ଓଡିଶା

odisha

ETV Bharat / state

ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ - Boudh News

Asuragarh Folk Festival 2024 : ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ । ପାରମ୍ପରିକ ଲୋକକଳା ଓ ଲୁପ୍ତପ୍ରାୟ ଲୋକନୃତ୍ୟ ତାଳରେ ଝୁମୁଥିଲେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ,

ଅସୁରଗଡ ଲୋକ ମହୋତ୍ସବ
ଅସୁରଗଡ ଲୋକ ମହୋତ୍ସବ

By ETV Bharat Odisha Team

Published : Jan 30, 2024, 10:59 PM IST

ଅସୁରଗଡ ଲୋକ ମହୋତ୍ସବ

ବୌଦ୍ଧ: ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ । ପାରମ୍ପରିକ ଲୋକକଳା ଓ ଲୁପ୍ତପ୍ରାୟ ଲୋକନୃତ୍ୟ ତାଳରେ ଝୁମୁଥିଲେ ଅଞ୍ଚଳବାସୀ । ପଶ୍ଚିମ ଓଡ଼ିଶାରେ ଦୀର୍ଘ ପାଞ୍ଚ ଦିନ ଧରି ବାଲିଯାତ୍ରାର ଭ୍ରମ ସୃଷ୍ଟି ହେଉଥିଲା । ମୀନା ବଜାର, ବୟନିକା, ହସ୍ତକଳା ଆଦିର ମଜାନେଇଥିଲେ ଦର୍ଶକ । ମହୋତ୍ସବ ପାଇଁ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଛି ।

ପଶ୍ଚିମ ଓଡ଼ିଶାର ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଥିଲା ତେଲନଦୀ ଉପତ୍ୟକା । ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିଲା କଳା ସଂସ୍କୃତିର ମହାମିଳନ । ପାରମ୍ପରିକ ଲୋକକଳା ଓ ଲୁପ୍ତପ୍ରାୟ ଲୋକନୃତ୍ୟ ମାଧ୍ୟମରେ ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ । ଓଡ଼ିଶାର ଦୁଇ ପ୍ରମୁଖ ନଦୀ ଉପତ୍ୟକାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ଏହି ମହତ୍ସବ । ମହାନଦୀ ଓ ତେଲନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୋଇଥିଲା ଅସୁରଗଡ ଲୋକ ମହୋତ୍ସବ । ମହାନଦୀ ଓ ତେଲନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ମନମୁଣ୍ଡା ଅଞ୍ଚଳର ଐତିହ୍ୟ, ପରମ୍ପରା ତଥା ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଏଠାରେ ମହୋତ୍ସବ ପାଳନ କରାଯାଉଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଘାଟିତ ହେଲା ଅସୁରଗଡ ଲୋକକଳା ମହୋତ୍ସବ

ଶୁକ୍ରବାର ଦିନ ମନମୁଣ୍ଡା ତେଲନଦୀ କୂଳରେ ପ୍ରଥମଥର ପାଇଁ ଆୟୋଜିତ ଏହି ମହୋତ୍ସବ ପ୍ରଥମେ ଦେଉଳିର କାଙ୍କାଳୀ ପୀଠରୁ ଏକ ବିଶାଳ ଶୋଭାଯାତ୍ରା ସମଗ୍ର ମନମୁଣ୍ଡା ଓ ବାସୁଦେବପାଲିର ବିଭିନ୍ନ ଦେବଦେବୀଙ୍କ ପୀଠ ପରିକ୍ରମା ପରେ ସଂଧ୍ୟାରେ ମହୋତ୍ସବ ଆରମ୍ଭ ହୋଇଥିଲେ । ସୋମବାର ଏହି ଅସୁରଗଡ ଲୋକ ମହୋତ୍ସବ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟ ବୟନ ମନ୍ତ୍ରୀ ରୀତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ କଣ୍ଟାମାଳ ବିଧାୟକ ମହୀଧର ରଣା, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଅତିଥି ମାନେ ଯୋଗ ଦେଇଥିଲେ । ଅତିଥି ମାନେ ମନମୁଣ୍ଡା ଅଞ୍ଚଳର କଳା, ସଂସ୍କୃତି ଓ ଐତିହ୍ୟର ଖୁବ ପ୍ରଶଂସା କରିବା ସହିତ ଏଭଳି ଲୋକ ମହୋତ୍ସବ ମାଧ୍ୟମରେ ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଏନେଇ ବୟନ ମନ୍ତ୍ରୀ ରୀତା ସାହୁ କହିଛନ୍ତି, ‘‘ଏହି ମହୋତ୍ସବ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି । ପାରମ୍ପରିକ ଲୋକକଳା ତଥା ଲୋକନୃତ୍ୟକୁ ବଞ୍ଚାଇବା ପାଇଁ ଏହେଉଛି ଏକ ପ୍ରୟାଶ । ଏହା ମାଧ୍ୟମରେ ହସ୍ତକଳାର ମଧ୍ୟ ପ୍ରଚାର ପ୍ରସାର ହେବ ।’’

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details