ଓଡିଶା

odisha

ETV Bharat / state

ଅନୁଗୋଳରେ ସର୍ବଭାରତୀୟ ମହିଳା ସମ୍ମିଳନୀ, ନାରୀ ନିରାପତ୍ତାକୁ ଗୁରୁତ୍ବ - ଅଲ୍ ଇଣ୍ଡିଆ ସାଂସ୍କୃତିକ ସଂଗଠନ

All India Mahila Sanskritik Sangathan: ଅନୁଗୋଳରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ୫ମ ମହିଳା ସମ୍ମିଳନୀ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

All India Mahila Sanskritik Sangathan
All India Mahila Sanskritik Sangathan

By ETV Bharat Odisha Team

Published : Jan 29, 2024, 12:04 PM IST

Updated : Jan 29, 2024, 1:00 PM IST

All India Mahila Sanskritik Sangathan

ଅନୁଗୋଳ:ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ପଞ୍ଚମ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାନେତ୍ରୀ ବିଣାପାଣି ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନାରୀ ନିର୍ଯାତନା ବନ୍ଦ ଓ ନାରୀକୁ ନିରାପତ୍ତା, ମଦ-ଡ୍ରଗ୍ସ ଆଦି ସମ୍ପୂର୍ଣ୍ଣ ନିଷେଧ , ଯୌନ ଉଦ୍ଦୀପକ କାର୍ଯ୍ୟକ୍ରମ ପ୍ରସାରଣ ସମ୍ପୂର୍ଣ୍ଣ ବନ୍ଦ, ଆଶା, ଅଙ୍ଗନବାଡ଼ି ନାଯ୍ୟ ଦାବି ପୂରଣ ଆଦି ଆଲୋଚନା ହୋଇଥିଲା।

ଦରଦାମ୍ ବୃଦ୍ଧି ବନ୍ଦ ସହ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ମାଳତୀ ଚୌଧୁରୀଙ୍କ ନାମରେ ନାମିତ କରିବା ଆଦି ଦାବି ପୂରଣ ପାଇଁ ପ୍ରଥମେ ସ୍ଲୋଗାନରେ ବାହାରି ଥିଲା ଶୋଭାଯାତ୍ରା। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କର ଏହି ଶୃଙ୍ଖଳିତ, ଦୃଢ଼ ଆତ୍ମପ୍ରତୟଭରା ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସଭାଘରେ ପହଞ୍ଚିଥିଲା । ଏହାପରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମାନବତାବାଦୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟଦାନ କରାଯାଇଥିଲା । ସଂଗଠନର ପତାକା ଉତ୍ତୋଳନ ଓ ସହିଦବେଦୀରେ ମାଲ୍ୟାର୍ପଣ ପରେ ବିଧିବଦ୍ଧ ଭାବେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍.ୟୁ.ସି.ଆଇର କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ ଶଙ୍କର ଦାସଗୁପ୍ତ ଓ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ନାରୀ ଜୀବନର ସମସ୍ୟା ଓ ତାକୁ ଦୂର କରିବା ପାଇଁ ମହିଳା ସମାଜର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମାତୃଶକ୍ତି ସମ୍ମିଳନୀ ଆୟୋଜିତ, ନାରୀଙ୍କ ଭୂମିକା ଉପରେ ଚର୍ଚ୍ଚା

ସେହିପରି ଆର୍ଥିକ ସଂକଟ ସହ ମାଦକଦ୍ରବ୍ୟ ଓ ଅପସଂସ୍କୃତିର ବ୍ୟାପକ ପ୍ରସାର ହିଁ ଆଜି ପାରିବାରିକ, ସାମାଜିକ, ସାଂସ୍କୃତିକ ଜୀବନକୁ ସମ୍ପୂର୍ଣ୍ଣ ରସାତଳଗାମୀ କରିଥିବା ବେଳେ ନାରୀ ଓ ଶିଶୁର ଜୀବନକୁ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚାଇଛି ବୋଲି ସେମାନେ ମତ ଦେଇଥିଲେ । ସେହିପରି ଜଘଂନ୍ୟ ନାରୀ ନିର୍ଯ୍ୟାତନା, ଧର୍ଷଣ ଓ ହତ୍ୟାକାରୀଙ୍କୁ ଖୋଲାଖୋଲି ପ୍ରସୟ ଦେବା ଏପରିକି ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରୁଥିବା ଦଳର ନେତାମାନେ ମା’କୁ ସମ୍ମାନ, ନାରୀକୁ ଦେବୀ ଆଖ୍ୟାଦେବା ଅତ୍ୟନ୍ତ ହାସ୍ୟାସ୍ପଦ କହି ଏ ସମସ୍ତ ଫମ୍ପା ସ୍ଲୋଗାନ୍ କେବଳ ଶତକଡା ୫୦ ଭାଗ ମହିଳା ଭୋଟ୍ ହାତେଇବା ପାଇଁ ଉଦ୍ଦିଷ୍ଟ ବୋଲି ବକ୍ତାମାନେ କହିଥିଲେ । ତେବେ ଅନୁଷ୍ଠିତ ଏହି ପ୍ରଗତିଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ନାଟକ ଓ ସଙ୍ଗୀତ ପରିବେଷଣ ଅତ୍ୟନ୍ତ ଚିନ୍ତା କର୍ଷକ ଥିଲା । ସେହିପରି ଆସନ୍ତା ଜୁନ୍ ମାସରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ସମ୍ମଳନୀରେ ଆହ୍ୱାନ ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 29, 2024, 1:00 PM IST

ABOUT THE AUTHOR

...view details