ବଲାଙ୍ଗୀର:ଜମି ମାପିବା ପାଇଁ ଲାଞ୍ଚ ନେଇ ଧରାପଡିଲେ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟର ଅମିନଙ୍କୁ ଧରିଛି ଭିଜିଲାନ୍ସ । ଏହାସହ ଦୁଇ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ଅମିନ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟାଳୟର ନିରମଲେନ୍ଧୁ କବି । ସେ ଜମି ମାପିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ସଇଁତଳାର ନିରଞ୍ଜନ ସାହୁଙ୍କ ନାମକ ଜଣେ ବ୍ୟକ୍ତି ତାଙ୍କ ଜମି ଡିମାରକେସନ ପାଇଁ ତହସିଲରେ ଆବେଦନ କରିଥିଲେ । ସେ ୨୦୨୩ ଜୁଲାଇରେ ଏନେଇ ଆବେଦନ କରିଥିଲେ । ତାଙ୍କ ଆବେଦନକୁ ଭିତ୍ତି କରି ସଇଁତଳା ତହସିଲଦାର ଜମି ମାପିବା ପାଇଁ ଅମିନ ନିରମଲେନ୍ଦୁ କବିଙ୍କୁ ନିର୍ଦ୍ଦେଶ ଦେବା ସହ ଚିଠି କରିଥିଲେ । ତେବେ ସରକାରୀ ନିୟମ ଅନୁସାରେ, ନିରପେକ୍ଷ ଭାବେ ମାପ ଚୁପ ପାଇଁ ଗତ ୧୬ ଜାନୁଆରୀ ୨୦୨୪ ମସିହାରେ ସଇଁତଳା ତହସିଲଦାର ଚିଠି କରିଥିଲେ । ହେଲେ ଆବେଦନକାରୀଙ୍କୁ ସମ୍ପୃକ୍ତ ଅମିନ ଜଣକ ହଇରାଣ କରିବା ସହ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ନିରଞ୍ଜନ ଅଭିଯୋଗ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘର ଓ ଅଫିସ ସମେତ ୬ ସ୍ଥାନରେ ରେଡ୍