ମାଲକାନଗିରି:ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ପାଇବେ । କେହି ବି ଏଥିରୁ ବଞ୍ଚିତ ହେବେ ନାହିଁ । ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଗସ୍ତ କରି ଏପରି କହି ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ସାହାସ ବଢାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମାଲକାନଗିରି ଗସ୍ତରେ ଯାଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, "ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଯିବ । ପଡେଇଗୁଡା ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ । "
DEPUTY CM VISIT BANDA GHATI (ETV BHARAT ODISHA) ବଣ୍ଡା ଘାଟିରେ ପଟ୍ଟା ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ:
ମାଲକାନଗିରି ପହଞ୍ଚିବା ପରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ବଡଡୁରାଲ, ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥି ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ଜନଜାତିର ଅଳଙ୍କାର ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।
DEPUTY CM VISIT BANDA GHATI (ETV BHARAT ODISHA) ସୁଭଦ୍ରା ଟଙ୍କା ପାଇବେ ବଣ୍ଟା ମହିଳା:
ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
DEPUTY CM VISIT BANDA GHATI (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ବଣ୍ଡା ଘାଟି ଗସ୍ତ କଲେ ମାଲକାନଗିରି ନୂଆ ଜିଲ୍ଲାପାଳ - ଵିଶାଲ ସିଂଙ୍କ ବଣ୍ଡାଘାଟି ଗସ୍ତ
ଏହା ମଧ୍ୟ ପଢନ୍ତୁ-ବଣ୍ଡାଘାଟିର ବିକଳ ଚିତ୍ର: ଶୁଣୁନି ପ୍ରଶାସନ, ଲାଘବ ହେଉନି ଜଳ ସଙ୍କଟ - ବଣ୍ଡାଘାଟିରେ ଜଳ ସଙ୍କଟ
ବଣ୍ଡା ଜନଜାତିଙ୍କ ଅଳଙ୍କାର ପାଇଁ ସ୍ଥାୟୀ ସଂଗ୍ରାଳୟ ସ୍ଥାପନ:
ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଓ ଆଭୂଷଣ ଅଳଙ୍କାରର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସ୍ଥାୟୀ ସଂଗ୍ରାଳୟ ସ୍ଥାପନ, ପିଇବା ପାଣି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ପାନୀୟ ଜଳର ସୁବିଧା, ଜନଜାତି ବସବାସ କରୁଥିବା ଅଞ୍ଚଳରେ ଭାଷାଗତ ଶିକ୍ଷକ ନିଯୁକ୍ତି ଓ ବିଡ଼ିଏ ଜରିଆରେ ମୁଦୂଲୀପଡା ଠାରେ ଏକ ସାପ୍ତାହିକ ହାଟର ସ୍ଥାପନା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ। ଶେଷରେ କୁଡୁମୁଲୁଗୁମ୍ମା ଅଞ୍ଚଳର ଯୁବ ସମାଜସେବୀ ଲଳିତ ରାଉତଙ୍କ ନେତୃତ୍ବରେ ଏକ ଟିମ୍ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଡୁମୁଲୁଗୁମ୍ମା ବ୍ଲକ୍ ଅଫିସକୁ ପୁନଃସ୍ଥାପନ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକୁ ସେ ସ୍ୱୀକାର କରି ନିଶ୍ଚିତ ଭାବେ ଏହାକୁ ସମୀକ୍ଷା କରିବେ ବୋଲି କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପୂର୍ବତନ ବିଧାୟିକ ଡମ୍ବରୁ ସୀସା, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
DEPUTY CM VISIT BANDA GHATI (ETV BHARAT ODISHA) ଉପ ମୁଖ୍ୟମନ୍ତ୍ରୀ ପ୍ରଭବାତୀ ପରିଡା କହିଛନ୍ତି, ''ବଣ୍ଡା ଘାଟିକେ ସୁଭଦ୍ରା ଯୋଜନା ପହଞ୍ଚି ପାରୁନି ଖବର ମିଳିଥିଲା । ବଣ୍ଡା ଲୋକଙ୍କର ଜୀବନଶୈଳୀ କଣ ତାହା ଦେଖିବାକୁ ମୁଁ ଆସିଥିଲି । ଏଠାରେ ପ୍ରତି ମହିଳାଙ୍କ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏଠାକାର ମହିଳାଙ୍କ ଦାବି ଯେ ତାଙ୍କ ଅଲଙ୍କାର ସେ ରାଜଧାନୀ ବଜାରରେ ଦେଖାଇବାକୁ ଚାହିଁଛନ୍ତି । ତେଣୁ ତାଙ୍କ ପାଇଁ ମିଶନଶକ୍ତି ବଜାରରେ ଷ୍ଟଲ ଦରକାର । ଏଥି ପାଇଁ ଚେଷ୍ଟା କରିବି । ''
ଇଟିଭି ଭାରତ, ମାଲକାନଗିରି