ଭୁବନେଶ୍ବର: ରାଜ୍ୟରେ ନିରପେକ୍ଷ ଏବଂ ଅବାଧ ନିର୍ବାଚନକୁ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ । ନିର୍ବାଚନ ସମୟରେ ରାଜ୍ୟରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିରପେକ୍ଷ ହୋଇ କାମ କରିବା ପାଇଁ ଚେତାଇଲେ ପିତାମ୍ବର । ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ସମୟରେ ଯଦି ନିୟମ ଉଲ୍ଲଙ୍ଘନ କରି କୌଣସି ସରକାର ଅଧିକାରୀ ଅନୈତିକ କାର୍ଯ୍ୟ କରୁଥିବେ ତେବେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ ପାଇଁ ପରାମର୍ଶ ଦେଲେ ପିତାମ୍ବର ।
ତେବେ ସମ୍ବାଦିକ ସମ୍ମିଳନୀରେ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ମାର୍ଚ୍ଚ 16ରୁ ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି । ଓଡ଼ିଶାର ପ୍ରଶାସନିକ ଅଧିକାରୀମାନଙ୍କ ଗୌରବମୟ ଇତିହାସ ରହିଛି । ବିଭିନ୍ନ କେନ୍ଦ୍ରୀୟ ପଦବୀରେ ମୁଖ୍ୟ ଭାବରେ ଏମିତିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଓଡ଼ିଆ ଅଫିସର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଗତ ନିର୍ବାଚନରେ ଜଣେ ଡିଜି ପାହ୍ୟାର ଅଫିସର ପୋଲିସ ଗାଡିରେ ଟଙ୍କା ବାଣ୍ଟିଥିବା ନେଇ ଭୋଟରମାନେ ଅଭିଯୋଗ କରିଥିଲେ । ତାହା ନିର୍ବାଚନ କମିଶନରଙ୍କ ଆଗକୁ ଅଣାଯାଇଥିଲା । ଏଥର ଏହାର ପୁନରାବୃତ୍ତି ନହେଉ ।"
ଏହା ମଧ୍ୟ ପଢ଼ନ୍ତୁ...ଏକାମ୍ରରେ ବିଜେପିର ଶକ୍ତି ପଦର୍ଶନ, ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାବୁ ସିଂ - Ekamra Assembly Constituency
ନିର୍ବାଚନ ସମୟରେ ପ୍ରଶାସନିକ ଅଧିକାରୀ ନିରପେକ୍ଷ ହୋଇ କାମ କରନ୍ତୁ: ବିଜେପି - BJP PRESSMEET - BJP PRESSMEET
BJP PRESSMEET: ନିର୍ବାଚନ ସମୟରେ ରାଜ୍ୟରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିରପେକ୍ଷ ହୋଇ କାମ କରିବା ପାଇଁ କହିଲା ବିଜେପି । ଅଧିକ ପଢ଼ନ୍ତୁ
Published : Apr 4, 2024, 8:18 AM IST
ପିତାମ୍ବର ଏହା ମଧ୍ୟ କହିଛନ୍ତି, "ସାଧାରଣ ନିର୍ବାଚନରେ ଉଚ୍ଚ ଓ ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ଅସାଧୁ ଓ ଅନୈତିକ ଆଚରଣର ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ୩ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାନାମା ଜାରି କରିଥିଲେ । ନିର୍ଦ୍ଦେଶ ନମ୍ବର ୨୪, ୨୫ ଓ ୨୬ ଜରିଆରେ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ, ପୋଲିସ ଅଧିକାରୀ ଓ ଭାରତୀୟ ତଥା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ନିରପେକ୍ଷ ଭୂମିକା ସଂପର୍କରେ ଅବଗତ କରାଇଛନ୍ତି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ନିର୍ବାଚନ କମିଶନଙ୍କ ଅଧିନରେ କାର୍ଯ୍ୟରତ ହୋଇଥାନ୍ତି । ନିର୍ବାଚନ କମିଶନ ପ୍ରିଜାଇଡିଂ ଅଫିସର ନିଯୁକ୍ତି ପତ୍ର ପ୍ରଦାନ ସହିତ ନିୟମ ଖିଲାପ କଲେ ସେମାନଙ୍କୁ ଚାକିରିରୁ ନିଲମ୍ବନ କିମ୍ବା ବହିଷ୍କାର କରିବାର ଅଧିକାର ରଖିଛନ୍ତି । ଯଦି କୌଣସି ସରକାରୀ କର୍ମଚାରୀ ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ନିଜର କର୍ତ୍ତବ୍ୟକୁ ଅବହେଳା କରି ଶାସକ ଦଳର କୌଣସି ପ୍ରଚାର କିମ୍ବା ସୁହାଇଲା ଭଳି କାର୍ଯ୍ୟ କରନ୍ତି ତାହାଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତୀୟ ନିର୍ବାଚନ କମିଶନ ଏବଂ ତାଙ୍କର ପ୍ରତିନିଧି ହିସାବରେ ରାଜ୍ୟ ନିର୍ବାଚନ ଅଧିକାରୀ ଚେତାଇ ଦେଇଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର