ଅନୁଗୋଳ:ମାଲିକର ସନ୍ଦେହଜନକ ମୃତ୍ୟୁ ହୋଇଛି । ଆଉ ପାଖରେ ଶୋଇ ନିଜ ମାଲକର ମୃତଦେହ ଜଗି ରହିଛି ବିଶ୍ବାସୀ କୁକୁର। ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରୁ । ସୂଚନା ଅନୁସାରେ, ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ପୋଖରୀ ନିକଟରେ ଥିବା ଏକ ଗଛ ନିକଟରେ ଜଗି ରହିଛି ପୋଷା କୁକୁର ।
ମୃତଦେହ ଜଗିଛି କୁକୁର:
ମିଳିଥିବା ସୂଚନା ଅନୁସାରେ, ମୃତବ୍ୟକ୍ତି ହେଲେ ତୁରଙ୍ଗ ଗ୍ରାମର ମଣିଆ ବେହେରା(୫୮) । ପୂର୍ବରୁ ତୁରଙ୍ଗ ଗ୍ରାମର ଜଣେ ବ୍ୟକ୍ତି ପୋଖରୀକୁ ନିଲାମ ନେଇଥିଲେ । ନିଲାମ ନେଇଥିବା ପୋଖରୀ ହୁଡାରେ କିଛି ଗୋରୁ ରଖିଥିଲେ । ଗୋରୁ ଗୁଡିକୁ ଦେଖାଶୁଣା କରିବା ପାଇଁ ରାଣୀଗୋଡା ଅଞ୍ଚଳର ଶୁକ୍ରୁ ବେହେରାଙ୍କ ପୁଅ ମଣିଆ ବେହେରାଙ୍କୁ ରଖିଥିଲେ । ପୋଖରୀ ନିଲାମ ହେବା ପରେ ଅନ୍ୟ ଜଣେ ମାଲିକ ପୋଖରୀକୁ ନେଇଥିଲେ । ନିଲାମ ନେବା ଦିନଠାରୁ ଗତକାଲି(ରବିବାର) ପର୍ଯ୍ୟନ୍ତ ମଣିଆ ସେଠାରେ ଗୋରୁମାନଙ୍କ ଦେଖାଶୁଣା କରୁଥିଲେ । ହେଲେ ଆଜି(ସୋମବାର) ସକାଳୁ ପୋଖରୀ ନିକଟରେ ତାଙ୍କର ମୃତଦେହ ଦେଖିବାକୁ ମିଳିଛି । ଯାହାକୁ ଜଗି ରହିଛି ମଣିଆଙ୍କ ବିଶ୍ବସ୍ତ କୁକୁର । ମୃତ ଶରୀର ପାଖକୁ ଗଲେ ଜୋରରେ ଭୁକିବା ସହ କାମୁଡ଼ିବାକୁ ଗୋଡ଼ାଉଛି ।
ଏହା ବି ପଢନ୍ତୁ...Rescue Dog ‘Storm’; ୱାୟନାଡ୍ରେ ଅପରେସନ୍ ସାରି ଫେରିଲା 'ଷ୍ଟର୍ମ'; ଏକାକୀ ମାଟି ତଳୁ ଠାବ କରିଛି ୧୫ ମୃତଦେହ - Search And Rescue Dog Storm