ଓଡିଶା

odisha

ETV Bharat / state

ଗଜଲକ୍ଷ୍ମୀ ପୂଜା ପାଇଁ ସୁରକ୍ଷା କଡ଼ାକଡ଼ି, ଜଗିବେ ଶକ୍ତି ବାହିନୀ

ଅନୁଗୋଳର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଅପରାଧୀଙ୍କୁ ସାବାଡ଼ ପାଇଁ ଆରମ୍ଭ ହୋଇଛି ଶକ୍ତି ବାହିନୀ ।

By ETV Bharat Odisha Team

Published : 6 hours ago

Gajalaxmi Puja Preparation
Gajalaxmi Puja Preparation (ETV Bharat Odisha)

ଅନୁଗୋଳ: ସହରକୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ଜିଲ୍ଲାର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୁଇ ଅତିରିକ୍ତ SPଙ୍କ ସହ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଏହାଛଡା ଜିଲ୍ଲାରେ ପ୍ରଥମ କରି ଅପରାଧୀଙ୍କୁ ସାବାଡ଼ ପାଇଁ ଆରମ୍ଭ ହୋଇଛି ଶକ୍ତି ବାହିନୀ ।

ଆଜିଠାରୁ ଆରମ୍ଭ ହୋଇଛି ଅନୁଗୋଳର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା ମହୋତ୍ସବ। ଜିଲ୍ଲାର ସହରଠାରୁ ଆରମ୍ଭ କରି ଭିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ବିଶେଷ କରି ଅନୁଗୋଳ ସହର ମଧ୍ୟରେ ପ୍ରାୟ 40ରୁ ଅଧିକ ମଣ୍ଡପରେ ମା'ଙ୍କ ପୂଜା ହୋଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଶୁମାନେ ଏଠାକୁ ଆସିଥାନ୍ତି । ପୂଜା ପାଇଁ ଏଥର ପ୍ରଥମ କରି ବାଇକ ପେଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। 4ଟି ମୋଟରସାଇକେଲରେ କନେଷ୍ଟବଳ ଓ 4ଟି ସ୍କୁଟିରେ ମହିଳା କନେଷ୍ଟବଳ ଏଥିରେ ପେଟ୍ରୋଲିଂ କରିବେ । ଏଥିପାଇଁ ସେମାନଙ୍କୁ ସ୍ଵତନ୍ତ୍ର ତାଲିମ ଦିଆଯାଇଛି । ସହରର ଗଳିକନ୍ଦି ବୁଲି ସେମାନେ ଅସମାଜିକ କାର୍ଯ୍ୟ ଉପରେ ନଜର ରଖିବେ । ସବୁ ସମୟରେ ସେମାନେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗରେ ରହିବେ।

Gajalaxmi Puja Security Arrangement (ETV Bharat Odisha)

ଏହା ବି ପଢନ୍ତୁ...ପାର୍ବଣରେ ଆକ୍ସନମୋଡରେ ଅନୁଗୋଳ ପୋଲିସ, ପାଟ୍ରୋଲିଂ ଓ ପ୍ଲାଗମାର୍ଚ୍ଚ ସହ ଧରପକଡ଼

ଏହା ବି ପଢନ୍ତୁ...ଦୁର୍ଗାପୂଜାରେ ରଥଯାତ୍ରା ଭଳି ସୁରକ୍ଷା, ଟ୍ବିନ ସିଟିରେ କେନ୍ଦ୍ରୀୟ ଫୋର୍ସ

ଏହା ବି ପଢନ୍ତୁ...ଆସିଛନ୍ତି ଧନଦାତ୍ରୀ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଏହା ବି ପଢନ୍ତୁ...ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

ସ୍କୁଟିରେ ଥିବା ମହିଳା କନେଷ୍ଟବଳ ତଥା ଶକ୍ତି ବାହିନୀମାନେ ମୁଖ୍ଯତଃ ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ନଜର ରଖିବେ । ଏହି ବ୍ୟବସ୍ଥାକୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି. ସତ୍ୟବ୍ରତ ଭୋଇ ଶୁଭାରମ୍ଭ କରିଥିଲେ । ଏହି ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପକ୍ଷରୁ ମୋବାଇଲ ହଜିଲେ କିମ୍ବା ଚୋରୀ ହୋଇଗଲେ ସିଧାସଳଖ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ ନମ୍ବର ( +91-9937504888) ଜାରି କରାଯାଇଛି । ପ୍ରତ୍ଯକ୍ଷ ଭାବେ ଥାନାକୁ ନଯାଇ ତୁରନ୍ତ ଏହି ନମ୍ବର କିମ୍ବା ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ କରିବାକୁ ଲୋକମାନଙ୍କୁ ପୋଲିସ ପକ୍ଷରୁ କୁହାଯାଇଛି ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details