ଓଡିଶା

odisha

ETV Bharat / state

ଫୁଟିଲା ବାଣ, ବଢିଲା ପ୍ରଦୂଷଣ: ଭୁବନେଶ୍ୱରରେ ବର୍ଷା ଦେଲା ଆଶ୍ୱସ୍ତି - AIR POLLUTION

ଦୀପାବଳିରେ ବାଣ ଫୁଟିବା ଯୋଗୁଁ ରାଜ୍ୟରେ ପ୍ରଦୂଷଣର ମାତ୍ରା ବଢ଼ି ଯାଇଥିଲା । ହେଲେ ଆଜି ହୋଇଥିବା ବର୍ଷା ସ୍ଥିତିକୁ ନିୟନ୍ତ୍ରଣ କରିଛି ।

Air Pollution Level High In Bhubaneswar
Air Pollution Level High In Bhubaneswar (ETV Bharat Odisha)

By ETV Bharat Odisha Team

Published : Nov 1, 2024, 10:05 PM IST

ଭୁବନେଶ୍ୱର: ଧୁମଧାମରେ ଦୀପାବଳି ପାଳନ କରିଛନ୍ତି ରାଜ୍ୟବାସୀ । ଏହି ଅବସରରେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ଗୁଣବତ୍ତା (ଏକ୍ୟୁ) ଅତ୍ୟନ୍ତ ଖରାପ ହୋଇଯାଇଥିଲା । ବାଣ ଫୁଟିବା ଯୋଗୁଁ ବାୟୁମଣ୍ଡଳର ସ୍ଥିତି ଅସନ୍ତୋଷଜନକ ଥିବାବେଳେ ଆଜି ସକାଳେ ହଠାତ୍ ବର୍ଷା ଏହାକୁ ଆଶ୍ବସ୍ତି ଦେଇଛି । ବର୍ଷା ପ୍ରଭାବରେ ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ନିୟନ୍ତ୍ରଣକୁ ଆସିଛି ।

Air Pollution Level High In Bhubaneswar (ETV Bharat Odisha)

ଓଡିଶାରେ କ'ଣ ରହିଛି ଏୟାର କ୍ଵାଲିଟି ଇନଡେକ୍ସ:

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସନ କହିଛନ୍ତି, "ପ୍ରଦୂଷଣକୁ ବାଣ ବିଗାଡି ଦେଇଥିଲା, କିନ୍ତୁ ଆଜି ସକାଳେ ବର୍ଷା ବଞ୍ଚାଇ ଦେଲା । ଗତକାଲି ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ଏୟାର କ୍ଵାଲିଟି ଖରାପ ହୋଇଥିଲା । ବୁଧବାର ସକାଳେ ଏହା ୬୦ରୁ ୭୦ ଏୟାର କ୍ଵାଲିଟି ଥିଲା । ଯାହା ସନ୍ତୋଷଜନକ ରହିଥିଲା । ସନ୍ଧ୍ୟାରେ ଏହା ବଢ଼ି ୧୦୦ ଏୟାର କ୍ଵାଲିଟି ହୋଇଯାଇଥିଲା । ଗତକାଲି ସନ୍ଧ୍ୟାରେ ବାଣ ଫୁଟାରୁ ବଢ଼ି ୨୩୦ -୨୪୦ ଏୟାର କ୍ଵାଲିଟି ହୋଇଯାଇଥିଲା । ଆଜି ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ୧୩୩ ଏୟାର କ୍ଵାଲିଟି ହୋଇଥିଲା । ଏହା ଆହୁରି କମିଯିବ । ବର୍ଷା ଯୋଗୁଁ ପ୍ରଦୂଷଣର ମାତ୍ରା ଭୁବନେଶ୍ୱରରେ କମିଛି । ବାଲେଶ୍ୱର, ରାଉରକେଲା, ତାଳଚେର ୧୦୦ ଏୟାର କ୍ଵାଲିଟି ଉପରେ ଥିଲା । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି।"

Air Pollution Level High In Bhubaneswar (ETV Bharat Odisha)


ପାୱାର ପ୍ଳାଣ୍ଟ ଏବ ରାସ୍ତା କାମ ପାଇଁ ଏୟାର କ୍ଵାଲିଟି ଅଧିକ ବୃଦ୍ଧି ରହୁଛି:

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସନ କହିଛନ୍ତି, "ବାଲେଶ୍ୱର ଓ ରାଉରକେଲା ବର୍ତ୍ତମାନ ୧୩୦-୧୪୦ ଏୟାର କ୍ଵାଲିଟି ଅଛି । ହେଲେ ତାଳଚେରରେ ଅଧିକ ରହିଛି । ଯାହା ୨୫୬ ଏୟାର କ୍ଵାଲିଟି । କାରଣ ପାୱାର ପ୍ଲାଣ୍ଟ ଓ ଖଣି କାମ ସେଠାରେ ହେଉଛି । ଦିନେ ଦୁଇ ଦିନରେ ଏହା କମିଯିବ । ଉତ୍ତର ଭାରତରେ ୩୦୦ ଏୟାର କ୍ଵାଲିଟି ହୋଇଥିଲା । Indo Gangetic ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । ୨୦୨୨ରେ ପ୍ରଦୂଷଣ ମାତ୍ରା ଅଧିକ ଥିଲା । ୨୦୨୩ରେ କମିଥିଲା । ଏ ବର୍ଷ ଆହୁରି କମିଛି । କଟକ ଭଲ ଅଛି । ଗତକାଲି ତାଳଚେର ଓ ଭୁବନେଶ୍ୱରରେ ମାତ୍ରା ଅଧିକ ଥିଲ । ହେଲେ ରାଉରକେଲା ୧୨୨ ଏୟାର କ୍ଵାଲିଟିରେ ରହିଥିଲା । ବାଲେଶ୍ୱର ଷ୍ଟେସନ NH ପାଖରେ ଅଛି। ସେଠି ରାସ୍ତା କାମ ଚାଲିଛି । କାମ ସରିଲେ, ସେଠି ବି ସ୍ଥିତି ଠିକ ହୋଇଯିବ ।"

Air Pollution Level High In Bhubaneswar (ETV Bharat Odisha)


ଜାରି କରାଯାଇଥିଲା ଗାଇଡଲାଇନ:

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଆହୁରି କହିଛନ୍ତି, "ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ବାଣ ଫୁଟା ଗାଇଡ଼ଲାଇନ ଜାରି କରାଯାଇଛି । ଲୋକଙ୍କୁ ଅନୁରୋଧ କରିଥିଲୁ ବାଣ ନଫୁଟାଇବା ପାଇଁ । ସକାଳେ ବାଣ ଫୁଟାଇ ନଥିଲେ । ରାତିରେ ଅଧିକ ଫୁଟାଇଲେ । ସାରା ଦେଶରେ ଏହି ଅବସ୍ଥା । ବାଣ ଫୁଟିଲେ ଯଦି ପବନ ବୋହିବ, ପ୍ରଦୂଷଣ ସ୍ତର କମିଯାଏ । ଦକ୍ଷିଣ ଭାରତର ମଦୁରାଇରେ ପବନ ହୁଏ । ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରା କମ ଥାଏ । ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଶୀତ ଦିନ ଆରମ୍ଭରୁ ଭିଜାଇଲାଣି ବର୍ଷା, କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ରାତିରେ ଭୁବନେଶ୍ବରରେ ଜଳିଗଲା ଏକାଧିକ ଦୋକାନ, ମାର୍କେଟ ବିଲଡିଂରେ ଲାଗିଲା ନିଆଁ

ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ବାଣ ବିସ୍ଫୋରଣ ଘଟଣା: ଜଣେ ମୃତ, 2 ଜଣ ଚିକିତ୍ସାଧୀନ

ମାନିଲେନି ଦିଲ୍ଲୀବାସୀ!:

ସେପଟେ ସାରା ଦେଶରେ ଦୀପାବଳିକୁ ଧୁମାଧାମରେ ପାଳନ କରିଛନ୍ତି ଦେଶବାସୀ । ହେଲେ ମାନିଲେନି ଦିଲ୍ଲୀବାସୀ । କଟକଣା ପରେ ମଧ୍ୟ ଗତକାଲି ମନଇଚ୍ଛା ବାଣ ଫୁଟାଇଲେ ଲୋକେ । ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି । ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଛି । ଯାହା ଅତି ଭୟଙ୍କର ପ୍ରଦୂଷଣ । ବାୟୁର ମାନ ମନିଟରିଂ କରୁଥିବା ୪୦ଟି ସ୍ଥାନ ମଧ୍ୟରୁ ଅଧିକ ଜାଗାରେ ବାୟୁ ଅତି ଖରାପ ବୋଲି କୁହାଯାଇଛି । ଆଜି ସକାଳେ ଦିଲ୍ଲୀରେ ଏୟାର କ୍ଵାଲିଟି ଇନଡେକ୍ସ ଥିଲା ୩୬୦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details