ଓଡିଶା

odisha

ETV Bharat / state

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

Gang rape in Bhubaneswar: ରାଜଧାନୀରେ ଘରେ ପଶି ସଶସ୍ତ୍ର ଡକାୟତି ଓ ମହିଳାଙ୍କୁ ଗଣଦୁଷ୍କର୍ମ । 4 ରୁ 5 ଜଣ ସମ୍ପୃକ୍ତ ଥିବା ସନ୍ଦେହ । 2ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ, 2 ଅଟକ
ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ, 2 ଅଟକ (ETV Bharat Odisha)

By ETV Bharat Odisha Team

Published : Oct 2, 2024, 9:52 AM IST

Updated : Oct 2, 2024, 10:08 AM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ବାଲକୋନୀ ପଟେ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟପାଟ କରିବା ସହ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଏକାଧିକ ଦୁର୍ବୃତ୍ତ । ମୈତ୍ରୀବିହାର ଥାନା ଅଞ୍ଚଳରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଏନେଇ ପୀଡିତାଙ୍କ ଅଭିଯୋଗ ଆଧାରରେ କମିସନରେଟ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଗତକାଲି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ଦେଇଛି ।

  • ମାରଣାସ୍ତ୍ର ଦେଖାଇ ଲୁଟପାଟ ଓ ଗଣଦୁଷ୍କର୍ମ

ମୈତ୍ରୀବିହାର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ପୀଡିତା ତାଙ୍କ ସ୍ବାମୀ ଓ ଛୋଟ ଝିଅ ସହ ମୈତ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । କୌଣସି କାମରେ ତାଙ୍କ ସ୍ବାମୀ ବାହାରକୁ ଯାଇଥିବା କାରଣରୁ ରବିବାର ରାତିରେ ମହିଳାଜଣକ ଛୋଟ ଝିଅ ସହ ଘରେ ଏକାକୀ ଥିଲେ । ମଧ୍ୟରାତ୍ରିରେ ଏକାଧିକ ଦୁର୍ବୃତ୍ତ ବାଲକୋନୀ ଦେଇ ଘରେ ପଶି ଲୁଟପାଟ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳାଜଣକ ଉଠିପଡି ଚିତ୍କାର କରିବାରୁ ତାଙ୍କ ଶିଶୁ କନ୍ୟା ମଧ୍ୟ ଉଠି ପଡିଥିଲେ । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଲୁଟପାଟ କରିଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରିବା ସହ ଲୁଟସାମଗ୍ରୀ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ (ETV Bharat Odisha)
  • ଏକାଧିକ ସଙ୍ଗୀନ ଧାରାରେ ମାମଲା ରୁଜୁ:-

ପୀଡିତା ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୩୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଡାକ୍ତରୀମଇନା କରାଇବା ସହ ଭାରତୀୟ ନ୍ୟାୟ ସଂହିତା (BNS) ଧାରା-୩୩୨(B) ଘରେ ଅନାଧିକାର ପ୍ରବେଶ, ୭୦ ଗଣଦୁଷ୍କର୍ମ କରିବା ଓ ୩୦୯ ଚୋରି ଓ ଡକାୟତି କରିବା ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍‌ । ଗତକାଲି ରାତିରେ ପୋଲିସ 2 ଅଭିଯୁକ୍ତଙ୍କୁ ଅଟକ ମଧ୍ୟ ରଖିଛି । ଘଟଣାରେ 4ରୁ 5 ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍, ଜନତାଙ୍କ ଆଶୀର୍ବାଦ ପାଇଁ ଜଣାଇଲେ କୃତଜ୍ଞତା - MAHANGA DOUBLE MURDER CASE

ଏହା ମଧ୍ୟ ପଢନ୍ତୁ:- ଭରତପୁର ଥାନା ମାମଲା; କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ, ନିଲମ୍ବିତ IICଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ - Suspended IIC Polygraph Test

ଏହା ମଧ୍ୟ ପଢନ୍ତୁ:- ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner

  • ପୋଲିସ ସନ୍ଦେହରେ ନଣ୍ଡା ନାଲୁ ଗ୍ୟାଙ୍ଗ

ବହୁଦିନ‌ ପରେ ପୋଲିସର ସନ୍ଦେହଘେରକୁ ଆସିଛି ନଣ୍ଡା ନାଲୁ ଗ୍ୟାଙ୍ଗ । କାରଣ ପୁର୍ବରୁ କମିସନରେଟ ପୋଲିସ ନିକଟରେ ଏହି ଗ୍ୟାଙ୍ଗର ଏପରି ଅପରାଧିକ ରେକର୍ଡ ମଧ୍ୟ ରହିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଡକାୟତି ଉଦ୍ଦେଶ୍ୟରେ ଘରେ ପଶନ୍ତି, ଘରର ମହିଳା ଓ ଯୁବତୀଙ୍କ ସହ ଅସଦାଚାରଣ କରିବାର ପୂର୍ବ ନଜିର ମଧ୍ୟ ରହିଛି । ଗତକାଲି ପୋଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କର କୌଣସି ଗ୍ୟାଙ୍ଗ ଲିଙ୍କ୍‌ ଅଛି କି ନାହିଁ,ତାହା ପୋଲିସ ସ୍ପଷ୍ଟ କରିନି ।

  • ରାଜଧାନୀର କିଛି ଚର୍ଚ୍ଚିତ ଲୁଟ ଘଟଣା:-

୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ମଞ୍ଚେଶ୍ବର ଥାନା ପୋଲିସ୍‌ ଏକ ଗ୍ୟାଙ୍ଗକୁ ଧରିଥିଲା । ଯେ କି ଲିପୁ ଗ୍ୟାଙ୍ଗ ଭାବେ ଚର୍ଚ୍ଚିତ ଥିଲା । ସୁଶାନ୍ତ ସାହୁ ଓରଫ ଲିପୁ ଓ ମିଥୁନ ଓରଫ ଦୀପକ କୁମାର ସ୍ବାଇଁ ପରି ଅଭ୍ୟାସଗତ ଅପରାଧୀ ଗିରଫ ହୋଇଥିଲେ । ମଞ୍ଚେଶ୍ବର ଥାନା ଗୋଠପଡାରେ ଏହି ଗ୍ୟାଙ୍ଗ ଡକାୟତି କରିଥିଲା । ଟାଙ୍ଗି ମନ୍ଦିର ପାଖରେ 6 ଜଣିଆ ଗ୍ୟାଙ୍ଗ ସକ୍ରିୟ ହୋଇ ହାତ ଗୋଡ ବାନ୍ଧି ଲୁଟପାଟ କରିଥିଲେ । ଲିପୁ ଗ୍ୟାଙ୍ଗ ୨୦୧୮ ମସିହାରେ ମଧ୍ୟ କଟକ ଭୁବନେଶ୍ୱର ଜଗତସିଂହପୁର ଏକାଧିକ ଅପରାଧିକ ଘଟଣାକୁ ରୂପ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2024, 10:08 AM IST

ABOUT THE AUTHOR

...view details