ଓଡିଶା

odisha

ETV Bharat / state

ପ୍ରକୃତ ଅନୁସୂଚିତ ଜାତିଙ୍କୁ ଅଣଦେଖା କରୁଛି ବିଜେଡି ! - Keuta Kaibarta Hatao Committee - KEUTA KAIBARTA HATAO COMMITTEE

Keuta Kaibarta And Dhibara Hatao Action Committee: ପ୍ରକୃତ ଅନୁସୂଚିତ ଜାତିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଲା କେଉଁଟ, ଧୀବର ଓ କୈବର୍ତ୍ତ ହଟାଓ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

ଅନୁସୂଚିତ ଜାତି
ଅନୁସୂଚିତ ଜାତି

By ETV Bharat Odisha Team

Published : Mar 30, 2024, 9:58 PM IST

ଅନୁସୂଚିତ ଜାତି

ବଲାଙ୍ଗୀର:ରାଜ୍ୟରେ 147 ବିଧାନସଭା ଆସନ ମଧ୍ୟରୁ 72ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବଲାଙ୍ଗୀରର ଏକ ମାତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଲୋଇସିଂହା, ଯାହା ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି । କିନ୍ତୁ ବିଜେଡି ଦଳ ସବୁବେଳେ ଏଠା ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ହକ୍‌ ଛଡାଇ ଅନ୍ୟମାନଙ୍କୁ ଟିକେଟ ଦେଉଥିବାର ଅଭିଯୋଗ ଆଣିଛି କେଉଁଟ, ଧୀବର ଓ କୈବର୍ତ୍ତ ହଟାଓ କ୍ରିୟାନୁଷ୍ଠାନ କମିଟି ।

ବଲାଙ୍ଗୀର ରାଜନୀତିରେ ପ୍ରକୃତ ଅନୁସୂଚିତ ଜାତିଙ୍କୁ ଅଣଦେଖା କରିବା ଓ ଅବହେଳାର ଅଭିଯୋଗ ଆଣିଛି କେଉଁଟ, ଧୀବର ଓ କୈବର୍ତ୍ତ, ହଟାଓ କ୍ରିୟାନୁଷ୍ଠାନ କମିଟି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ସହ ଆଗକୁ ବିଜେଡି ବିରୋଧରେ ଏହି କମିଟି ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି କମିଟି । ତେବେ ବଲାଙ୍ଗୀରର ଏକ ମାତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଲୋଇସିଂହା ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି । ହେଲେ ବିଜେଡି ଦଳ ସବୁ ବେଳେ ଏଠି ସେମାନଙ୍କର ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ହକ ଛଡାଇ ଅନ୍ୟମାନଙ୍କୁ ଟିକେଟ ଦେଉଥିବା ଏମାନେ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ଗତ 2009 ମସିହାରୁ ଏଠାରେ ବିଜେଡି ଦଳ ଅନୁସୂଚିତ ଜାତି ସଂରକ୍ଷିତ ଆସନରେ ବିବାଦୀୟ ଜାତି ବା ଯାହାଙ୍କ ନାଁରେ ନକଲି ଅନୁସୂଚିତ ଜାତି ମାମଲା ରହିଛି ସେମାନଙ୍କୁ ଟିକେଟ ଦେଇ ଆସୁଛି ।

କେଉଁଟ, ଧୀବର ଓ କୈବର୍ତ୍ତ, ହଟାଓ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ଯେ, ପ୍ରଥମେ ରମା ସେଠୀଙ୍କୁ ଏଠି ଟିକେଟ ଦେଇଥିଲା ବିଜେଡି । ସମାନ ଭାବରେ ପରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ଏଠି ଟିକେଟ ଦେଇଥିଲା । ଯେଉଁଥିରେ ସେ ବିଜୟୀ ମଧ୍ୟ ହୋଇ ମନ୍ତ୍ରୀ ହୋଇଥିଲେ । ଏବେ ତାଙ୍କ ପୁଅଙ୍କୁ ବିଜେଡି ଟିକେଟ ଦେଇ ସମାନ ଭୁଲ ଦୋହରାଇଛି । ତେବେ କେଉଟ, ଧୀବର ଓ କୈବର୍ତ୍ତମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ସୁପ୍ରିମ କୋର୍ଟ ବାଦ ଦେବାର ନିର୍ଦ୍ଦେଶ ଦେଇଥିବା କ୍ରିୟାନୁଷ୍ଠାନ କହିଛି । ହେଲେ ବିଜେଡି ସରକାର ସେମାନଙ୍କୁ ବାଦ ନ ଦେଇ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦେଉଥିବାର କ୍ରିୟାଅନୁଷ୍ଠାନ କମିଟି ସଭାପତି ଡ଼ିଙ୍ଗର କୁମ୍ଭାର କହିଛନ୍ତି । ଫଳରେ ପ୍ରକୃତ ଅନୁସୂଚିତ ଜାତିର ଲୋକମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ବଲାଙ୍ଗୀରର ବିକାଶ ପାଇଁ କାମ କରିବି: କଳିକେଶ - Balangir Assembly Constituency

ଏପେଟ ବର୍ତ୍ତମାନ ବିଜେଡି ଦଳ ପୁଣି ଯୋଗେନ୍ଦ୍ର ବେହେରାଙ୍କ ପୁଅଙ୍କ ଟିକେଟ ଦେଇଛି । ଯାହାକୁ କ୍ରିୟାନୁଷ୍ଠାନ କମିଟି ତୀବ୍ର ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବିଜେଡିକୁ ସବୁଠି ବିରୋଧ କରିବେ ଓ ତାଙ୍କ ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି । ସେହିପରି ଅନ୍ୟ ଦଳମାନେ ମଧ୍ୟ ଏଥର ପ୍ରକୃତ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କୁ ଟିକେଟ ଦିଅନ୍ତୁ ନ ହେଲେ ସେମାନଙ୍କୁ ମଧ୍ୟ ବିରୋଧ କରିବ ବୋଲି କ୍ରିୟାଅନୁଷ୍ଠାନ କମିଟି କହିଛି । ସୂଚନା ଅନୁସାରେ, କେଉଁଟ, ଧୀବର ଓ କୈବର୍ତ୍ତ, ହଟାଓ କ୍ରିୟାଅନୁଷ୍ଠାନ କମିଟି 1990 ମସିହାରୁ କେଉଟ, ଧୀବର ଓ କୈବର୍ତ୍ତମାନଙ୍କୁ ଅନୁସୂଚିତ ଜାତି ବର୍ଗର ନୁହଁନ୍ତି ବୋଲି ଦାବି କରିଆସୁଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details