ବରଗଡ଼:ଭଟଲି ବିଧାନସଭା ଆସନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିଛି । ମତଦାନ ପାଇଁ ସମୟ ଯେତିକି ପାଖେଇ ଆସୁଛି ନିର୍ବାଚନୀ ହିଂସା ସେତିକି ବଢୁଥିବା ଦେଖିବାକୁ ମିଳିଛି । ବିଜେଡି କର୍ମୀଙ୍କୁ ବେଜେପି କର୍ମୀ ଅପହରଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ବିଜେଡିର ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ସମର୍ଥକଙ୍କୁ ଅପହରଣ କରି ନେଇଥିବା ପରି ଘଟଣା ଦେଖିବାକୁ ମିଳିଛି ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗ୍ରାମରେ । ବିଜେପି ଅପରାଧୀକ କାର୍ଯ୍ୟକଳାପ କରି ବିଜେଡି ସମର୍ଥିତ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଆକ୍ରମଣ ଓ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି କର୍ମୀ ।
ସୂଚନା ଅନୁଯାୟୀ ଯେ,ଭଟଲି ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗ୍ରାମରେ ରହିଥିବା ବିଜେଡି କାର୍ଯ୍ୟାଳୟକୁ ଗତ ରାତିରେ ବିଜେପି ଦଳର କିଛି କର୍ମୀ ଦୁଇଟି ଗାଡିରେ ପହଞ୍ଚି ବନ୍ଧୁକ ଓ ଛୁରୀ ଦେଖାଇ ବିଜେଡି କର୍ମୀମାନଙ୍କୁ ଭୟଭୀତ କରିବା ସହିତ ସାନନ୍ଦ ସାହୁ ନାମକ ଜଣେ ବିଜେଡି କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଅପହରଣ କରି ନେଇଥିଲେ ଓ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଉପସ୍ଥିତ ବିଜେଡି କର୍ମୀ ସଙ୍ଗେ ସଙ୍ଗେ ସୋହେଲା ଥାନାରେ ଏତଲା ଦେବାପରେ ପୋଲିସର ଏକ ଟିମ ଗଠନ କରାଯାଇ ଅପହରଣକାରୀଙ୍କ ମୋବାଇଲ ଟ୍ରାକ କରି ଉଦ୍ଧାର କରିଯାଇଥିଲା ।