ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବାନ୍ତି କରିଦେଲେ ଭକ୍ତ, ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ - Bada Mahasnana Rituals of Jagannath

Mahasnana Ritual of Jagannath: ଆଜି ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ । ଫଳରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ଅଧିକ ପଢନ୍ତୁ

ବଡ ମହାସ୍ନାନ ନୀତି
ବଡ ମହାସ୍ନାନ ନୀତି

By ETV Bharat Odisha Team

Published : Mar 16, 2024, 11:53 AM IST

ପୁରୀ: ଆଜି ମହାପ୍ରଭୁଙ୍କର ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରର ବେହରଣ ଦ୍ବାରା ନିକଟ ଭିତର କାଠ ନିକଟରେ କେହି ଭକ୍ତ ବାନ୍ତି କରିଦେଇଥିବାରୁ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ହୋଇଛି । ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୌଧ କରାଯିବା ପରେ ମହାପ୍ରଭୁଙ୍କ ଏହି ନୀତି କରାଯାଇଛି । ଫଳରେ ସାଧାରଣ ଦର୍ଶନ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା । ଫଳରେ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଦୀର୍ଘ 1 ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ ।

ସୂଚନା ଅନୁସାରେ, ସକାଳ 7 ଟା 35 ମିନିଟରେ ଅବକାଶ ନୀତି ପରେ ରୋଷ ହୋମ ଏବଂ 8ଟା 35 ମିନିଟରେ ମହାପ୍ରଭୁ ବେଶ ନୀତି ସଂପନ୍ନ ହୋଇଥିଲା । ତେବେ ଏହି ସମୟରେ କେହି ଜଣେ ଭକ୍ତ ଭିତର କାଠ ନିକଟରେ ବାନ୍ତି କରିଦେଇଥିବା ସେବାୟତ ଦେଖିଥିଲେ । ପରେ ମହାପ୍ରଭୁଙ୍କ ନୀତି ବନ୍ଦ କରାଯାଇଥିଲା । ତେବେ ଆଜି ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ ବିଳମ୍ବ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ମନ୍ଦିର ଭିତରେ ବାନ୍ତି କରିଦେଲେ ଭକ୍ତ, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ମନ୍ଦିର ବେହରଣ ଦ୍ୱାର ଠାରୁ ରତ୍ନ ସିଂହାସନ ମଧ୍ୟରେ ଯଦି ରକ୍ତ ଛିଟା ପଡ଼େ, କିଏ ବାନ୍ତି କରିଦେଲେ କିମ୍ବା କେହି ମଳତ୍ୟାଗ କରିଥିଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରିଦିଆଯାଏ । ପରେ ଉକ୍ତ ସ୍ଥାନକୁ ଚୂନ ପାଣି ପକାଯାଇ ସୌଧ କରାଯାଏ । ପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି କରିଥାଆନ୍ତି । ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଏ । ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଇଥାଏ । ତେବେ ଶ୍ରୀ ମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତ ଅନେକ ସମୟରେ ପ୍ରବଳ ଗହଳି ଯୋଗୁ ତଳେ ପଡି ଆହତ ହେବାରୁ ରକ୍ତ ଛିଟା ପଡ଼ିଥାଏ । ସେହିପରି ଅନେକ ଭକ୍ତ ଭିଡ଼ରେ ବାନ୍ତି କରି ଦେଇଥାନ୍ତି । ଏଣୁ ଅନେକ ସମୟରେ ମହାପ୍ରଭୁ ଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ ।

ପ୍ରକାଶଥାଉକି, ଗତ ନଭେମ୍ବର ମାସରେ ମଧ୍ୟ ମହାପ୍ରଭୁଙ୍କର ମାହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଜଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଭିତର କାଠ ନିକଟରେ ବାନ୍ତି କରିଦେଇଥିଲେ । ଫଳରେ ମହାପ୍ରଭୁଙ୍କର ବଡସ୍ନାନ ନୀତି କରାଯିବା ସହ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details