ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର । ଓଡ଼ିଶା ଗସ୍ତରେ ଆସି ଏହାକୁ ଉଦଘାଟନ କରିଛନ୍ତି ବ୍ୟଡମିଣ୍ଟନ ସଂଘ ସଭାପତି ହିମନ୍ତ ବିଶ୍ବଶର୍ମା । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।
କେମିତି ରହିଛି ରୂପରେଖ ?
Badminton High Performance Center Inauguration (ETV Bharat Odisha) ସୂଚନା ଅନୁସାରେ, କଳିଙ୍ଗ ଷ୍ଟାଡିୟମର ଏହି ହାଇପରଫର୍ମାନ୍ସ ସେଣ୍ଟରରେ ୮ଟି ହାଇପରଫର୍ମାନ୍ସ ସେଣ୍ଟର ରହିଛି । ଜିମ୍, କ୍ୟାଫେଟେରିଆରୁ ଆରମ୍ଭ କରି ରେଷ୍ଟରୁମର ସୁବିଧା ବି ରହିଛି । ୨୦୧୮ରେ ଏହାର ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିବାବେଳେ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ସରକାର ସମୟର ଅଧା ଥିବା ଏହି କାମ ଏବେ ସମ୍ପୂର୍ଣ୍ଣ ହୋଇଛି । ଏଠାରେ ବହୁ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟ୍ରେନିଂ ଦିଆଯିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି । ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି । ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳି ରହିଲା ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ମଧ୍ୟ ବିକଶିତ କରାଯାଇଛି । ୨୦୦ ସିଟ୍ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ ନିର୍ମାଣ କରାଯାଇଛି ।
Badminton High Performance Center (ETV Bharat Odisha) 'ଓଡି଼ଶା ପାଇଁ ଗୌରବମୟ ଦିନ'
ଏହି ପରିପ୍ରେକ୍ଷୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, "ଓଡି଼ଶା ପାଇଁ ଆଜି ଏକ ଗୌରବମୟ ଦିନ। ଏହି ବ୍ୟାଡ଼ମିଣ୍ଟନ ସେଣ୍ଟର ସାହାଯ୍ୟରେ ଅନେକ ଓଡ଼ିଆ ଖେଳାଳି ଆଗକୁ ଆସିପାରିବେ। ଭାରତୀୟ ବ୍ୟାଟମିଣ୍ଟନ ପାଇଁ ଓଡ଼ିଶା ବ୍ୟାଟମିଣ୍ଟନ ସେଣ୍ଟର ଅନେକ ଅବଦାନ ରହିବ ବୋଲି ମୋର ଆଶା। ମହିଳା ବ୍ୟାଟମିଣ୍ଟନ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରିବେ।"
ଦକ୍ଷତା ଚୟନ ପାଇଁ ସିଏମ ଟ୍ରଫି:
Badminton High Performance Center Inauguration (ETV Bharat Odisha) କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ବ୍ୟାଡମିଣ୍ଟନ ସେଣ୍ଟର ସାହାଯ୍ୟରେ ଓଡ଼ିଶାର ଖେଳାଳିଙ୍କୁ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ମିଳିପାରିବ। ଓଡି଼ଶା ହକି ଖେଳକୁ ସ୍ପନସରସିପ ଦେଉଛି । ଆଉ କେଉଁ କେଉଁ ଖେଳକୁ ଓଡିଶା ସ୍ପନସର କରିବ ତାହାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। କ୍ରୀଡା ଭିତ୍ତିଭୂମିକୁ ଗ୍ରାମାଞ୍ଚଳରେ ମଧ୍ୟ ପହଞ୍ଚାଇବାକୁ ସରକାର ଯୋଜନା କରୁଛନ୍ତି । କ୍ରୀଡାବିତମାନଙ୍କର ଦକ୍ଷତାର ଚୟନ ପାଇଁ ଆଗକୁ ସିଏମ ଟ୍ରଫି କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ଫୁଟବଲ, ଆଥଲେଟିକ ଏବଂ ବ୍ୟାଟମିଣ୍ଟନ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କ୍ରୀଡ଼ାକୁ ମଧ୍ୟ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି।"
ଏହା ବି ପଢନ୍ତୁ...ମାଲେସିଆରେ ଚମକିଲେ ବାଲେଶ୍ବର ପୁଅ, ଜୁଡୋରେ ହାତେଇଲେ ବ୍ରୋଞ୍ଜ
ଏହା ବି ପଢନ୍ତୁ...ବିଜୟ ହଜାରେ ଟ୍ରଫି: ୧୮ ଜଣିଆ ଓଡ଼ିଶା ଦଳରେ ୫ ନବାଗତ , ୨୧ରୁ ଅଭିଯାନ
ଏହା ବି ପଢନ୍ତୁ...ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା; ଭୁବନେଶ୍ବରରେ ରୋଡ ସୋ’, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Felicitation of Indian hockey team
CM Mohan Majhi Playing Badminton (ETV Bharat Odisha) ଏହି ସେଣ୍ଟର ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚନ୍ଦ ଓଡିଶାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ ଚିନ୍ତାଧାରାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଆଗାମୀ ଦିନରେ ଏହି କେନ୍ଦ୍ରରୁ ଅନେକ ପ୍ରତିଭାବାନ୍ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ କରିବେ। ସେପଟେ ଆଗକୁ ଜଟଣୀରେ ଏକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ହେବା ନେଇ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଇଟିଭି ଭାରତ, ଭୁବନେଶ୍ବର