ଓଡିଶା

odisha

ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ - Murder in Puri

By ETV Bharat Odisha Team

Published : Apr 3, 2024, 4:00 PM IST

Murder in Puri: ପୁରୀ ସମୁଦ୍ର କୂଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା । ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ପୋଲିସ ତଦନ୍ତ ଜାରି
ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ପୋଲିସ ତଦନ୍ତ ଜାରି

ପୁରୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ପୋଲିସ ତଦନ୍ତ ଜାରି

ପୁରୀ:ପୁରୀରେ ଚାଞ୍ଚଲ୍ୟ । ସହରର ସି ବିଚ୍ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ରାସ୍ତାକଡରୁ ଉଦ୍ଧାର ହୋଇଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ହେଲେ ପେଣ୍ଠକଟା ମେରାଇନ୍ ଥାନା ବାଲି ଗୁଆଳି ଗ୍ରାମର ବିକ୍ରମ କେଶରୀ ପ୍ରଧାନ ଏବଂ ସେ ଏକ ହୋଟେଲରେ କାମ କରୁଥିବା ଜଣାପଡିଛି । ତେବେ ତାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେନେଇ କିଛି ଜଣାପଡିନି ।

ଖବର ପାଇ ସ୍ଥାନୀୟ ପୁରୀ ସି ବିଚ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଜେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇ ନା ଆଉ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ପୋଲିସ୍ ଛାନଭିନ୍ କରୁଛି । ତେବେ ନିଶା କାରବାର ଯୋଗୁଁ ଏହି ହତ୍ୟାକାଣ୍ଡ ଘଟଣା ଘଟି ଥାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି । ଘଟଣାର ତଦନ୍ତ ଚାଲିଥିବାରୁ ନିଶା କାରବାର ନେଇ ହତ୍ୟା ଘଟଣା ଘଟିଥିବା ଏବେ କହିହେବ ନାହିଁ ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀର ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି, ''ସିଟି ରୋଡରେ ଗୋଟିଏ ମୃତଦେହ ପଡିଥିବାର ଆଜି ସକାଳେ ଆମକୁ ଖବର ମିଳିଥିଲା । ମୃତକ ଏକ ହୋଟେଲରେ କାମ କରୁଥିବା ଜଣାପଡିଛି । କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଶରୀର ବିଭିନ୍ନ ସ୍ଥାନକୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ଘଟଣାରେ ଅଧିକ ଛାନଭିନ୍ କରାଯାଉଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ । ଏବେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।''

ଏହା ମଧ୍ୟ ପଢନ୍ତୁ: ନିଜ ହାତରେ ନିଜ ମଥା ସିନ୍ଦୁର ପୋଛିଦେଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା - Gajapati Murder

ଦିନକୁ ଦିନ ଅଶାନ୍ତ ହୋଇପଡିଛି ପୁରୀ । କେତେବେଳେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମା ଫୁଟୁଛି । ସହରରେ ଅପରାଧୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ବାରମ୍ବାର ହତ୍ୟା, ଆକ୍ରମଣ ଓ ଚୋରି ରାହାଜାନି ଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details