନ୍ଦନ, ମୁଣ୍ଡରେ ପାଟ ଓଢଣୀ ପକାଇ ସଜେଇ ହୋଇଛନ୍ତି । ବିବାହକୁ ନେଇ ସେ ଦେଖିଥିବା ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଖୁସି କହିଲେ ନସରେ । ରୋଷଣୀ ଧରି ବର ପହଞ୍ଚିଲା କନ୍ୟା ଘରେ... ବର ବେଦୀକୁ ଆସିବା ପରେ ସେପଟେ କନ୍ୟା ହ୍ବିଲ ଚେୟାରରେ ବେଦୀକୁ ଆସିଲେ । ଏହାପରେ ଅନ୍ନପୂର୍ଣ୍ଣାଙ୍କୁ ଟେକିକି ବେଦୀରେ ସାତ ଫେରା ନେଇଥିଲେ ପଞ୍ଚାନନ । ଏହାପରେ ପଡିଥିଲା ହାତଗଣ୍ଠୀ । ଏପରି ବିବାହ କୌଣସି ଫିଲ୍ମର ଷ୍ଟୋରୀ ଠାରୁ ମଧ୍ୟ କମ ନୁହେଁ ।

UNIQUE MARRIAGE (ETV BHARAT ODISHA)

ଏହା ମଧ୍ଯ ପଢନ୍ତୁ-ନିଚ୍ଛକ ପ୍ରେମ କାହାଣୀ; ମହେଶ୍ୱରଙ୍କ ମଣିଷ ପଣିଆ, ବାକ୍‌ବାଧିତ ଯୁବତୀଙ୍କ ଧରିଲେ ହାତ - ନିଆରା ପ୍ରେମ କାହାଣୀ

ଏହା ମଧ୍ୟ ପଢନ୍ତୁ-ଦିବ୍ୟାଙ୍ଗ ଦେବୀଙ୍କୁ ମିଳିଲା ଦେବତା ପରି ସ୍ବାମୀ: ଫେସବୁକରୁ ପ୍ରେମ, କୋର୍ଟରେ ସାତ ଜନ୍ମର ସାଥି ହେଲେ ଲଭବାର୍ଡ - SAMBALPUR HANDICAP MARRIED

UNIQUE MARRIAGE (ETV BHARAT ODISHA)

ସୋସିଆଲ ମିଡିଆ ପ୍ରେମ ନେଲା ବିବାହର ରୂପ:

ପ୍ରହରାଜପୁର ଅଞ୍ଚଳର ମଦନ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା । ଜନ୍ମରୁ ସେ ଦିବ୍ୟାଙ୍ଗ । 2 ଗୋଟ ଅଚଳ ହୋଇଯାଇଥିବାରୁ ହ୍ବିଲ ଚେୟାର ତାଙ୍କର ଭରସା । ସେ ଯୁକ୍ତ 3ରେ ଜଳେଶ୍ୱର କଲେଜରେ ପାଠ ପଢୁଛନ୍ତି। ସୋସିଆଲ ମିଡିଆରେ ଦକ୍ଷିଣ ପ୍ରହରାଜ ପୁର ଗ୍ରାମ ପଞ୍ଚାନନ ଜେନାଙ୍କ ସହିତ ପରିଚିତ ହୋଇଥିଲା । ଚାଟିଂ କରୁ କରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅନ୍ନପୂର୍ଣ୍ଣାଙ୍କ ପରିବାର ଲୋକେ ଝିଅର ପ୍ରେମ ବିଷୟରେ ଜାଣିବା ପରେ ପୁଅ ଘରକୁ ପ୍ରସ୍ତାବ ଦେଇଥିଲେ। କିଛି ଟା ଅସୁବିଧା ପରେ ମଧ୍ୟ ଅନ୍ନପୂର୍ଣ୍ଣା ଓ ପଞ୍ଚାନନଙ୍କ ବିବାହ ସ୍ଥିର ହୋଇଥିଲା ।

ବିବାହକୁ ନେଇ ବର ଖୁସ:

ବର ପଞ୍ଚାନନ ଜେନା ବିବାହକୁ ନେଇ ଖୁସି ଥିବା ବେଳେ ପ୍ରତିକ୍ରିୟାରେ କହିଛନ୍ତି ," ଖୁସିତ ବହୁତ ଲାଗୁଛି, ସୋସିଆଲ ମିଡିଆରୁ 8 ମାସ ହେଲା ପ୍ରେମ ସମ୍ପର୍କ। ମଝିରେ ଆମ ଭିତରେ ଟିକେ ମନ ମାଳିନ୍ୟ ହୋଇଥିଲା। ତା ପରେ ପୁଣି ସମସ୍ୟାର ସମାଧାନ କରି ଆମେ ଦୁଇଜଣ ବାହା ହେଲୁ। ମୋତେ ବହୁତ ଖୁସି ଲାଗୁଛି ଯେ ମୋ ଜୀବନସାଥିକୁ ପାଇଲି। "

UNIQUE MARRIAGE (ETV BHARAT ODISHA)

ମୋତେ ସେ ଗ୍ରହଣ କରିଥିବାରୁ ବହୁତ ଖୁସି:

କନ୍ୟା ଅନ୍ନପୂର୍ଣ୍ଣା ବିବାହକୁ କହିଛନ୍ତି, " ଇନଷ୍ଟାଗ୍ରାମରୁ ଆମର ପ୍ରେମ ଆରମ୍ଭ ହୋଇଥିଲା । ସେ ମୋତେ ତାଙ୍କ ଆଡୁ ମେସେଜ କରିଥିଲେ। ତାଙ୍କୁ ମୁଁ ମେସେଜ କାହିଁକି କରୁଛ ବୋଲି ପଚାରିଥିଲି ଓ ମୁଁ ଦିବ୍ୟାଙ୍ଗ ବୋଲି କହିଥିଲି। ସେ କହିଥିଲେ ଦିବ୍ୟାଙ୍ଗ ହେଲେ କଣ ତୁମେ କଣ ମଣିଷ ନୁହେଁ କି। ତା ପରେ ସେ ନମ୍ବର ସାଙ୍ଗ ହିସାବରେ କଥା ହେଉଥିଲେ । ଏହାପରେ ଆମ ଭିତରେ ପ୍ରେମ ହୋଇଯାଇଥିଲା । ପରିବାର ଲୋକଙ୍କୁ ରାଜି କରାଇବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଦୁହେଁ ପରିବାରକୁ ବୁଝାଇଥିଲୁ । ଆମ ପ୍ରେମ ସଫଳ ହୋଇଛି । ତାଙ୍କ ପରିବାର ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଯେ ମୁଁ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେମାନେ ମୋତେ ଗ୍ରହଣ କରିଛନ୍ତି।"

UNIQUE MARRIAGE (ETV BHARAT ODISHA)

'ଦିବ୍ୟାଙ୍କ ବୋଲି ମୋ ଝିଅକୁ କେହି ବାହା ହେଉନଥିଲେ':

କନ୍ୟାଙ୍କ ମା ମଞ୍ଜୁଲତା ପାତ୍ର କହିଛନ୍ତି , " ଦିବ୍ୟାଙ୍ଗ ଝିଅ ମୋର ବୋଲି ବହୁତ ଆଡୁ ପ୍ରସ୍ତାବ ଆସିଥିଲା ହେଲେ କେହି ତାକୁ ବାହା ହେବା ପାଇଁ ରାଜି ହେଲେନି। ଝିଅ ଜନତା କଲେଜରେ ପାଠ ପଢିବାକୁ ଯାଉଥିବା ବେଳେ ଭଲ ପାଇବା ହୋଇଥିଲା। ପୁଅ ଘରର ପ୍ରଥମେ ମନା କରିଥିଲେ, ଆମେ ବି ମନା କରିଥିଲୁ। ହେଲେ ଝିଅ ଓ ପୁଅର ଭଲ ପାଇବାକୁ ଆମେ ଅଟକାଇ ପାରିଲୁନି। ତା ପରେ ଉଭୟ ପକ୍ଷ ଆଲୋଚନା କରି ଆମେ ବାହାଘର କରାଇଲୁ।"

ଇଟିଭିଋ ଭାରତ, ବାଲେଶ୍ବର

ABOUT THE AUTHOR

...view details