ଓଡିଶା

odisha

ETV Bharat / state

ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ, ସାମିଲ ହେବେ ରାଜ୍ୟ ବାହାରେ ଥିବା ଶ୍ରମିକ - AYUSHMAN YOJANA

ଆୟୁଷ୍ମାନ ଓ ଗୋପବନ୍ଧୁ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ଲୋକମାନଙ୍କୁ ନୂତନ କାର୍ଡ ଦିଆଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ।

Mukesh Mahaling
Mukesh Mahaling (ETV Bharat Odisha)

By ETV Bharat Odisha Team

Published : Dec 15, 2024, 6:07 PM IST

Updated : Dec 15, 2024, 6:38 PM IST

ଭୁବନେଶ୍ୱର:ଆୟୁଷ୍ମାନ ଓ ଗୋପବନ୍ଧୁ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ଘୋଷଣା । ଖୁବ୍ ଶୀଘ୍ର ଦିଆଯିବ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ କାର୍ଡ । ଏହି ନୂତନ କାର୍ଡର ସୁବିଧା ସାଧାରଣ ଲୋକଙ୍କ ସହ ରାଜ୍ୟ ବାହାରେ କାମ କରୁଥିବା ଲୋକ ମଧ୍ୟ ପାଇପାରିବେ ।

'ଖୁବ୍ ଶୀଘ୍ର ମିଳିବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ':

ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ନୂତନ କାର୍ଡ ମିଳିବା ଆରମ୍ଭ କରାଯିବ । ନୂଆ କାର୍ଡର ସୁବିଧା ସାଧାରଣ ଲୋକଙ୍କ ସହ ରାଜ୍ୟ ବାହାରେ କାମ କରୁଥିବା ଲୋକମାନେ ମଧ୍ୟ ପାଇ ପାଇବେ । ତାକୁ ଲାଗୁ କରିବାର ସମୟ ଅଛି । ଗତ କାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଅନୁବନ୍ଧିତ ଥିଲା କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ପୁରା ଭାରତ ବର୍ଷରେ ଆନୁମାନିକ ୨୭ ହଜାର ହସ୍ପିଟାଲରେ ଅନୁବନ୍ଧିତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ (ETV Bharat Odisha)

'ଇନ୍ସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡ':

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,"ମିଶନ ମୋଡରେ ସ୍ୱାସ୍ଥ୍ୟ ସେବାକୁ ଆଗକୁ ନେବାକୁ ଚାହୁଁଛୁ । ଆୟୁଷ୍ମାନ ଭାରତ ଯୋଜନାରେ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଖର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ୨ ଯୋଜନାର କେବଳ କାର୍ଡ ଦିଆଯିବ । ଇନ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡରେ କାର୍ଡ ଦେବୁ । ଇନ୍ୟୁରାନ୍ସ ପାଇଁ କୌଣସି ଥାର୍ଡ ପାର୍ଟି, ଲିଙ୍କ, ସେଟେଲମେଣ୍ଟ କରିବାକୁ ପଡିବ ନାହିଁ । ସିଧାସଳଖ ହସ୍ପିଟାଲ ଯାଏ କାର୍ଡ ଦେଖାଇ ଚିକିତ୍ସା କରିହେବ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରହିଛି । ରାଜ୍ୟ ବାହାରେ ଯେଉଁମାନେ କାମ କରୁଛନ୍ତି ସେମାନେ ମଧ୍ୟ ଏହି କାର୍ଡରେ ଚିକିତ୍ସା ପାଇପାରିବେ ।"

ଏହାମଧ୍ୟ ପଢନ୍ତୁ..

ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା: ମୁଖ୍ୟମନ୍ତ୍ରୀ

ଏକାଥରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ସାଢେ 3 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟକାର୍ଡ - Ayushman Bharat Yojana

ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ - Odisha Budget 2024


ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ସିଷ୍ଟମ:

ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଉମଧ୍ୟ କହିଛନ୍ତି," ଖୁବ୍ ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋମାଟ୍ରିକ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ପେସେଣ୍ଟଙ୍କ ଡିଟେଲ ରହିବ । ପ୍ରଧାନମନ୍ତ୍ରୀ ସର୍ବ ସ୍ବାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ wellness ସେଣ୍ଟର । ଯେଉଁଠି ତିନି ଜଣ ପାରା ମେଡିକାଲ ଷ୍ଟାଫ୍, ଜଣେ ଯୋଗ ଟିଚର୍ ଓ ANM ଓ GNM ରହିବେ। "

ବଢିବ ମେଡିକାଲ ସିଟ୍:

ଆଗାମୀ ପାଞ୍ଚ ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ ବୃଦ୍ଧି କରିବ ସ୍ବାସ୍ଥ୍ୟ ବିଭାଗ । ସମ୍ବଲପୁରରେ ଦ୍ଵିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନେଇ ଯୋଜନା ଚାଲିଛି । କିଡନୀ ରୋଗୀଙ୍କ ପାଇଁ ଡାୟାଲିସିସ ମେସିନ ବ୍ୟବସ୍ଥା କରାଯିବ । ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା କମ୍ ଦରରେ ଯୋଗାଇ ଦିଆଯିବ। ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ମେଡିକାଲ ରେ ବ୍ୟବହୃତ ହେଉଥିବା ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଥିବା ବେଳେ ଏବେ ଏମଏସଏମଇ ବିଭାଗ ସହଯୋଗରେ ନିଜେ ପ୍ରସ୍ତୁତ କରିବୁ,ବାହାରୁ ଆମଦାନୀ କମିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ।


ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 15, 2024, 6:38 PM IST

ABOUT THE AUTHOR

...view details