ଓଡିଶା

odisha

ETV Bharat / state

MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣା, ଜଣେ ପ୍ରଫେସରଙ୍କ ସମେତ 4 ଡାକ୍ତର ବହିଷ୍କୃତ - MKCG MEDICAL COLLEGE

ଜଣେ ସହକାରୀ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ବହିଷ୍କୃତ । 21 ତାରିଖରେ ଘଟିଥିଲା ଘଟଣା । ପିଜି ହଷ୍ଟେଲରେ କନିଷ୍ଠ ଡାକ୍ତରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ନେଇ ହୋଇଥିଲା ଅଭିଯୋଗ ।

MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣାରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ବହିଷ୍କୃତ
MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣାରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ବହିଷ୍କୃତ (ETV Bharat odisha)

By ETV Bharat Odisha Team

Published : Dec 29, 2024, 3:29 PM IST

Updated : Dec 29, 2024, 4:02 PM IST

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମକେସିଜି)ରେ ଜଣେ କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ସେହିପରି ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ମଧ୍ୟ 6 ମାସ ପାଇଁ କ୍ୟାମ୍ପସରୁ ନିଲମ୍ବିତ କରାଯାଇଛି । ସେ ଏହି ଅବଧି ମଧ୍ୟରେ କ୍ୟାମ୍ପସରେ ପ୍ରବେଶ କରିପାରିବେନାହିଁ । ଗତ 21 ତାରିଖରେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ଡାକ୍ତରଙ୍କ ଅଭିଯୋଗକ୍ରମେ ବିଭାଗୀୟ ଓ ପୋଲିସ ତଦନ୍ତ ଆରମ୍ଭ କରାଯାଇଥିଲା ।

  • ବହିଷ୍କୃତ ହୋଇଥିବା ଡାକ୍ତରମାନେ...

ଚାକିରିରୁ ବହିଷ୍କୃତ ହୋଇଥିବା ଡାକ୍ତର ହେଲେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା.ପୁରୁଷୋତ୍ତମ ସ୍ୱାଇଁ, ଏସ୍.ଆର ଡ଼ା ଆର୍ଯ୍ୟାନ୍ କୁମାର ମହାନ୍ତି ଓ ଡ଼ା ଚିନ୍ମୟ ପ୍ରଧାନ ଏବଂ ଶଲ୍ୟ ଚିକିତ୍ସା ବିଭାଗର ଏସ୍.ଆର ଡ଼ା ଯଶୋବନ୍ତ ବିରା । ସେହିପରି ଅସ୍ଥିଶଲ୍ୟ ବିଭାଗ ଦ୍ୱିତୀୟ ବର୍ଷ ପିଜି ଛାତ୍ର ଡା. ପ୍ରିୟଜିତ ସାହୁଙ୍କୁ ୬ ମାସ ପାଇଁ ହଷ୍ଟେଲରୁ ବାରଣ କରାଯାଇଛି ।

MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣା, ଜଣେ ପ୍ରଫେସରଙ୍କ ସମେତ 4 ଡାକ୍ତର ବହିଷ୍କୃତ (ETV Bharat odisha)
  • 21 ତାରିଖରେ ଘଟିଥିଲା ଘଟଣା

ସୂଚନାନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏମ୍.କେ.ସି.ଜି ମେଡିକାଲର ଶିଶୁ ରୋଗ ବିଭାଗର ଜଣେ ପିଜି ଡାକ୍ତର (କନିଷ୍ଠ ଡାକ୍ତର)ଙ୍କୁ ଚଳିତମାସ (ଡିସେମ୍ବର) ୨୧ ତାରିଖରେ ତିନି ନମ୍ବର ପିଜି ହଷ୍ଟେଲକୁ ଡ଼ାକି ନେଇ ଉପରୋକ୍ତ ଡାକ୍ତରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଶିଶୁ ବିଭାଗ ମୁଖ୍ୟ ବୁଝାସୁଝା କରିବାକୁ ଯାଇଥିବା ବେଳେ ଉପରୋକ୍ତ ଡାକ୍ତରମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ ।

MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣାରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ବହିଷ୍କୃତ (ETV Bharat odisha)
MKCG କନିଷ୍ଠ ଡାକ୍ତରଙ୍କୁ ମାଡ ଘଟଣାରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ବହିଷ୍କୃତ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:-
କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ, ଲୁହା ରଡରେ ପିଟିବା ସହ ନିର୍ଯାତନା

MKCG ମେଡିକାଲ କଲେଜ ରାଗିଂ ଅଭିଯୋଗ ସତ୍ୟ ନୁହେଁ କହିଲେ କର୍ତ୍ତୃପକ୍ଷ

MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜୁ

କାର୍ଯ୍ୟାନୁଷ୍ଠାନ ପାଇଁ ବସିଥିଲା ଏକାଡେମୀକ କାଉନସିଲ ବୈଠକ :-

ଘଟଣାକୁ ନେଇ କଲେଜ ଏକାଡେମୀକ କାଉନସିଲ ବୈଠକ ବସିବା ସହ ସମସ୍ତ ଅଭିଯୁକ୍ତ ଡାକ୍ତରଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଆଜି ମେଡିକାଲ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ବରଖାସ୍ତ କରିଛନ୍ତି । ମାମଲାରେ ପୋଲିସ ତଦନ୍ତ ମଧ୍ୟ ଜାରି ରହିଛି ।
ଇଟିଭି ଭାରତ ବ୍ରହ୍ମପୁର

Last Updated : Dec 29, 2024, 4:02 PM IST

ABOUT THE AUTHOR

...view details