ଓଡିଶା

odisha

ETV Bharat / state

ସରିଲା ଧନୁଯାତ୍ରା: ମହୋଦଧିରେ ପାପ ଧୋଇଲେ କଂସ, ପ୍ରାୟଶ୍ଚିତ ପାଇଁ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା - ସରିଲା ଧନୁଯାତ୍ରା

Kansa Maharaja takes Holy Dip: ମଞ୍ଚରେ ଅଭିନୟବେଳେ ପ୍ରଭୁ କୃଷ୍ଣଙ୍କୁ କଟୁ କଥା ଓ ଅପମାନ କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ ଅର୍ଥାତ୍ ହୃଷିକେଶ ଭୋଇ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁଙ୍କ ଶଙ୍କରାଚାର୍ଯ୍ୟଙ୍କ ଶରଣରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ

କଂସଙ୍କ କ୍ଷମାପ୍ରାର୍ଥନା
କଂସଙ୍କ କ୍ଷମାପ୍ରାର୍ଥନା

By ETV Bharat Odisha Team

Published : Jan 26, 2024, 5:54 PM IST

କଂସଙ୍କ କ୍ଷମାପ୍ରାର୍ଥନା

ପୁରୀ: ସରିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମଞ୍ଚରେ ଅଭିନୟବେଳେ ପ୍ରଭୁ କୃଷ୍ଣଙ୍କୁ କଟୁ କଥା ଓ ଅପମାନ କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ । ଅର୍ଥାତ୍ କଂସ ଚରିତ୍ରରେ ଅଭିନୟ କରିଥିବା ହୃଷୀକେଶ ଭୋଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁଙ୍କ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ। ଦୀର୍ଘ 11 ଦିନ ଧରି କଂସ ଭୂମିକାରେ ଅଭିନୟ କରି ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରିଥିଲେ । ଏହି ମହାପାପର ପ୍ରାୟଶ୍ଚିତ ପାଇଁ ସେ ଜଗନ୍ନାଥଧାମ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିଛନ୍ତି । ବରଗଡ଼ ଧନୁଯାତ୍ରାରେ କୃଷ୍ଣ ଭଗବାନଙ୍କୁ କଟୁ କଥା କହିଥିବାରୁ କ୍ଷମା ମାଗିଛନ୍ତି ଅଭିନୟ କରିଥିବା କଂସ।

ପ୍ରଥମେ ସେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିବା ପରେ ସମୁଦ୍ର ଯାଇ ବୁଡ଼ ପକାଇଛନ୍ତି । ଏହାସହ ପଇତା ବିସର୍ଜନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଓ ନମସ୍କାର କରିଛନ୍ତି। ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଅଭିନୟରେ କରିଥିବା ପାପ ପାଇଁ କ୍ଷମା ପାଇଁ ପ୍ରାର୍ଥନା କରିଛନ୍ତି । କଂସ ଅଭିନୟ କରିଥିବା ହୃଷୀକେଶ କହିଛନ୍ତି, "ଧର୍ମର ସବୁବେଳେ ବିଜୟ ହୋଇଛି ଏବଂ ଅଧର୍ମର ବିନାଶ । ଏହା ମହାପ୍ରଭୁଙ୍କ ଲୀଳା।"

ଏହା ମଧ୍ୟ ପଢନ୍ତୁ...କଂସ ବଧ ସହ ଧନୁଯାତ୍ରାରେ ପଡିଲା ଯବନିକା, ପୁଣି ଆରବର୍ଷକୁ ଅପେକ୍ଷା
ଏହା ମଧ୍ୟ ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରକୁ ଆସିଲା ମା' ସମଲେଇଙ୍କ ନିମନ୍ତ୍ରଣ

ସେ ଅଭିନୟ ସମୟରେ କୃଷ୍ଣ ଭଗବାନଙ୍କୁ ଅନେକ କଟୁ କଥା କହିଛନ୍ତି। ସେଥିପାଇଁ ସେ ପଶ୍ଚାତାପ କରୁଥିବାବେଳେ ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା ପାଇଁ ଆସିଥିବା କହିଛନ୍ତି । ତେବେ ବରଗଡ଼ ଧନୁଯାତ୍ରାର ପରମ୍ପରା ଅନୁଯାୟୀ ଯାତ୍ରା ଶେଷ ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ରୀକ୍ଷେତ୍ର ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିବା ସହ ମହୋଦଧିରେ ବୁଡ଼ ପକାଇଛନ୍ତି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ଅଭିନୟ ସମୟରେ ମହାପ୍ରଭୁଙ୍କୁ କଟୁ କଥା କହିଥିବାରୁ ସେମାନେ କ୍ଷମା ପ୍ରାର୍ଥନା କରିଥାନ୍ତି। ଏହି ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ସେପଟେ କଂସ ବଧ ସହ ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଚଳଚଞ୍ଚଳ ହୋଇଉଠିଥିବା ବରଗଡ଼ ଏବେ ନିଛାଟିଆ ହୋଇପଡ଼ିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details