ଓଡିଶା

odisha

ETV Bharat / state

ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ, ଦେଶରେ ପ୍ରଥମ - SIMILIPAL TIGER RESERVE

ସରକାରଙ୍କୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଚିନ୍ତା । ସଶସ୍ତ୍ର ପୋଲିସ ଜଗିବା ନେଇ ସୂଚନା ଦେଲେ PCCF ।

Similipal
Similipal (ETV Bharat Odisha)

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘାରିଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଚିନ୍ତା । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ଫୋର୍ସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ।

ସରକାରଙ୍କୁ ଶିମିଳିପାଳ ସୁରକ୍ଷା ଚିନ୍ତା:


ସରକାରଙ୍କୁ ଘାରିଛି ଶିମିଳିପାଳ ସୁରକ୍ଷା ଚିନ୍ତା । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ । ଏଣିକି ସୁରକ୍ଷା ଦାୟିତ୍ବରେ ରହିବେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ AGଙ୍କୁ ଚିଠି ଲେଖିଛନ୍ତି । ମୟୂରଭଞ୍ଜର ଆରକ୍ଷୀ ଅଧିକ୍ଷକ ପ୍ରଶାସନିକ ଦାୟିତ୍ବରେ ରହିବେ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।

ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ (ETV Bharat Odisha)

ସୁରକ୍ଷା ଫୋର୍ସରେ କିଏ ଆଉ କେତେ ଜଣ ?

  • ଜଣେ କମାଣ୍ଡାଣ୍ଟ
  • ଜଣେ ଇନିସପେକ୍ଟର
  • ସବ ଇନିସପେକ୍ଟର-3
  • ଆସିଷ୍ଟାଣ୍ଟ ସବ ଇନିସପେକ୍ଟର-3
  • ହାବିଲଦାର -30
  • ଡ୍ରାଇଭର ହାବିଲଦାର-30
  • ସିପାହୀ -87
  • ଡ୍ରାଇଭର -3


ଅଭୟାରଣ୍ୟ ସୁରକ୍ଷାରେ ଦେଶରେ ପ୍ରଥମ:

Similipal (ETV Bharat Odisha)

ଏନେଇ ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝାକହିଛନ୍ତି, ‘ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟରଣ୍ୟରେ ସଶସ୍ତ ପୋଲିସ ବାହିନୀ ଜଗିବାକୁ ଯାଉଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ଶିମିଳିପାଳରେ ହାତୀ, ବାଘ ବିଭିନ୍ନ ପ୍ରଜାପତି ଜୀବଜନ୍ତୁ ଅଛନ୍ତି । ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି ଅଭୟରଣ୍ୟକୁ । ସୁରକ୍ଷା ଦୃଷ୍ଟି କାରଣରୁ ୧୩୧ ଜଣିଆ ଏକ ଡେଡିକେଟେଡ଼ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ । ଶିମିଳିପାଳ ଜଙ୍ଗଲ ସୁରକ୍ଷା ହେବା ସହିତ ଏହାର ଅଭିବୃଦ୍ଧି ହେବ । ପର୍ଯ୍ୟଟକଙ୍କ ସୁରକ୍ଷା, ଶିକାର ରୋକିବା, ଶିକାରୀଙ୍କୁ ଚେକ ଦେବା ଏହା ବେଶ ସହାୟକ ହେବ ।’

ଏହା ମଧ୍ୟ ପଢନ୍ତୁ:

ଝାଡଖଣ୍ଡରୁ ଜୀନତକୁ ଫେରାଇବା ଚିନ୍ତା, ବାଘୁଣୀ ଯମୁନା କେଉଁଠି?

ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର



ଶିମିଳିପାଳରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ:

Armed Police Force To Be Deployed In Similipal Tiger Reserve Forest (ETV Bharat Odisha)


ଶିମିଳିପାଳରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ ହେବ । ସଫାରୀରେ ରହିବେ ମେଲାନିଷ୍ଟିକ ବ୍ଲାକ ଟାଇଗର ବା ବିରଳ କଳା ବାଘ । ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA) ପରେ ସେଣ୍ଟ୍ରାଲ ଜୁ' ଅଥରିଟି (CZA) ଦେଇଛି ସବୁଜ ସଙ୍କେତ । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଠାରୁ ମାତ୍ର ୧୫ କିଲୋମିଟର ଦୂର ଏବଂ ବାରିପଦା ସହରରୁ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ପ୍ରସ୍ତାବ ଅନୁସାରେ ୧୦୦ ଏକର ଜାଗାରେ ତିଆରି ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏଥିପାଇଁ ପ୍ରକ୍ରିୟା ଆଗେଇ ଚାଲିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details