ଭୁବନେଶ୍ବର:ରାଜ୍ୟରେ ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଫଳରେ ଆଉ ମାଳମାଳ ପ୍ରେସକ୍ରିପସନ ଧରିକି ରୋଗୀ ହସ୍ପିଟାଲ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏଥିପାଇଁ ରୋଗୀଙ୍କୁ ମିଳିବ ଏକ ସ୍ବତନ୍ତ୍ର କାର୍ଡ । ଯାହାର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା (Abha)’ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟରେ ପଞ୍ଜିକରଣ କରିବା ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁରୋଧ କରିଛନ୍ତି ।
ରାଜ୍ୟରେ ଲାଗୁ ହେବ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ:
ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଖୁବଶୀଘ୍ର ଓଡିଶାରେ ଲାଗୁ ହେବାକୁ ଯାଉଛି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ରାଜ୍ୟର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା ଆକାଉଣ୍ଟରେ ପଞ୍ଜିକରଣ କରିବାକୁ ଅନୁରୋଧ କରୁଛୁ । ନେସନାଲ ହେଲଥ ମିଶନ ଅନ୍ତର୍ଗତ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଯାହା ଲୋକଙ୍କୁ ମିଳିବ । ଆଭା ଆକାଉଣ୍ଟରେ ସମସ୍ତ ରେଜିଷ୍ଟେସନ କରିପାରିବେ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ଏହା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ।
ଆୟୁଷ୍ମାନ ଭାରତ ସହିତ ଉପଲବ୍ଧ ହେବ ଆଭା କାର୍ଡ:
ସ୍ୱାସ୍ଥ୍ୟ ଓ ବୈଷୟିକ ସମନ୍ୱୟ ରହିବ । ଆୟୁଷ୍ମାନ ଭାରତ ସହିତ ଆଭା ଆକାଉଣ୍ଟ ମିଶ୍ରଣ ହୋଇଗଲେ ହେଲଥ ଡିଜିଟାଇଜେସନ କ୍ଷେତ୍ରରେ ଓଡିଶା ଆଗକୁ ଯିବ । କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ଉପଲବ୍ଧ ହେବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
କଣ ଏହି ଆଭା କାର୍ଡ ?
ଆଭା କାର୍ଡ ହେଉଛି ATM ପରି ଏକ କାର୍ଡ । ଯେଉଁଥିରେ 14ଟି ଡିଜିଟ ନମ୍ବର ରହିଥାଏ । ଏହି କାର୍ଡରେ ସ୍ବାସ୍ଥ୍ୟର ସମସ୍ତ ତଥ୍ୟ ରହିବ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ ।
ଆଭା କାର୍ଡର ଫାଇଦା କଣ ?
ATMପରି ଏହି କାର୍ଡରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ଫଳରେ ରୋଗୀ ଯେଉଁ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲୁଥିଲେ । ଆଉ ବୁଲିବାକୁ ପଡିବନି । ଏହି କାର୍ଡରେ ଥିବା କ୍ଯୁ ଆର କୋର୍ଡ ସ୍କାନ କଲେ ସବୁ ତଥ୍ୟ ଆରାମରେ ମିଳିଯିବ ।