thumbnail

ପାର୍ବଣରେ ଆକ୍ସନମୋଡରେ ଅନୁଗୋଳ ପୋଲିସ, ପାଟ୍ରୋଲିଂ ଓ ପ୍ଲାଗମାର୍ଚ୍ଚ ସହ ଧରପକଡ଼

By ETV Bharat Odisha Team

Published : 2 hours ago

Updated : 2 hours ago

ଅନୁଗୋଳ: ଦୁର୍ଗାପୂଜା ପାଇଁ ଆକ୍ସନମୋଡ଼ରେ ଅନୁଗୋଳ ପୋଲିସ । ଏସପି ଭାବେ IPS ରାହୁଲ ଜୈନଙ୍କ ଯୋଗଦାନ ପରେ ପୁରା ଆକ୍ସନ ମୋଡ଼ରେ ଜିଲ୍ଲା ପୋଲିସ ପ୍ରଶାସନ । ପାର୍ବଣ ପୂର୍ବରୁ ଅପରାଧ ରୋକିବାକୁ ପୋଲିସ ଚଳାଇଛି ଉଦ୍ୟମ । ଦଶହରା ଓ ଲକ୍ଷ୍ମୀପୂଜାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଭାବେ ନୂଆ କରି ଦାୟିତ୍ୱ ନେଇଥିବା ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବାଧାନରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଉଛି । ସହରଗୁଡିକରେ ସନ୍ଧ୍ୟାରେ ପାଟ୍ରୋଲିଂ କଡାକଡି କରାଯାଉଛି । ବିଭିନ୍ନ ଅସାମାଜିକ ଆଡ୍ଡା ଉପରେ ଜୋରଦାର ଚଢ଼ାଉ ଚାଲିଛି । 

ପୂଜାକୁ କିଭଳି ଲୋକେ ଭଲରେ ଉପଭୋଗ କରି ପାରିବେ ଏବଂ ଆନନ୍ଦ ଉଲ୍ଲାସର ସହ ମଜାମଉଜ କରିପାରିବେ ସେଥିପାଇଁ ପୋଲିସ ସଜାଗ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ଅମାନିଆ ଗାଡି ଚାଳକଙ୍କୁ ମଧ୍ୟ ସାବଡ଼ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ପୋଲିସ । ବିକଟାଳ ଶବ୍ଦରେ ଗାଡି ଚଳାଉଥିବା ଆମାନିଆଙ୍କଠାରୁ ଫାଇନ୍‌ ଆଦାୟ କରିବା ସହ ଗାଡି ସିଜ ଓ ବ୍ୟବହାର କରୁଥିବା ସାଇଲେନ୍ସର ସବୁ ଖୋଲି ଦିଆଯାଉଛି । 

ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ କାର୍ତ୍ତିକ ଦର୍ଶନ ! ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେଲା ନୀତି ନିର୍ଘଣ୍ଟ 

ଇଟିଭି ଭାରତ, ଅନୁଗୋଳ 

Last Updated : 2 hours ago

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.