ଓଡିଶା

odisha

ETV Bharat / state

ମେଣ୍ଟ ଚର୍ଚ୍ଚାରେ ବ୍ରେକ୍ ଲଗାଇଲେ ବିଜେପି ପ୍ରଭାରୀ, କହିଲେ '୮୦ ବିଧାନସଭା ଓ ୧୬ ଲୋକସଭା ସିଟ୍ ଜିତିବୁ' - ବିଜେଡି ଓ ବିଜେପି ମେଣ୍ଟ

Bijay Pal Singh Tomar Reaction on BJP-BJD Alliance: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା । ରାଜ୍ୟ ସଭାପତିଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ

ଓଡ଼ିଶାରେ ମେଣ୍ଟ ରାଜନୀତି
ଓଡ଼ିଶାରେ ମେଣ୍ଟ ରାଜନୀତି

By ETV Bharat Odisha Team

Published : Mar 2, 2024, 12:49 PM IST

ଓଡ଼ିଶାରେ ମେଣ୍ଟ ରାଜନୀତି ଚର୍ଚ୍ଚା

ଭୁବନେଶ୍ବର: ଓଡ଼ିଶାରେ ମେଣ୍ଟ ରାଜନୀତି ଚର୍ଚ୍ଚା । ରାଜ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ମୋ ଜାଣିବାରେ କୌଣସି ମେଣ୍ଟ ହେଉ ନାହିଁ ବୋଲି କହିଲେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ । ପ୍ରକାଶଥାଉକି, ଏହା ପୂର୍ବରୁ ବିଜେଡି ସହିତ କୌଣସି ମେଣ୍ଟ ହେବ ନାହିଁ ବିଜେପି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି କହିଥିଲେ ମନମୋହନ ସାମଲ ।

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୟ ପାଲ୍ ସିଂ ତୋମାର କହିଛନ୍ତି, "ମୋ ଜାଣିବାରେ ମେଣ୍ଟ ହେଉ ନାହିଁ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଅନ୍ୟ ନେତାଙ୍କ ସହ ବି କଥା ହୋଇଛି । ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ବିଜେପି ବିଜେଡ଼ି ମେଣ୍ଟ ହେବ ନାହିଁ । ବିଜେପି ଏକାକୀ ଲଢିବ । ୮୦ ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବ ବିଜେପି । ମେଣ୍ଟ ଚର୍ଚ୍ଚା ବିଜେଡି ହିଁ ଆଗକୁ ବଢ଼ାଉଛି । ମୋ ଜାଣିବାରେ ମେଣ୍ଟ ନେଇ ସେଭଳି କୌଣସି ଆଲୋଚନା ହୋଇ ନାହିଁ ।"

ଏହା ମଧ୍ୟପଢନ୍ତୁ: ବିଜେଡି ସହ ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି: ମନମୋହନ ସାମଲ

ଦିଲ୍ଲୀରୁ ଫେରିବା ପରେ ଆଜି ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଥିଲେ, "ଓଡିଶାରେ ବିଜେପି ଏକାକୀ ସରକାର କରିବ । ଜେଡି ସହିତ କୌଣସି ମେଣ୍ଟ ହେବ ନାହିଁ । ବିଜେଡି ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ । ଓଡ଼ିଶାରେ 147ଟି ଯାକ ବିଧାନସଭା ଆସନ ଏବଂ 21 ଲୋକସଭା ସିଟରେ ଏକାକୀ ଲଢିବ ବିଜେପି । ଲୋସଭାରେ ମଧ୍ୟ 21ଟି ସିଟରେ ବିଜେପି ବିଜୟୀ ହେବା ସହ ତୃତୀୟ ଥର ପାଇଁ ଦେଶର ପ୍ରଧାମମନ୍ତ୍ରୀ ହେବେ । "

ପ୍ରକାଶଥାଉକି ଓଡ଼ିଶାରେ ମେଣ୍ଟ ରାଜନୀତି ନେଇ ଗତ 27 ତାରିଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଥିଲେ, "ମେଣ୍ଟ ହେବ କି ନାହିଁ କେନ୍ଦ୍ର ନେବ ନିଷ୍ପତ୍ତି ବୋଲି ବିଜୟ ପାଲ ତୋମାର କହିଛନ୍ତି । ସବୁ ଆସନରେ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତ ରହିଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଆମେ ସେଥିରେ ସହମତି ଦେବୁ ।" 2024 ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ହ୍ରାସ ପାଉଛି । ମୋଦିଙ୍କୁ ନବୀନ ପ୍ରତ୍ୟେକ କ୍ଷେତ୍ରରେ ଆକୁଣ୍ଠ ସମର୍ଥନ ମଧ୍ୟ ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡି-ବିଜେପି ଏକ ବୋଲି ବିରୋଧୀ କଂଗ୍ରେସ ଦାବି କରିଆସୁଥିବା ବେଳେ ଆଜି ଚର୍ଚ୍ଚାରେ ବିରାମ ପଡିଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details