ଓଡିଶା

odisha

ETV Bharat / state

ଡବଲ ମର୍ଡର ଘଟଣା, ହତ୍ୟାକାରୀ ଜ୍ବାଇଁକୁ ଆଜୀବନ କାରାଦଣ୍ଡ - Rairangpur Double Murder Case - RAIRANGPUR DOUBLE MURDER CASE

Rairangpur Double Murder Case: ରାଇରଙ୍ଗପୁର ଡବଲ ମର୍ଡର ଘଟଣାରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଶୁଣାଣି । ହତ୍ୟାକାରୀ ଜ୍ବାଇଁକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

Rairangpur Double Murder Case
Rairangpur Double Murder Case (ETV Bharat Odisha)

By ETV Bharat Odisha Team

Published : May 21, 2024, 4:45 PM IST

Rairangpur Double Murder Case (ETV Bharat Odisha)

ରାଇରଙ୍ଗପୁର: ପାରିବାରିକ ବିବାଦକୁ କେନ୍ଦ୍ରକରି ନିଜ ଶାଶୁ ଓ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(୧)ଙ୍କ କୋର୍ଟରେ ଉକ୍ତ ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି ହୋଇଛି । କୁରାଢ଼ୀ ସାହାଯ୍ୟରେ ହାଣି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ଜ୍ବାଇଁ ତଥା ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (୧)ର ବିଚାରପତି ସତ୍ୟନାରାୟଣ ପାତ୍ର ଉକ୍ତ ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ସମସ୍ତ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ପୂର୍ଣ୍ଣଚନ୍ଦ୍ର ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଦୋଷୀକୁ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ତେବେ ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ଜେଲ୍

ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାଟିକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ । ସୂଚନା ଅନୁସାରେ, ହକତ୍ୟାକାଣ୍ଡଟି ୨୦୧୯ ମସିହା ଜୁନ ମାସ ୧୭ ତାରିଖ ଦିନ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ସହ କୌଣସି କଥାକୁ ନେଇ ଶାଶୁ ମମତା ମହାନ୍ତ ଓ ସ୍ତ୍ରୀ ସୁନତି ମହାନ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ମାଆ ଓ ଝିଅ ଘରେ ଥିବା ସମୟରେ ସକାଳ ସମୟରେ ପୁର୍ଣ୍ଣଚନ୍ଦ୍ର ମହାନ୍ତ ଉତକ୍ଷିପ୍ତ ହୋଇ ଏକ କୁରାଢ଼ୀ ସାହାଯ୍ୟରେ ଉଭୟ ମାଆ ଓ ଝିଅକୁ ହାଣି ପକାଇଥିଲେ। ତେବେ ଘଟଣାସ୍ଥଳରେ ହିଁ ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିବା ସହିତ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପରେ ଘଟଣା ସମ୍ପର୍କରେ ମୋରୋଡା ଥାନା ପୋଲିସକୁ ଖବର ଦେବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ଜବତ କରିବା ସହିତ ହତ୍ୟାକାରୀ ଜ୍ୱାଇଁ ପୁର୍ଣ୍ଣଚନ୍ଦ୍ରକୁ ମଧ୍ୟ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଥିଲା।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details