ବଲାଙ୍ଗୀର:ପାଖେଇ ଆସୁଛି ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାରେ ଏହାକୁ ପାଲନ ପାଇଁ ବଲାଙ୍ଗୀର ପୋଲିସ ଓ ପ୍ରଶାସନର ମଧ୍ୟ ପ୍ରସ୍ତୁତି ସରିଛି। ରୀତି ନୀତି ଅନୁସାରେ ଦେବ ଦମ୍ପତିଙ୍କ ହେବ ବିବାହ। ଦେବ ଦମ୍ପତିଙ୍କ କଳ୍ପିତ ମାଆ ଓ ବାପା ମଧ୍ୟ ବିବାହ ପାଇଁ ସବୁ ପ୍ରସ୍ତୁତି ସାରିଥିବା ବେଳେ ଦେବ ନିମନ୍ତ୍ରଣ ପରେ ବନ୍ଧୁ ବାନ୍ଧବ ଓ ସହର ବାସୀଙ୍କୁ ଦିଆ ଯାଇଛି ନିମନ୍ତ୍ରଣ।
ଆସନ୍ତା 10 ତାରିଖରେ ଦେବ ଦମ୍ପତିଙ୍କ ପଡ଼ିବ ହାତ ଗଣ୍ଠି। ସମ୍ପନ୍ନ ହେବ ଶିବ ପାର୍ବତୀଙ୍କ ଶୁଭ ବିବାହ। ସେହିପରି 11 ତାରିଖରେ ଯୁଗଳ ମୂର୍ତ୍ତୀ ସହର ପରିକ୍ରମା କରିବା ସହ ଦେବ ଦମ୍ପତି ଘର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଯେଉଁଥିରେ ସବୁ କମିଟି ମାନେ ନୀତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେହିପରି ଶୀତଳ ଷଷ୍ଠୀ ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାର ନାଚ ଗୀତ ପ୍ରଦର୍ଶନ ହେବ। ବଲାଙ୍ଗୀରରେ ଏଥର ଚାରୋଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ଯଥା ପେଲେଶ ଲାଇନ୍, ବ୍ରାହ୍ମଣ ପଡ଼ା, ସୁଦ ପଡ଼ା ଓ ଏବି ଏ ଏସ ଏସ ପଡ଼ା ଯାତ୍ରା କମିଟି ଏଥର ଶୀତଳ ଷଷ୍ଠୀ ଯାତ୍ରା ର ଆୟୋଜନ କରୁଛନ୍ତି। ଏତି ପାଇଁ ସହରରେ ବିଭିନ୍ନ ସ୍ଥାନରେ ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ସେହିପରି ସବୁ କମିଟି ଦ୍ବାରା ମହା ଆଡ଼ମ୍ବରରେ ଏହି ଦେବ ଦମ୍ପତିଙ୍କ ବିବାହ କରାଯିବ ।
ଏହା ମଧ୍ୟ ପଢନ୍ତୁ-ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରେଢ଼ାଖୋଲ ବିଧାୟକଙ୍କ ସହ ବୈଠକ