ଓଡିଶା

odisha

ETV Bharat / state

ଶାଶ୍ବତ ପ୍ରେମର ମୁକସାକ୍ଷୀ ନିମୁହିଁ ଦେଉଳ, ଚିରନ୍ତନ ଭଲ ପାଇବାର ସ୍ମୃତି ବହନ କରୁଛି କାରୁକାର୍ଯ୍ୟ

Nimuhi Deula The Symbol Of Love: ପ୍ରେମର ସ୍ମାରକୀ ସୁବର୍ଣ୍ଣପୁର ସହରର ନିମୁହିଁ ଦେଉଳ । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀ ରାଜକୁମାରୀ ଶଶୀସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏଇ ସ୍ବର୍ଣ୍ଣିମ ସ୍ମାରକୀ । ଅଧିକ ପଢ଼ନ୍ତୁ

ପ୍ରେମର ସ୍ମାରକୀ ନିମୁହିଁ ଦେଉ
ପ୍ରେମର ସ୍ମାରକୀ ନିମୁହିଁ ଦେଉ

By ETV Bharat Odisha Team

Published : Feb 14, 2024, 5:08 PM IST

ପ୍ରେମର ସ୍ମାରକୀ ନିମୁହିଁ ଦେଉ

ସୁବର୍ଣ୍ଣପୁର:ପ୍ରେମ ସତ୍ୟ, ଶିବ ଓ ସୁନ୍ଦର । ପ୍ରେମ ଏମିତି ଏକ ଶବ୍ଦ ଯାହା କାଳଜୟୀ । ପ୍ରେମକୁ ଚିରନ୍ତନ କରିବା ପାଇଁ କେଉଁଠି ପ୍ରେମିକ ଦେଇଛି ପ୍ରେମିକାକୁ ଉପହାର ତ ଆଉ କେଉଁଠି ପ୍ରେମର ଅଭୁଲା ସ୍ମୃତିକୁ ସାଇତି ରକିବା ପାଇଁ ଗଢିଛି ପ୍ରେମ ମନ୍ଦିର । ଏମିତି ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି । ଯେଉଁ ପ୍ରେମର ସ୍ମାରକୀ ଭାବରେ ଛିଡ଼ା ହୋଇଛି ସହରର ନିମୁହିଁ ଦେଉଳ । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀ ରାଜକୁମାରୀ ଶଶୀସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏଇ ସ୍ବର୍ଣ୍ଣିମ ସ୍ମାରକୀ । ଯାହା ବିଶ୍ବବାସୀଙ୍କୁ ସବୁ ସମୟରେ ଦେଇ ପାରିଛି ପ୍ରେମ ପ୍ରଣୟର ବାର୍ତ୍ତା ।

ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣାଙ୍କ ମଧ୍ୟରେ ଥିଲା ଅନାବିଳ ପ୍ରେମ ସଂପର୍କ । କିନ୍ତୁ ସେମାନଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଥିଲା ତନ୍ତ୍ର ସାଧିକା ଜ୍ଞାନଦେଇ । ଶବର ରାଜକୁମାର ଅହିମାଣିକ୍ୟଙ୍କ ରୂପ ଯୌବନରେ ଦିୱାନା ହୋଇଯାଇଥିଲା ଜ୍ଞାନଦେଇ । ନିଜ କାମବାସନାକୁ ଚରିତାର୍ଥ କରିବା ପାଇଁ କରିଥିଲା ତନ୍ତ୍ରର ପ୍ରୟୋଗ । ରାଜକୁମାର ଅହିମାଣିକ୍ୟଙ୍କୁ ତନ୍ତ୍ର ପ୍ରୟୋଗ ବଳରେ ଜ୍ଞାନଦେଇ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ନିଜ କାମବାସନାକୁ ଚରିତାର୍ଥ କରୁଥିଲା । ହେଲେ ରାଜକୁମାରୀ ଶଶୀସେଣା ନିଜ ପ୍ରେମିକ ଅହିମାଣିକ୍ୟକୁ ଉଦ୍ଧାର କରିବା ପାଇଁ ମା' ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ । ମା'ଙ୍କ କୃପାରୁ ତାନ୍ତ୍ରୀକ ଜ୍ଞାନଦେଇଙ୍କ କବଳରୁ ନିଜ ପ୍ରେମିକ ରାଜକୁମାର ଅହିମାଣିକ୍ୟଙ୍କୁ ମୁକ୍ତି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଆଖି ଦେଖିନି ସାଥୀ, ପ୍ରେମ ଗଣିତ ବୁଝିଛି ହୃଦୟ: ଚର୍ଚ୍ଚାରେ ଦୃଷ୍ଟିବାଧିତ ଦମ୍ପତିଙ୍କ ପ୍ରେମ କାହାଣୀ

ତେବେ ଏମିତି ଏକ କାହାଣୀ ବହନ କରି ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ରହିଛି ନିମୁହିଁ ଦେଉଳ । ମା' ଭଗବତୀଙ୍କ କରୁଣାରୁ ସେଦିନ ରାଜକୁମାରୀ ଶଶୀସେଣା ଓ ରାଜକୁମାର ଅହିମାଣିକ୍ୟ ଭିତରେ ଥିବା ଶାଶ୍ବତ ପ୍ରେମର ବିଜୟ ହୋଇଥିଲା । ସେଦିନ ରାଜଦଣ୍ଡ ଭୟରେ ଅମରାବତୀରୁ କାମାନ୍ତପୁର ଏବେକାର ସୁବର୍ଣ୍ଣପୁରକୁ ପଳେଇ ଆସିଥିବା ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଶଶୀସେଣା ମନ୍ଦିର । ଅନାବିଳ ପ୍ରେମର ସୃତିକୁ ମନ୍ଦିର ଗାତ୍ରରେ ବହନ କରିଥିବା ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଟିର ପ୍ରବେଶ ଦ୍ବାର ନ ଥିବାରୁ ଏହା ନିମୁହିଁ ଦେଉଳ ଭାବରେ ବେଶ ପରିଚିତ । ଆଜି ପରି ଏକ ପ୍ରେମ ଦିବସରେ ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିବା ଅନାବିଳ ଓ ଶାଶ୍ବତ ପ୍ରେମର ସୃତି ସମସ୍ତଙ୍କ ପାଖରେ ବଞ୍ଚିରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details