ଓଡିଶା

odisha

By ETV Bharat Odisha Team

Published : Apr 23, 2024, 10:30 PM IST

ETV Bharat / state

ସ୍କୁଲରେ ଝାଡୁ କରୁଛନ୍ତି ଛାତ୍ରଛାତ୍ରୀ, ଆକ୍ବାଗାର୍ଡ ପାଣି ପିଇଲେ ମିଳୁଛି ଦଣ୍ଡ ! - Students Engaged In School Work

Students Engaged In School Work In Bhubaneswar: ସ୍କୁଲ କାମ କରୁଛନ୍ତି ଛାତ୍ରଛାତ୍ରୀ । ଆକ୍ବାଗାର୍ଡ ପାଣି ପିଇଲେ ମିଳୁଛି କଠୋର ଦଣ୍ଡ । ଅଧିକ ପଢ଼ନ୍ତୁ

ସ୍କୁଲରେ ଝାଡୁ କରୁଛନ୍ତି ଛାତ୍ରଛାତ୍ରୀ, ଆକ୍ବାଗାର୍ଡ ପାଣି ପିଇଲେ ମିଳୁଛି ଦଣ୍ଡ !
ସ୍କୁଲରେ ଝାଡୁ କରୁଛନ୍ତି ଛାତ୍ରଛାତ୍ରୀ, ଆକ୍ବାଗାର୍ଡ ପାଣି ପିଇଲେ ମିଳୁଛି ଦଣ୍ଡ !

ସ୍କୁଲରେ ଝାଡୁ କରୁଛନ୍ତି ଛାତ୍ରଛାତ୍ରୀ, ଆକ୍ବାଗାର୍ଡ ପାଣି ପିଇଲେ ମିଳୁଛି ଦଣ୍ଡ !

ଭୁବନେଶ୍ବର: ଆକ୍ବାଗାର୍ଡ ପାଣି ପିଇ ପାରିବେନି ଛାତ୍ରଛାତ୍ରୀ । ଆଉ ଯଦି ଆକ୍ବାଗାର୍ଡରୁ ପାଣି ପିଅନ୍ତି ତେବେ ମିଳିବ କଠୋର ଦଣ୍ଡ । ଖାଲି ସେତିକି ନୁହେଁ ସ୍କୁଲରେ ଝାଡୁ ମାରୁଛନ୍ତି ଛାତ୍ରଛାତ୍ରୀ । ଏଭଳି କିଛି ଅଭିଯୋଗ କରିଛନ୍ତି ଏକ ବିଦ୍ୟାଳୟର ଛାତ୍ରଛାତ୍ରୀ । ତେବେ ସ୍କୁଲଟି ଆଉ କେଉଁଠି ନୁହେଁ ବରଂ ଖୋଦ ରାଜଧାନୀର ଛାତି ଉପରେ ରହିଛି ଏହି ସ୍କୁଲ ।

ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ରହିଛି ସୟଦ ମମତାଜ୍ ଅଲ୍ଲୀ ସରକାରୀ ସ୍କୁଲ । ଏହା ବହୁତ ପୁରୁଣା ସ୍କୁଲ ହେବା ସହ ୫ଟି ସ୍କୁଲରେ ମଧ୍ୟ ସ୍ଥାନ ପାଇଛି । ତଥାପି ସ୍କୁଲର ଅବ୍ୟବସ୍ଥା ଦେଖିଲେ କେଉଁ ଏକ ଗାଁ ଗହଳି ସ୍କୁଲ ଭଳି ମନେ ହେଉଛି । ତେବେ ସ୍କୁଲରେ ପାଠପଢା କମ ହୁଏ ଓ ପିଲାମାନଙ୍କୁ ନେଇ କାମ ଅଧିକ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ସ୍କୁଲର ସଭାପତି । ସ୍କୁଲର ଛାତ୍ରଛାତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଖରା ସମୟରେ ସେମାନଙ୍କୁ ଥଣ୍ଡା ପାଣି ପିଇବା ବାରଣ କରାଯାଉଛି । ଯଦି କେଉଁ ଛାତ୍ରଛାତ୍ରୀ ଏହାକୁ ଅବମାନନା କରୁଛନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ମିଳୁଛି । କେବଳ ସେତିକି ନୁହେଁ ସ୍କୁଲରେ ଝାଡୁ ମାରିବା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟେବୁଲ୍ ପୋଛିବା ଆଦି କାମ ମଧ୍ୟ କରୁଛନ୍ତି ଛାତ୍ରଛାତ୍ରୀ ।

ପିଲାମାନେ କହିଛନ୍ତି ଯେ, ସ୍କୁଲ ଆରମ୍ଭରୁ ସ୍କୁଲ ଘର ଓଲାଇବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଟେବୁଲ ପିଛିବା କାମ କରୁଛନ୍ତି । ଏହାସହ ଯଦି ପାଣି ପିଇବାକୁ ଯାଆନ୍ତି ତେବେ ସ୍କୁଲର ଶିକ୍ଷକମାନେ ଥଣ୍ଡା ପାଣି ମେସିନକୁ ବନ୍ଦ କରିଦିଅନ୍ତି । ଏପଟେ ଯଦି ଅଧିକ ପିଲାମାନେ ଥଣ୍ଡା ପାଣି ପାଇଁ ଯାଇଥାନ୍ତି ସେମାନଙ୍କୁ କ୍ଲାସ ରୁମ୍ ସମ୍ମୁଖରେ ସ୍କୁଲର ଶିକ୍ଷକ ଦଣ୍ଡ ଦେଇଥାନ୍ତି । ସେପଟେ ସ୍କୁଲର ସଭାପତି କହିଛନ୍ତି ଯେ, ସ୍କୁଲକୁ ଟଙ୍କା ଆସୁଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ ହେଉନାହିଁ । ପିଲାଙ୍କୁ କାମରେ ଲଗାଯାଉଛି । ସ୍କୁଲକୁ ବିଭିନ୍ନ ସମୟରେ ଟଙ୍କା ଆସୁଛି । ଖର୍ଚ୍ଚ ମଧ୍ୟ କରାଯାଉଛି ହେଲେ ହିସାବର ତଥ୍ୟ ରଖୁନାହାନ୍ତି ପ୍ରଧାନ ଶିକ୍ଷୟତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଦୈନିକ ଅତିକମରେ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ - Mass Education Department

ଏହାସହ ଜଣେ ଅଭିଭାବକ କହିଛନ୍ତି ଯେ, ପିଲାଙ୍କୁ ଉଚିତ ଜ୍ଞାନ ଆହରଣ ପାଇଁ ଅନେକ ସମୟରେ ପ୍ରତିଯୋଗିତା ମୂଳକ ପଦକ୍ଷେପ ନିଆଯାଉଥିଲା ହେଲେ ବର୍ତ୍ତମାନ ତାହାର ଦେଖାଦର୍ଶନ ନାହିଁ । ପିଲାଙ୍କର କୌଳିକ ଶିକ୍ଷା ମୌଳିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରୁନି ସ୍କୁଲ ।
ଏପଟେ ଶୟଦ୍ ମମତାଜ୍ ଅଲ୍ଲୀ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷଯାତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details