ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ କରିଥିଲେ ତୁଳନା - ଯାତ୍ରା କଳାକାର ଦୈତାରୀ ପଣ୍ଡା

Daitari Panda Apologises To Lord Jagannath: ଭାବାବେଗରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ କରିଥିଲି ତୁଳନା । ଏଭଳି ମନ୍ତବ୍ୟ ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ଯାତ୍ରା କଳାକାର ଦୈତାରୀ ପଣ୍ଡା । ଅଧିକ ପଢନ୍ତୁ

Daitari Panda Apologises To Lord Jagannath
ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

By ETV Bharat Odisha Team

Published : Feb 8, 2024, 12:38 PM IST

ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା

ପୁରୀ:ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଯାତ୍ରା କଳାକାର ଦୈତାରୀ ପଣ୍ଡା । ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତୁଳନା କରି କଡ଼ା ସମାଲୋଚନାର ଶିକାର ହୋଇଥିଲେ । ଏହାକୁ ଜଗନ୍ନାଥ ପ୍ରେମୀ ଦୃଢ଼ ପ୍ରତିବାଦ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଦୈତାରୀ ପଣ୍ଡା । ପ୍ରଥମେ ସିଂହଦ୍ଵାର ଥାନା ଯିଵାପରେ ଦୈତାରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ସବୁଆଡୁ ବିରୋଧର ସ୍ୱର ତେଜିବା ପରେ ଶେଷରେ ଶ୍ରୀମନ୍ଦିର ଆସି ନିଜେ ଦେଇଥିବା ଏଭଳି ମନ୍ତବ୍ୟ ପାଇଁ ପଶ୍ଚାତାପ କରିଥିବା କହିଛନ୍ତି ଦୈତାରୀ ପଣ୍ଡା । ସେ ଭାବ ପ୍ରବଣରେ ଏଭଳି ମତ ଦେଇଥିଲେ। ସେ ନିଜର ଭୁଲ ପାଇଁ ଅନୂତପ୍ତ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ କାହା ସହିତ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ୍ । ତେଣୁ ସେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଜଗନ୍ନାଥ ପ୍ରେମୀ ତାଙ୍କୁ କ୍ଷମା କରନ୍ତୁ ବୋଲି ନିବେଦନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ଜଗନ୍ନାଥଙ୍କୁ ଯେତିକି ଭଲ ପାଆନ୍ତି, ମୁଁ ମଧ୍ୟ ସେତିକି ଭଲପାଏ । ସେ ବିଷୟରେ ବର୍ଣ୍ଣନା କରିପାରିବି ନାହିଁ। କେବଳ ଏତିକି କହିବି, ମୋର ସକାଳ ଆରମ୍ଭ ହୁଏ ଜଗନ୍ନାଥଙ୍କଠାରୁ । ଶୟନେ ସପନେ ଜାଗରଣେ ସବୁବେଳେ ଜଗନ୍ନାଥଙ୍କୁ ଆଖି ଆଗରେ ରଖି ମଞ୍ଚ ଉପରକୁ ଯାଏ। ତେଣୁ ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ରହେ । ମୁଁ ଜଣେ କଳାକାର । ମୁଁ କିଭଳି ଆଗାମୀ ଦିନରେ ଏହି କଳା କ୍ଷେତ୍ରରେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ସେନେଇ ଆଶୀର୍ବାଦ ଦେବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ସାମିଲ ହେଲେ ଖ୍ୟାତନାମା ଯାତ୍ରା ଓ ମଞ୍ଚ କଳାକାର

ତେବେ ଯେଉଁମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅନ୍ୟ ବ୍ୟକ୍ତି ବିଶେଷଙ୍କ ତୁଳନା କରି ମତ ଦେଉଛନ୍ତି ତାହା ଠିକ୍ ନୁହେଁ । ଅନ୍ୟପଟେ ଯାତ୍ରା କଳାକାର ରାଣୀ ପଣ୍ଡା ସୋସିଆଲ ମିଡ଼ିଆରେ ତାଙ୍କୁ ଆକ୍ଷେପ କରିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୈତାରୀ ପଣ୍ଡା । ପ୍ରତ୍ୟେକ ଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରୁଥିବାରୁ ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ । ସେ ଭଲରେ ରୁହନ୍ତୁ ବୋଲି କହିଛନ୍ତି ଯାତ୍ରା କଳାକାର ଦୈତାରୀ ପଣ୍ଡା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details