ଓଡିଶା

odisha

ETV Bharat / state

ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ - ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା

Khandagiri Triple Murder Case: 14 ଅକ୍ଟୋବର 2014 ମସିହାରେ ଘଟିଥିବା ଖଣ୍ଡଗିରିର ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ-1 କୋର୍ଟ । ଅଧିକ ପଢ଼ନ୍ତୁ

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା
ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା

By ETV Bharat Odisha Team

Published : Feb 16, 2024, 5:07 PM IST

Updated : Feb 16, 2024, 8:08 PM IST

ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା

ଭୁବନେଶ୍ବର: 10 ବର୍ଷ ତଳେ ଘଟିଥିବା ଖଣ୍ଡଗିରିର ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ । ଡାକ୍ତର ଅତୁଲ୍ୟ ଚନ୍ଦ୍ର ମେହେରଙ୍କ ହତ୍ୟା ସମେତ ଘରର ସହାୟକ ଓ ତାଙ୍କ ପୁଅକୁ ମଧ୍ୟ କରାଯାଇଥିଲା ହତ୍ୟା । ଦାମି ଔଷଧ ଲେଖିବାରୁ ଡାକ୍ତରଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ । 14 ଅକ୍ଟୋବର 2014 ମସିହାରେ ଘଟିଥିଲା ହତ୍ୟାକାଣ୍ଡ । ଡାକ୍ତର ଅତୁଲ୍ୟ ଚନ୍ଦ୍ର ମେହେରଙ୍କ ସହ ତାଙ୍କ ସହାୟକ ପ୍ରଶାନ୍ତ ବେହେରା ଓ ତାଙ୍କ ପୁଅ ମିନୁ ବେହେରାଙ୍କୁ କରାଯାଇଥିଲା ହତ୍ୟା । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

ଏହି ହତ୍ୟାକାଣ୍ଡ 10 ବର୍ଷ ତଳର ଘଟଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିଲା ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣା । ଡାକ୍ତର ଅତୁଲ୍ୟ ଚନ୍ଦ୍ର ମେହେରଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏଥିସହ ଡାକ୍ତରଙ୍କୁ ହତ୍ୟା କରିବାକୁ ଯିବା ସମୟରେ ଡାକ୍ତରଙ୍କ କେୟାର ଟେକର ପ୍ରଶାନ୍ତ ବେହେରା ଓ କେୟାର ଟେକରଙ୍କ 15 ବର୍ଷର ପୁଅ ମିନୁ ବେହେରା ବାଧା ଦେବାରୁ ସେମାନଙ୍କୁ ମଧ୍ୟ ଅତି ନିର୍ମମ ଭାବେ ଘରେ ପଶି ହତ୍ୟା କରିଥିଲା ଅଭିଯୁକ୍ତ । ଏପରିକି ଡାକ୍ତରଙ୍କ ପତ୍ନୀ ଓ କେୟାର ଟେକରଙ୍କ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପରେ ସେମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବାବେଳେ ସେମାନେ ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦଣ୍ଡ ଶୁଣାଇବା ପରେ ମହିଳା ବିଚାରପତିଙ୍କୁ କୋର୍ଟରୁମରେ ଅଭିଯୁକ୍ତର ଆକ୍ରମଣ

ତେବେ ଡାକ୍ତର ଅତୁଲ୍ୟ ମେହେର ଜଣେ ଘରୋଇ ହସ୍ପିଟାଲରେ ଅର୍ଥୋପେଡିକ୍‌ ଡାକ୍ତର ଥିଲେ । ଅଭିଯୁକ୍ତ ସ୍ନେହ ସ୍ବାକ୍ଷର ସେତେବେଳେ ତାର ନିଜ ଝିଅର ଗୋଡ଼ରେ ସମସ୍ୟା ଥିବାରୁ ସେହି ଡାକ୍ତରଙ୍କୁ ଦେଖାଇବା ପାଇଁ ଯାଇଥିଲେ । ତେବେ ସେଠାରେ ଡାକ୍ତର ଏକ ଦାମୀ ମେଡିସିନ ପ୍ରେସକ୍ରିପ୍ସନରେ ଲେଖିଥିଲେ । ଅଭିଯୁକ୍ତ ଜଣକ ଜଣେ ଫାର୍ମାସିଷ୍ଟ ଥିବାରୁ ଏହି ଦାମୀ ଔଷଧ କାହିଁକି ଲେଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏନେଇ ସେତେବେଳେ‌ ଡାକ୍ତର ଓ ଅଭିଯୁକ୍ତ ଫାର୍ମାସିଷ୍ଟ ମଧ୍ୟରେ ‌ଯୁକ୍ତିତର୍କ ହୋଇଥିଲା । ପରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ଫାର୍ମାସିଷ୍ଟ ଜଣକ ପ୍ରତିଶୋଧ ପରାୟଣ ହୋଇଥିଲା । ସେ ଯୋଜନାବଦ୍ଧ ଭାବେ 14 ଅକ୍ଟୋବର 2014ରେ ଏକ ଫୁଲତୋଡ଼ା ଧରି ବ୍ଲୁ କଲର ସାର୍ଟ ଓ ଟାୟ ପିନ୍ଧି ଧରିଥିବା ଏକ ବ୍ୟାଗରେ କିଛି ମାରଣାସ୍ତ୍ର ଧରି ଆସିଥିଲା ।

ପ୍ରଥମେ ଘରକୁ ପଶିବା ସମୟରେ ଡାକ୍ତରଙ୍କୁ ଦେଖା କରିବାକୁ ଚାହୁଁଛି ବୋଲି କହିଥିଲା । ହେଲେ କେୟାରଟେକର ବାଧା ଦେବାରୁ ପ୍ରଥମେ କେୟାର ଟେକର ପ୍ରଶାନ୍ତ ବେହେରାଙ୍କୁ ହତ୍ୟା କରିଥିଲା । ପରେ ପ୍ରଶାନ୍ତଙ୍କ ପୁଅ ମିନୁ ବେହେରାଙ୍କୁ ମଧ୍ୟ ହତ୍ୟା କରିଥିଲା । ଏହି ସମୟରେ କେୟାର ଟେକରଙ୍କ ପତ୍ନୀ ସାମ୍ନାକୁ ଆସିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଶେଷରେ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହି ଘଟଣାରେ ତତ୍କାଳୀନ ଇନ୍‌ସ୍ପେକ୍ଟର ଅସୀମ ପଣ୍ଡା ତଦନ୍ତ କରିବା ପରେ ଏହାର ଚାର୍ଜସିଟ୍ ହୋଇଥିଲା । 26 ଜଣ ସାକ୍ଷୀ ଓ 60ରୁ ଊର୍ଦ୍ଧ୍ବ ଦସ୍ତାବିଜ ସହ ଏହି ଘଟଣାରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ଚନ୍ଦ୍ରକାନ୍ତ ଦାସ । ପରେ ଏନେଇ ତମାମ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ଅଭିଯୁକ୍ତ ସ୍ନେହ ସ୍ବାକ୍ଷର ସାମଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଜ୍ଜା ଶୁଣାଇଥିଲେ ।‌

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 16, 2024, 8:08 PM IST

ABOUT THE AUTHOR

...view details