ଓଡିଶା

odisha

ETV Bharat / state

ବିଜେଡିରେ ମିଶିଲେ ବଲାଙ୍ଗୀର ଓକିଲ ସଂଘର ସଭାପତି ଓ ଶତାଧିକ କର୍ମକର୍ତ୍ତା - Balangir BJD Joining Meeting - BALANGIR BJD JOINING MEETING

Balangir Politics: ବିଜେଡିରେ ମିଶିଲେ ବଲାଙ୍ଗୀର ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ଶତାଧିକ କର୍ମକର୍ତ୍ତା । ବଲାଙ୍ଗୀର ବିିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । ଅଧିକ ପଢନ୍ତୁ

Balangir Politics
Balangir Politics

By ETV Bharat Odisha Team

Published : Apr 5, 2024, 1:36 PM IST

Balangir Politics

ବଲାଙ୍ଗୀର: ବିଜେଡିରେ ସାମିଲ ହେଲେ ବଲାଙ୍ଗୀର ଜିଲ୍ଲାର ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ସମେତ ଶତାଧିକ ଓକିଲ । ଗୁରୁବାର ଦିନ ବଲାଙ୍ଗୀର ଶୈଳଶ୍ରୀ ରାଜପ୍ରାସାଦରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିଛନ୍ତି । ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶଙ୍ଖରେ ସାମିଲ ହୋଇଥିବା ନେଇ କହିଛନ୍ତି ଅମରେଶ ତ୍ରିପାଠୀ । ଅନ୍ୟପଟେ ଏହାଦ୍ୱାରା ବଲାଙ୍ଗୀରରେ ବିଜେଡି ଆହୁରି ମଜବୁତ ହେବ ବୋଲି କହିଛନ୍ତି କଳିକେଶ ସିଂହ ଦେଓ ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳଡିଆଁ ରାଜନୀତି ମଧ୍ୟ ଜୋର ଧରିଛି । ଏହାମଧ୍ୟରେ କୌଣସି ନେତା ନୁହେଁ ବରଂ ଜିଲ୍ଲାର ଏଲିଟ ଗ୍ରୁପ ଓକିଲ ସଂଘର ସଭାପତି ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ଓକିଲ ମଧ୍ୟ ବିଜେଡିରେ ମିଶିଛନ୍ତି । ତେବେ ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହ ଦେଓ, ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ, ବିଜେଡି ନେତା ମନ୍ନଥ ସିଂହ ଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିରେ ଶତାଧିକ ଓକିଲ ବିଜେଡିରେ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ସୁରେନ୍ଦ୍ର ସିଂହଙ୍କୁ ବଲାଙ୍ଗୀର ଲୋକସଭା ଟିକେଟ୍, କହିଲେ ନବୀନଙ୍କ ବିକାଶ ଲହରରେ ବିଜୟ ନିଶ୍ଚିତ - Lok Sabha Polls 2024

ତେବେ ବିଜେଡିର ସାମିଲ ହୋଇଥିବା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ କହିଛନ୍ତି, ବିଜେଡିର ଦୃଢ ନେତୃତ୍ୱ ଓ ଲୋକ ସମ୍ପର୍କ ପାଇଁ ବିଜେଡିରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବ ଭିକେ ପାଣ୍ଡିଆନଙ୍କ ନୀତି ଆଦର୍ଶ, ବଲାଙ୍ଗୀର ପ୍ରତି ତାଙ୍କର ଅବଦାନ, କର୍ମୀ ଓ ଲୋକମାନଙ୍କ ସହ ସୁସମ୍ପର୍କରେ ସେମାନେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ବିକାଶ ପାଇଁ ଅନେକ କାମ ଯେପରିକି ଲୋୟର ସୁକତେଲ ପ୍ରକଳ୍ପ, ରାସ୍ତା ଘାଟ ମେଡ଼ିକାଲ କଲେଜ ଭଳି କାମ କରିଛନ୍ତି । ଏବଂ ଆଗକୁ ମଧ୍ୟ ଆହୁରି ବିକାଶ କାମ ଜାରି ରଖିବେ ଓ ବଲାଙ୍ଗୀର ପ୍ରତି ଏହି ଭାବନା ରଖିଥିବେ ।"


ସେହିପରି ବିଜେଡି ନେତା ତଥା ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ବଲାଙ୍ଗୀର ଓକିଲ ସଂଘ ସଭାପତି ଓ ଶତାଧିକ ଓକିଲ ବିଜେଡିରେ ଯୋଗଦାନ କରିଛନ୍ତି । ଯାହାଦ୍ୱାରା ବିଜେଡି ସଂଗଠନ ଆହୁରି ମଜବୁତ ହେବ ଓ ବଲାଙ୍ଗୀର ବିକାଶ ପାଇଁ ସହାୟକ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details