ଓଡିଶା

odisha

ETV Bharat / state

ଏସପିଙ୍କ ଅଫିସ୍ ସାମ୍ନାରେ ମୃତଦେହ ରଖି ଆନ୍ଦୋଳନ, ପୋଲିସର ଅବହେଳାକୁ ଦାୟୀ କଲା ପରିବାର - Road Accident In Khordha

Deceased's Family Members Protest: ଏସପିଙ୍କ ଅଫିସ ସାମନାରେ ମୃତଦେହ ରଖି ପରିବାରର ବିକ୍ଷୋଭ । ପୋଲିସର ଅବହେଳାକୁ ଦାୟୀ କରି କ୍ଷତି ପୂରଣ କଲେ ପରିବାର । ଅଧିକ ପଢନ୍ତୁ

ଏସପିଙ୍କ ଅଫିସ୍ ସାମ୍ନାରେ ମୃତଦେହ ରଖି ଆନ୍ଦୋଳନ, ପୋଲିସର ଅବହେଳାକୁ ଦାୟୀ କଲା ପରିବାର
ଏସପିଙ୍କ ଅଫିସ୍ ସାମ୍ନାରେ ମୃତଦେହ ରଖି ଆନ୍ଦୋଳନ, ପୋଲିସର ଅବହେଳାକୁ ଦାୟୀ କଲା ପରିବାର

By ETV Bharat Odisha Team

Published : Apr 25, 2024, 7:20 AM IST

ଏସପିଙ୍କ ଅଫିସ୍ ସାମ୍ନାରେ ମୃତଦେହ ରଖି ଆନ୍ଦୋଳନ, ପୋଲିସର ଅବହେଳାକୁ ଦାୟୀ କଲା ପରିବାର

ଖୋର୍ଦ୍ଧା: ପୋଲିସର ଅବହେଳା ପାଇଁ ଚାଲିଗଲା ଗୁରୁତରଙ୍କ ଜୀବନ । ଯାହାକୁ ନେଇ ମୃତକଙ୍କ ପରିବାର ବର୍ଗ ଏସପିଙ୍କ ଅଫିସ ସାମନାରେ ମୃତଦେହ ରଖି ବିକ୍ଷୋଭ କରିଛନ୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ସଦରଥାନା 16ନଂ ଜାତୀୟ ରାଜପଥର ଦଳେଇପୁଟ ଠାରେ ଗତ 22 ତାରିଖରେ ହୋଇଥିଲା ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ନୀଳକଣ୍ଠ ମହାପାତ୍ର । ସଦରଥାନା ପୋଲିସ ଗୁରୁତର ନୀଳକଣ୍ଠଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଲିସ ନୀଳକଣ୍ଠଙ୍କ ବାଇକ ଏବଂ ମୋବାଇଲ ଜବତ କରିଥିଲା । କିନ୍ତୁ ପରିବାର ଲୋକ ନୀଳକଣ୍ଠଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ପୋଲିସ ଫୋନ ଉଠାଇ ନଥିଲା କିମ୍ଵା ଦୁର୍ଘଟଣା ସମ୍ପର୍କରେ ପରିବାରକୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଦଶାହ କାର୍ଯ୍ୟକୁ ଯାଉଥିଲେ ବାଟରେ ଜଗିଥିଲା ଯମ ! ଟ୍ରକ-ଅଟୋ ଧକ୍କାରେ 3 ମୃତ - Nabarangpur Accident

22 ତାରିଖ ଦିନ ଦୁର୍ଘଟଣାରେ ଗୁରୁତର ନୀଳକଣ୍ଠଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ, ପରେ ଏମ୍ସ ଓ ପରେ ଗୁରୁତର ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିଲା । ନୀଳକଣ୍ଠ ସେପଟେ ଚିକିତ୍ସା ନପାଇ 23 ତାରିଖରେ ଏସସିବିରେ ମୃତ୍ୟୁବରଣ କରିଥିଲେ । ଏହାପରେ ସଦରଥାନା ପୋଲିସ ନୀଳକଣ୍ଠଙ୍କ ମୋବାଇଲକୁ ଆସିଥିବା କଲ ଉଠାଇ ତାଙ୍କ ପୁଅ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଥିବା ସୂଚନା ଦେଇଥିଲେ । ପରିବାର ଲୋକ ପୋଲିସର ସୂଚନା ଆଧାରରେ ବିଭିନ୍ନ ହସପିଟାଲ ଖୋଜିବା ପରେ ଆଜି ତାଙ୍କ ପୁଅକୁ ଏସସିବିରେ ମୃତ ଅବସ୍ଥାରେ ପାଇଥିଲେ । ସଦର ଥାନା ପୋଲିସ କୌଣସି ସୂଚନା ନଦେବାରୁ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ନୀଳକଣ୍ଠଙ୍କ ମୃତଦେହ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଆଗରେ ରଖି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପୋଲିସ ଅବହେଳା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ କରିବା ସହିତ ସମ୍ପୃକ୍ତ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ମୃତକଙ୍କ ଭାଇଙ୍କୁ ଚାକିରି ଦେବାକୁ ଅଡ଼ି ବସିଥିଲେ । ଘଟଣା ସ୍ଥଳରେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ମୃତକଙ୍କ ଭାଇଙ୍କୁ ଚାକିରୀ ଏବଂ ନଗଦ ଦଶ ହଜାର ଟଙ୍କା ଦେବାପରେ ଆନ୍ଦୋଳନରୁ ଓହରିଥିଲେ ପରିବାର ଲୋକ । ସେପଟେ ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details