ଓଡିଶା

odisha

ETV Bharat / state

ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା, ଅଭିଯୁକ୍ତକୁ ଧରିବାକୁ ୪ଟି ଟିମ ଗଠନ - BABY BOY STOLEN FROM VIMSAR

ବୁର୍ଲା ଭୀମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା । ୪ଟି ଟିମ୍ ଗଠନ କରାଯାଇ ଚୋରି କରିଥିବା ମହିଳାଙ୍କୁ ଧରିବା ଲାଗି ପୋଲିସର ଜୋରଦାର ପ୍ରଚେଷ୍ଟା ।

BABY BOY STOLEN FROM VIMSAR
BABY BOY STOLEN FROM VIMSAR (ETV Bharat Odisha)

By ETV Bharat Odisha Team

Published : Nov 27, 2024, 11:05 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରୁ ୨ ଦିନର ନବଜାତକ ଶିଶୁପୁତ୍ର ଚୋରି ଘଟଣା । ଚୋରକୁ ଧରିବା ପାଇଁ ୪ଟି ଟିମ ଗଠନ କରିଛି ପୋଲିସ । କିଛି ଟିମ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି । ଅନ୍ୟପଟେ ରାଜ୍ୟର ସବୁ ଜିଲ୍ଲା ଓ ରାଜ୍ୟ ବାହାରର ଜିଲ୍ଲା ପୋଲିସକୁ ଚୋରି କରିଥିବା ମହିଳାଙ୍କ ସିସିଟିଭି ଭିଡିଓ ଓ ଫଟୋ ପଠାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସତୁ ଚୋରର କିଛି ବି ଖୋଜ ଖବର ମିଳିନାହିଁ ।

କ'ଣ ଥିଲା ଘଟଣା:

BABY BOY STOLEN FROM VIMSAR (ETV Bharat Odisha)

ସୂଚନା ଅନୁସାରେ, ଛତିଶଗଡ଼ର ମହାଶମୁନ୍ଦ ଜିଲ୍ଲାର ମୋହନ ଦାସଙ୍କ ପତ୍ନୀ ସୀତା ଦାସ ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ୨୪ ତାରିଖରେ ଡାକ୍ତର ସମ୍ବଲପୁର ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରିଥିଲେ । ସେମାନେ ବରଗଡରୁ ଭୀମସାର ଆସିଥିଲେ । ସେଠାରେ ରାତି ୨ଟା ରାତିରେ ସୀତାଙ୍କର ଏକ ଶିଖୁପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ସୀତାଙ୍କ ସେବା କରିବା ପାଇଁ ତାଙ୍କ ସହ ତାଙ୍କର ଭଉଣୀ ମଧ୍ୟ ଥିଲେ । ତେବେ ସୀତାଙ୍କ ପ୍ରସବ ପରେ ଜଣେ ଅଜଣା ମହିଳା ଆସି ସୀତାଙ୍କ ଭଉଣୀ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ତାଙ୍କୁ ବିଭିନ୍ନ ପ୍ରକାର ଛୋଟ ବଡ଼ ସହାୟତା କରି ବଡ଼ ଚତୁରତାର ସହ ପରିବାରର ମନରେ ବିଶ୍ୱାସ ଜନ୍ମାଇଥିଲେ । ତେବେ ମହିଳା ଜଣଙ୍କର ଚାଲ ବାବଦରେ ଏହି ପରିବାର ପୁରାପୁରି ଅନଭିଜ୍ଞ ଥିଲେ । ଶିଶୁପୁତ୍ରକୁ ଖେଳାଇବାକୁ କହି ବାହାରକୁ ନେଇଥିଲେ । ଖେଳାଇବା ଓ ବୁଲାଇବା ବାହାନାରେ ସେଠାରୁ ଖସି ଚମ୍ପଟ ମାରିଥିଲେ । ତେବେ ମହିଳା ଜଣକ ଶିଶୁପୁତ୍ରକୁ କୋଳରେ ଧରି ବାହାରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ ପରେ ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ତନାଘନା ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୀମସାରରୁ ଶିଶୁ ପୁତ୍ର ଚୋରି ଅଭିଯୋଗ, CCTVରେ ମହିଳା କଏଦ

ଏହା ମଧ୍ୟ ପଢ଼ନ୍ତୁ...ଆର୍ଥିକ ଅନାଟନରୁ ନବଜାତ କନ୍ୟାକୁ ବିକ୍ରି ଅଭିଯୋଗ

ପୋଲିସ ପକ୍ଷରୁ ୪ଟି ଟିମ୍ ଗଠନ:

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ କହିଛନ୍ତି, "ପୋଲିସ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି । ସବୁଠି ନାକା ଲାଗିଛି । ୪ଟି ଟିମ୍‌ ଏବେବି ତଦନ୍ତ ଚଲାଇଛନ୍ତି । ଖୁବଶୀଘ୍ର ଚୋରି ହୋଇଥିବା ଛୁଆକୁ ଉଦ୍ଧାର କରିବୁ । ବର୍ତ୍ତମାନ କିଛି ସନ୍ଦେହଜନକ ନମ୍ବର ପାଇଛୁ । ସେହି ନମ୍ବରକୁ ଟ୍ରାକ କରୁଛୁ । ସବୁ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇ ଛୁଆକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି । ଆଶା କରୁଛୁ ଶୀଘ୍ର ଛୁଆକୁ ଖୋଜି ପାଇବୁ ।"


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details